ପ୍ରୋଷ୍ଟାଟାଇଟିସ

ଉଇକିପିଡ଼ିଆ ରୁ
Jump to navigation Jump to search
Prostatitis
Prostatosis
Inflammation of prostate.jpg
Micrograph showing an inflamed prostate gland, the histologic correlate of prostatitis. A normal non-inflamed prostatic gland is seen on the left of the image. H&E stain.
ବିଭାଗUrology
ଲକ୍ଷଣAcute: Sudden onset of pain in the pelvic area, fever[୧]
Chronic: Off and on pain and urinary symptoms for more than 3 months[୧]
ଆକ୍ରାନ୍ତ ସମୟ30s and 40s[୧]
କାରଣAcute: Bacterial infection[୧]
Chronic: Often unclear[୧]
ରୋଗ ନିର୍ଣ୍ଣୟ ପଦ୍ଧତିExamination, urinary analysis, medical imaging, PSA testing, semen testing[୨]
ସଠିକ ରୋଗ ନିର୍ଣ୍ଣୟProstate cancer, urinary tract infection, benign prostatic hyperplasia, kidney stones, bladder cancer[୧][୩]
ଚିକିତ୍ସାAcute: Antibiotics[୧]
Chronic Alpha blockers, NSAIDs, antibiotics[୧][୨]
ପୁନଃପୌନିକCommon[୨]

ପ୍ରୋଷ୍ଟାଟାଇଟିସ ହେଉଛି ପ୍ରୋଷ୍ଟେଟ ଗ୍ରନ୍ଥିର ପ୍ରଦାହ ରୋଗ ।[୧] ତୀବ୍ର ବା ଆକ୍ୟୁଟ ଓ କ୍ରନିକ ବା ଦୀର୍ଘକାଳୀନ, ଏହି ଦୁଇ ପ୍ରକାର ପ୍ରୋଷ୍ଟାଟାଇଟିସ ଦେଖାଯାଏ | [୧] ଆକ୍ୟୁଟ୍ ପ୍ରୋଷ୍ଟାଟାଇଟିସ କମ ଦେଖାଯାଏ, ହଠାତ୍ ଆରମ୍ଭ ହୁଏ ଓ ଯନ୍ତ୍ରଣା ହୁଏ | [୧]ଅତି କମରେ ତିନିମାସ ପର୍ଯ୍ୟନ୍ତ ରୋଗ ଥିଲେ କ୍ରନିକ୍ ପ୍ରୋଷ୍ଟାଟାଇଟିସ କୁହାଯାଏ; ଏହା ଏକ ସାଧାରଣ ରୋଗ ତ‌ଥା ଏହାର ଲକ୍ଷଣ ଆସେ ଏବଂ ଯାଏ | [୧] ତୀବ୍ର ପ୍ରୋଷ୍ଟାଟାଇଟିସ ରୋଗ ଜଟିଳ ହେଲେୟୁରିନାରି ରିଟେନସନ କିମ୍ବା ପ୍ରୋଷ୍ଟେଟ ଆବସେସ ହୁଏ | [୧] କ୍ରନିକ ରୋଗ ବାରମ୍ଵାର ହେବା ଫଳରେ ମୂତ୍ରାଙ୍ଗ ସଂକ୍ରମଣ ହୋଇପାରେ । [୨]

ତୀବ୍ର ରୋଗ ସାଧାରଣତଃ ଜୀବାଣୁ ସଂକ୍ରମଣ ଯୋଗୁ ହୁଏ କିନ୍ତୁ କ୍ରନିକ ରୋଗର କାରଣ ବିଶେଷ ସ୍ପଷ୍ଟ ହୋଇନଥାଏ | [୧] କ୍ରନିକ ରୋଗକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯଥା: କ୍ରନିକ ଜୀବାଣୁ ଜନିତ ପ୍ରୋଷ୍ଟାଟାଇଟିସ ଏବଂ କ୍ରନିକ ପ୍ରୋଷ୍ଟାଟାଇଟିସ/କ୍ରନିକ ପେଲଭିକ ଯନ୍ତ୍ରଣା ସିଣ୍ଡ୍ରୋମ (CP / CPPS)। [୨] ଅନ୍ୟ ଏକ ବର୍ଗକୁ ଲକ୍ଷଣ ବିହୀନ ପ୍ରଦାହକାରୀ ପ୍ରୋଷ୍ଟାଟାଇଟିସ କୁହାଯାଏ (AIP) କୁହାଯାଏ | [୨] ରୋଗୀର ପରୀକ୍ଷା, ମୂତ୍ର ବିଶ୍ଳେଷଣ, ମେଡିକାଲ ଇମେଜିଙ୍ଗ, ପିଏସଏ ପରୀକ୍ଷା ଓ ବୀର୍ଯ୍ୟ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ | [୨]

ରୋଗର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ | [୧]ତୀବ୍ର ବା ଆକ୍ୟୁଟ୍ ପ୍ରୋଷ୍ଟାଟାଇଟିସ ରୋଗ ନିମନ୍ତେ ଆଣ୍ଟିବାୟୋଟିକ ଦିଆଯାଏ ଓ କ୍ରନିକ ରୋଗରେ ଆଣ୍ଟିବାୟୋଟିକ, ଆଲଫା ବ୍ଲକର ଓ ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ଦିଆଯାଏ ।[୧] [୨] ଅସ୍ତ୍ରୋପଚାର କ୍ୱଚିତ୍ ଆବଶ୍ୟକ ହୁଏ | [୨] ଲକ୍ଷଣ ବିହୀନ ପ୍ରୋଷ୍ଟାଟାଇଟିସ୍ ରୋଗରେ ଚିକିତ୍ସା ଆବଶ୍ୟକ ହୁଏ ନାହିଁ | [୨]

ପ୍ରାୟ ଅର୍ଦ୍ଧେକ ପୁରୁଷଙ୍କୁ ପ୍ରୋଷ୍ଟାଟାଇଟିସ୍ ରୋଗ ସମୟକ୍ରମେ ପ୍ରଭାବିତ କରିଥାଏ | [୨] ୟୁରୋଲୋଜି ବିଭାଗକୁ ରୋଗୀ ଯିବା ନିମନ୍ତେ ମୂତ୍ରାଶୟ ଲକ୍ଷଣ ସହିତ ଜଡିତ ଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ଏହି ରୋଗ ଯୋଗୁ ଯାଆନ୍ତି ।[୨] ଜୀବନର ତୃତୀୟ ବା ଚତୁର୍ଥ ଦଶକରେ ସାଧାରଣତଃ ଏହି ରୋଗ ହେବା ଦେଖାଯାଏ। [୧] ସର୍ବ ପ୍ରଥମେ ୧୯୩୮ ମସିହାରେ ଭର୍ଡିଜ୍ ଏହି ପ୍ରୋଷ୍ଟାଟାଇଟିସ୍ ରୋଗର ବର୍ଣ୍ଣନା କରିଥିଲେ ଏବଂ ପ୍ରାରମ୍ଭିକ ଚିକିତ୍ସାରେ ସେତେବେଳେ ଜୋକ ଚିକିତ୍ସା ଓ ପ୍ରୋଷ୍ଟେଟ ମାଲିସ କରାଯାଉଥିଲା । [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Prostatitis". nhs.uk (in ଇଂରାଜୀ). 19 October 2017. Retrieved 7 November 2020.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Khan, FU; Ihsan, AU; Khan, HU; Jana, R; Wazir, J; Khongorzul, P; Waqar, M; Zhou, X (October 2017). "Comprehensive overview of prostatitis". Biomedicine & pharmacotherapy = Biomedecine & pharmacotherapie. 94: 1064–1076. doi:10.1016/j.biopha.2017.08.016. PMID 28813783.
  3. Sharp, VJ; Takacs, EB; Powell, CR (15 August 2010). "Prostatitis: diagnosis and treatment". American family physician. 82 (4): 397–406. PMID 20704171.
  4. Partin, Alan W.; Wein, Alan J.; Kavoussi, Louis R.; Peters, Craig A.; Dmochowski, Roger R. (2020). Campbell Walsh Wein Urology, E-Book (in ଇଂରାଜୀ). Elsevier Health Sciences. p. 1202. ISBN 978-0-323-67227-6.