ପ୍ରୀତି ଅମିନ

ଉଇକିପିଡ଼ିଆ‌ରୁ
ପ୍ରୀତି ଅମିନ
ଜନ୍ମ (1967-12-29) ୨୯ ଡିସେମ୍ବର ୧୯୬୭ (ବୟସ ୫୬)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୩–୨୦୧୪
୨୦୨୨–ଏବେଯାଏଁ
ବୈବାହିକ-ସାଥୀଲିଓନେଲ୍ ପେରେରା (୨୦୧୪ – ଏବେଯାଏଁ)

ପ୍ରୀତି ଅମିନ ପେରେଇରା (ଜନ୍ମ: ୨୯ ଡିସେମ୍ବର ୧୯୬୭) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୧] ଧାରାବାହିକ ଝୁମେ ଜିୟା ରେ ଜିଆ ସଭରୱାଲ, ଦିଲ୍ ମିଲ୍ ଗୟେରେ ଡକ୍ଟର ଜିଆ ମୋଦି, ଲାପତାଗଞ୍ଜରେ ସୁରିଲି, ୟେ ରିସ୍ତା କ୍ୟା କେହଲତା ହୈରେ ଅକ୍ଷରା ଗୋଏଙ୍କା ଶର୍ମା ଏବଂ ଚକ୍ରବକମରେ ଶ୍ରାବନ୍ତୀ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ପ୍ରୀତି ଅମିନ ୧୯୬୭ ମସିହାର ଡିସେମ୍ବର ୨୯ ତାରିଖରେ ହାଇଦ୍ରାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସେ ହାଇଦ୍ରାବାଦର ସେଣ୍ଟ ଆଣ୍ଡ୍ର୍ୟୁଜ୍ ହାଇସ୍କୁଲରେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ଏବଂ ତେଲେଙ୍ଗାନାସିକନ୍ଦରାବାଦର କସ୍ତୁରବା ଗାନ୍ଧୀ କଲେଜ ଫର ଓମେନ୍ ଏବଂ ହାଇଦ୍ରାବାଦର ସେଣ୍ଟ ଫ୍ରାନ୍ସିସ୍ କଲେଜ ଫର୍ ଓମେନରେ ସ୍ନାତକ ହାସଲ କରିଥିଲେ । ଦୂରଦର୍ଶନରେ ଅଭିନୟ କରିବା ପୂର୍ବରୁ, ଅମିନ ମୁକ୍ତ ଶୈଳୀ ନୃତ୍ୟ ଶିକ୍ଷା ନେଇଥିଲେ ଏବଂ ଥିଏଟର ଅଭିନୟ କରିବା ସହିତ ବିଜ୍ଞାପନରେ ଜଣେ ମଡେଲ ଭାବରେ କାମ କରିଥିଲେ ।

ପେଷା[ସମ୍ପାଦନା]

ଅମିନ ତେଲୁଗୁ କାର୍ଯ୍ୟକ୍ରମ ଚକ୍ରବକମ, ଅଲୌକିକ ଏବଂ ନାନ୍ନାରେ ଅଭିନୟ କରିଥିଲେ ।[୨] ସେ ୨୦୦୪ ମସିହାରେ ଇଣ୍ଡିଆଜ୍ ବେଷ୍ଟ ସିନେଷ୍ଟାର୍ସ୍ କି ଖୋଜ୍‌ରେ ଅଂଶଗ୍ରହଣ କରିଥିଲେ ।

୨୦୦୭ରୁ ୨୦୦୮ ମସିହା ଯାଏଁ ଅମିନ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଝୁମେ ଜିୟା ରେରେ ଜିଆ ସବରୱାଲ ଭୂମିକାରେ ଅଭିନୟ କରିଥିଲେ ।[୩] ଦିଲ୍ ମିଲ୍ ଗୟେ, ଭାସ୍କର ଭାରତୀ, ସିଆଇଡି, ଆହଟ, ମିସେସ୍ କୌଶିକ୍ କି ପାଞ୍ଚ ବହୁଏଁ ଏବଂ ଦିଲ୍ କି ନଜର ସେ ଖୁବ୍‌ସୁରତ୍ ପରି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ ।

୨୦୦୯ ମସିହାରୁ ୨୦୧୨ ଯାଏଁ ସେ ଲାପତାଗଞ୍ଜ ଧାରାବାହିକରେ ସୁରିଲି ଭୂମିକାରେ ଅଭିନୟ କରିଥିଲେ ।[୪] ଏହାପରେ ସେ କମେଡ଼ି ସର୍କସ୍ କେ ତାନସେନରେ ଅଂଶଗ୍ରହଣ କରିଥିଲେ । ଜୀ ଟିଭି ରାଜସ୍ଥାନର କାର୍ଯ୍ୟକ୍ରମ ନାଚ୍ ଲେ ବିନ୍ଦାନୀରେ ସେ ବିଚାରକ ଭାବରେ କାମ କରିଥିଲେ ।[୫]

ଆଠ ବର୍ଷର ବିରତି ପରେ, ସେ ଦୁର୍ଗା ଔର ଚାରୁ ଜରିଆରେ ପୁଣିଥରେ ଅଭିନୟ ଦୁନିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପରେ ସେ କଥା ଅନକହୀରେ ଅଭିନୟ କରିଥିଲେ ।[୬] ୨୦୨୩ ମସିହାରେ, ସେ ୟେ ରିସ୍ତା କ୍ୟା କେହଲତା ହୈରେ ଓକିଲ ଅକ୍ଷରା ଶର୍ମା ଭୂମିକାରେ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପ୍ରୀତି ଅମିନ ୨୦୧୪ ମସିହାରେ, ଆମେରିକାରେ କାର୍ଯ୍ୟରତ ମାନସିକ ରୋଗ ବିଶେଷଜ୍ଞ ଲିଓନେଲ୍ ପେରେରାଙ୍କୁ ବିବାହ କରିଥିଲେ । ଏବେ ସେ ମୁମ୍ବାଇରେ ରହୁଛନ୍ତି ।[୭]

ଆଧାର[ସମ୍ପାଦନା]

  1. "India's Best Cinestars Ki Khoj: Will It Work This Time?". Business Insider. 5 July 2014. Retrieved 10 June 2015.
  2. Siddiqui, Iqbal (2017-05-12). "Top 10 Telugu Serials Of All Time". Tell Me Nothing. Archived from the original on 2020-06-23. Retrieved 2017-05-14.
  3. "Priti Amin in Khoobsurat - Times of India". The Times of India (in ଇଂରାଜୀ). Retrieved 2019-09-01.
  4. "Will not join `Lapataganj 2`, says Preeti Amin". Zee News. 20 May 2013. Retrieved 10 June 2015.
  5. "Preeti Amin & Arvind Kumar to judge a TV show". The Times of India. 27 February 2014. Retrieved 10 June 2015.
  6. "Preeti Amin to take over from Pranali Rathod to play the older Akshara in Yeh Rishta Kya Kehlata Hai". Times of India. Retrieved 2023-10-21.
  7. "Preeti Amin has a church wedding". The Times of India. 29 October 2014. Retrieved 10 June 2015.

ବାହାର ଲିଙ୍କ୍[ସମ୍ପାଦନା]