ପ୍ରୀତମ

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ରୀତମ ଚକ୍ରବର୍ତ୍ତୀ
Pritam Chakraborty at the 5th GiMA Awards.jpg
Pritam at the 5th Global Indian Music Academy Awards, 2015
ମୂଳ ନାମ
প্রীতম চক্রবর্ত্তী
ଜନ୍ମ ଓ ଜନ୍ମସ୍ଥାନ୧୪ ଜୁନ ୧୯୭୧ (1971-06-14) (୪୭ ବର୍ଷ)
ଘରMumbai, Maharashtra, India
ଜାତୀୟତାIndian
ଶିକ୍ଷାPresidency College
ଶିକ୍ଷାନୁଷ୍ଠାନଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ
ଜୀବିକା
  • Composer
  • Music Director
  • Singer
  • Record Producer
  • Instrumentalist
ପୈତୃକ ବାସସ୍ଥାନKolkata
ଜୀବନସାଥିSmita Chakraborty
ବାପା ବୋଉ
  • Prabodh Chakraborty
  • Anuradha Chakraborty
Musical career
ଶୈଳୀFilm songs, Pop, Sufi, Rock, classical
ବାଦ୍ୟଯନ୍ତ୍ରGuitar,[୧] Vocals[୨]
କାର୍ଯ୍ୟକାଳ2001 – present
ଲେବେଲTips, Sony, Eros, T-Series
Associated actsChandrabindoo, Metro

ପ୍ରୀତମ ଚକ୍ରବର୍ତ୍ତୀ (ଜନ୍ମ ୧୪ ଜୁନ ୧୯୭୧) ଜଣେ ବଲିଉଡ଼ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ, ଗୀଟାର ବାଦକ ଏବଂ ରେକର୍ଡ ପ୍ରଡ୍ୟୁସର । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ କାଳ ମଧ୍ୟରେ ସେ ବଲିଉଡ ପାଇଁ ତିଆରି କରିଛନ୍ତି ଅନେକ ଲୋକ ପ୍ରିୟ ଧୁନ୍ । ଫିଲ୍ମ "ଧୁମ" ଏବଂ "ଦିଲୱାଲେ"ରେ ତାଙ୍କର ପ୍ରମୁଖ କଣ୍ଠ ସ୍ୱର ଶୁଣିବାକୁ ମିଳିଛି । ପ୍ରୀତମ ୧୦୦ରୁ ଅଧିକ ଫିଲ୍ମରେ ମ୍ୟୁଜିକ କମ୍ପୋଜ୍ କରିଛନ୍ତି । ତାଙ୍କ ସଙ୍ଗୀତରେ; ସୁଫି/ଭାଙ୍ଗଡ଼ା, ଫୋକ୍/ୱେଷ୍ଟେର୍ନ ପରି ସବୁ ପ୍ରକାରର ଏକ ମଧୁର ସମ୍ମିଳନ ଦେଖିବାକୁ ମିଳିଥାଏ । ସେଥିପାଇଁ ତାଙ୍କୁ ସମକାଳୀନ ଯୁବ ସଙ୍ଗୀତ ନିର୍ଦ୍ଦେଶକ ମାନଙ୍କ ମଧ୍ୟରେ ଜଣେ ଭର୍ଷାଟାଇଲ ସଙ୍ଗୀତ ନିର୍ଦ୍ଦେଶକ ବୋଲି କୁହାଯାଏ । ନିଜର ସଙ୍ଗୀତ ସର୍ଜନା ପାଇଁ - ଦୁଇଥର ଫିଲ୍ମ ଫେୟାର୍ ଆୱାର୍ଡ, ଚାରିଥର ଜି ସିନେ ଆୱାର୍ଡ, ତିନିଥର ସ୍କ୍ରିନ୍ ଆୱାର୍ଡ ଏବଂ ତିନିଥର ଆଇଫା ଆୱାର୍ଡ ପାଇଛନ୍ତି ।

ପ୍ରାଥମିକ ଜୀବନ[ସମ୍ପାଦନା]

୧୯୭୧ ମସିହା ଜୁନ ୧୪ ତାରିଖରେ ଏକ ମଧ୍ୟବିତ ବଙ୍ଗାଳି ପରିବାରରେ ପ୍ରୀତମଙ୍କ ଜନ୍ମ ।[୩] ବାପାଙ୍କ ନାମ "ପ୍ରବୋଧ ଚକ୍ରବର୍ତ୍ତୀ" ଓ ମା'ଙ୍କ ନାମ "ଅନୁରାଧା ଚକ୍ରବର୍ତ୍ତୀ" । ବାପା ଥିଲେ ଜଣେ ବୀମା ଅଧିକାରୀ , ସେ ମଧ୍ୟ ଥିଲେ ଜଣେ ଯନ୍ତ୍ର ସଙ୍ଗୀତ ବାଦକ । ବଳକା ସମୟରେ ସେ ଛୋଟ ପିଲାଙ୍କୁ ବାଦ୍ୟ ଯନ୍ତ୍ର ଶିକ୍ଷା ଦେଉଥିଲେ । କିନ୍ତୁ ଏକ ଦୁର୍ଘଟଣାରେ ସେ ନିଜ ଚାକିରି ହରାଇ ବସିଲେ । ଫଳରେ ସେ କେବଳ ସମସ୍ତ ସମୟ ବାଦ୍ୟଯନ୍ତ୍ର ଶିଖାଇବାରେ ଅତିବାହିତ କଲେ । ପ୍ରୀତମ ନିଜର ଉଭୟ ଯନ୍ତ୍ରସଙ୍ଗୀତ ଓ କଣ୍ଠସଙ୍ଗୀତ ଶିକ୍ଷା ନିଜ ବାପାଙ୍କ ଠାରୁ ଆରମ୍ଭ କରିଥିଲେ । ଗୀଟାର ଥିଲା ପ୍ରୀତମଙ୍କର ପ୍ରିୟ ବାଦ୍ୟ ଯନ୍ତ୍ର । ସେ ସେଇଥିରେ ନିଜକୁ ପାରଙ୍ଗମ କରିବାକୁ ପ୍ରୟାସ କରୁଥିଲେ ।

ପୁନେରେ ପ୍ରୀତମ[ସମ୍ପାଦନା]

"ସେଣ୍ଟ ଜେମ୍ସ ବିଦ୍ୟାଳୟ"ରେ ପାଠପଢ଼ା ଆରମ୍ଭ କରିଥିବା ପ୍ରୀତମ "ପ୍ରେସିଡ଼େନ୍ସି କଲେଜ"ରୁ ଜିଓଲୋଜିରେ ସ୍ନାତକ ହାସଲ କରିଥିଲେ । ତେବେ ଏମ.ଏସ.ସି କରିବା ପୁର୍ବରୁ ସେ ମ୍ୟୁଜିକକୁ କ୍ୟାରିଅର କରିବା ପାଇଁ ନିଷ୍ପତ୍ତି ନେଲେ । ତେଣୁ ପାଠପଢ଼ା ଛାଡ଼ି ସେ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରେ ସାଉଣ୍ଡ ରେକର୍ଡ଼ିଂ ଓ ସାଉଣ୍ଡ ଇଂଜିନିୟରିଂରେ ନାମ ଲେଖାଇଲେ । ପୁନେରେ ପଢୁଥିବା ବେଳେ ସେ ହଙ୍ଗେରିଆନ୍ ଫିଲ୍ମ ନିର୍ମାତା ଇସ୍ତ ଭାନ୍ ଗାଲଙ୍କ ଏକ ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ କରିବାରେ ସୁଯୋଗ ପାଇଥିଲେ । ଏହା ତାଙ୍କର ପ୍ରଥମ ମ୍ୟୁଜିକ ଅଫର ଥିଲା । ପୁନେରେ ଶିକ୍ଷା ଶେଷ ହେବାପରେ ସେ "ଚନ୍ଦ୍ରବିନ୍ଦୁ" ନାମକ ଏକ ବଙ୍ଗଳା ବ୍ୟାଣ୍ଡରେ ଯୋଗ ଦେଲେ । ପରେ ସେ କେତେଜଣ ପ୍ରେସିଡ଼େନ୍ସି ବ୍ୟାଚମେଣ୍ଟଙ୍କୁ ନେଇ ଗଠନ କଲେ ବ୍ୟାଣ୍ଡ - "ଜତୁଗୃହେର୍ ପକ୍ଷୀ" । ଏଥିରେ ସେ ଥିଲେ ଜଣେ ଗୀଟାର ବାଦକ ।

ପ୍ରି-ବଲିଉଡ[ସମ୍ପାଦନା]

୧୯୯୭ ମସିହାରେ ପ୍ରୀତମ ମୁମ୍ବାଇ ଆସି; ଶାନ୍ତୁନୁ ମୋଇତ୍ରି, ରାଜକୁମାର ହୀରାନୀ, ସଞ୍ଜୟ ଏବଂ ଜିତ୍ ଗାଙ୍ଗୁଲିଙ୍କ ସହ ମିଶି ଲମ୍ବା ଯାତ୍ରା ଆରମ୍ଭ କରିଥିଲେ । ପ୍ରୀତମଙ୍କୁ ପ୍ରଥମେ କିଛି ଆର୍ଡ଼ର ଜିଙ୍ଗଲ ମିଳିଲା କମ୍ପୋଜ୍ କରିବା ପାଇଁ; ସେ ଗୁଡ଼ିକ ହେଲା - ସନ୍ତୁର୍, ଇମାମୀ, ହେଡ୍ ଆଣ୍ଡ ସୋଲଡର୍ସ, ଥମ୍ସଅପ, ଲିମକା ଓ କମ୍ପ୍ଲାନ୍ । ସେହିପରି "ଅସ୍ତିତ୍ୱ, କାବ୍ୟାଞ୍ଜଳି, ୟେ ମେରୀ ଲାଇଫ ହେ, କାଶ୍ମୀର, ମିଲି ଏବଂ ଦିଲ କ୍ୟା କରେ" ପରି କେତେକ ଲୋକପ୍ରିୟ ଟେଲି-ଧାରାବାହିକ ପାଇଁ ମଧ୍ୟ ଟାଇଟଲ ଟ୍ରାକ କମ୍ପୋଜ୍ କରିଥିଲେ ।

ଧୁମରୁ ଆରମ୍ଭ[ସମ୍ପାଦନା]

ପ୍ରୀତମଙ୍କ ଅସଲ ବଲିଉଡ ଯାତ୍ରା ଆରମ୍ଭ ହୋଇଥିଲା "ସଞ୍ଜୟ ଗାଧଭୀ"ଙ୍କ "ଧୁମ" ଫିଲ୍ମରୁ । ଏହାର ମ୍ୟୁଜିକ ଟ୍ରାକ ନିର୍ମାଣ ଦାଇତ୍ୱ ତାଙ୍କ ଉପରେ ଥିଲା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ସହିତ ୱେଷ୍ଟର୍ନ ରକର ସୁନ୍ଦର ସମ୍ମିଶ୍ରଣ କରିଥିଲେ 'ଧୁମ' ଫିଲ୍ମର ଗୀତକୁ, ଯାହା ତାଙ୍କୁ ରାତି-ରାତି ଖ୍ୟାତିର ଶିର୍ସକରେ ପହଞ୍ଚାଇ ଥିଲା । ଏହାର ଟାଇଟଲ ଗୀତ "ସୁନିଧି ଚୌହାନ୍"ଙ୍କଦ୍ୱାରା ପରିବେସିତ । ଆମେରିକା, ବ୍ରିଟେନ୍ ଆଦି ଦେଶରେ ଏହା ଏକ ଲୋକ ପ୍ରିୟ ପବ୍ ମ୍ୟୁଜିକ ବନି ଯାଇଥିଲା । ଏହି ଗୀତକୁ "ବେଷ୍ଟ ଟ୍ରାକ ଅଫ ଦି ଇୟର" ଭାବେ "ଜି ସିନେ ଆୱାର୍ଡ" ମିଳିଥିଲା । ଧୁମରୁ ଆରମ୍ଭ ତାଙ୍କର ସଫଳତା ଯାତ୍ରା ଏ ପର୍ଯ୍ୟନ୍ତ ଜାରି ରହିଛି ଏବଂ ଅଗକୁ ମଧ୍ୟ ଜାରି ରହିବ ।

ଆଧାର[ସମ୍ପାଦନା]

  1. "Pritam Playing Guitar". Prosenjit Das. Retrieved 2011-09-19.
  2. "Song Listing for Pritam". MySwar. Retrieved 2016-01-20.
  3. "Pritam Chakraborty Biography". cinemagigs. Retrieved 2015-11-19.