ପ୍ରୀତମ

ଉଇକିପିଡ଼ିଆ‌ରୁ
ପ୍ରୀତମ ଚକ୍ରବର୍ତ୍ତୀ
প্রীতম চক্রবর্ত্তী
Pritam at the 5th Global Indian Music Academy Awards, 2015
Born (1971-06-14) ୧୪ ଜୁନ ୧୯୭୧ (ବୟସ ୫୨)
NationalityIndian
EducationPresidency College
Alma materଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ
Occupations
  • Composer
  • Music Director
  • Singer
  • Record Producer
  • Instrumentalist
SpouseSmita Chakraborty
Parents
  • Prabodh Chakraborty
  • Anuradha Chakraborty
Musical career
ଶୈଳୀFilm songs, Pop, Sufi, Rock, classical
ବାଦ୍ୟଯନ୍ତ୍ରGuitar,[୧] Vocals[୨]
କାର୍ଯ୍ୟକାଳ2001 – present
ଲେବଲTips, Sony, Eros, T-Series
ଅନ୍ୟ ଅଂଶଗ୍ରହଣChandrabindoo, Metro

ପ୍ରୀତମ ଚକ୍ରବର୍ତ୍ତୀ (ଜନ୍ମ ୧୪ ଜୁନ ୧୯୭୧) ଜଣେ ବଲିଉଡ଼ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ, ଗୀଟାର ବାଦକ ଏବଂ ରେକର୍ଡ ପ୍ରଡ୍ୟୁସର । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ କାଳ ମଧ୍ୟରେ ସେ ବଲିଉଡ ପାଇଁ ତିଆରି କରିଛନ୍ତି ଅନେକ ଲୋକ ପ୍ରିୟ ଧୁନ୍ । ଫିଲ୍ମ "ଧୁମ" ଏବଂ "ଦିଲୱାଲେ"ରେ ତାଙ୍କର ପ୍ରମୁଖ କଣ୍ଠ ସ୍ୱର ଶୁଣିବାକୁ ମିଳିଛି । ପ୍ରୀତମ ୧୦୦ରୁ ଅଧିକ ଫିଲ୍ମରେ ମ୍ୟୁଜିକ କମ୍ପୋଜ୍ କରିଛନ୍ତି । ତାଙ୍କ ସଙ୍ଗୀତରେ; ସୁଫି/ଭାଙ୍ଗଡ଼ା, ଫୋକ୍/ୱେଷ୍ଟେର୍ନ ପରି ସବୁ ପ୍ରକାରର ଏକ ମଧୁର ସମ୍ମିଳନ ଦେଖିବାକୁ ମିଳିଥାଏ । ସେଥିପାଇଁ ତାଙ୍କୁ ସମକାଳୀନ ଯୁବ ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ଜଣେ ଭର୍ଷାଟାଇଲ ସଙ୍ଗୀତ ନିର୍ଦ୍ଦେଶକ ବୋଲି କୁହାଯାଏ । ନିଜର ସଙ୍ଗୀତ ସର୍ଜନା ପାଇଁ - ଦୁଇଥର ଫିଲ୍ମ ଫେୟାର୍ ଆୱାର୍ଡ, ଚାରିଥର ଜି ସିନେ ଆୱାର୍ଡ, ତିନିଥର ସ୍କ୍ରିନ୍ ଆୱାର୍ଡ ଏବଂ ତିନିଥର ଆଇଫା ଆୱାର୍ଡ ପାଇଛନ୍ତି ।

ପ୍ରାଥମିକ ଜୀବନ[ସମ୍ପାଦନା]

୧୯୭୧ ମସିହା ଜୁନ ୧୪ ତାରିଖରେ ଏକ ମଧ୍ୟବିତ ବଙ୍ଗାଳି ପରିବାରରେ ପ୍ରୀତମଙ୍କ ଜନ୍ମ ।[୩] ବାପାଙ୍କ ନାମ "ପ୍ରବୋଧ ଚକ୍ରବର୍ତ୍ତୀ" ଓ ମା'ଙ୍କ ନାମ "ଅନୁରାଧା ଚକ୍ରବର୍ତ୍ତୀ" । ବାପା ଥିଲେ ଜଣେ ବୀମା ଅଧିକାରୀ , ସେ ମଧ୍ୟ ଥିଲେ ଜଣେ ଯନ୍ତ୍ର ସଙ୍ଗୀତ ବାଦକ । ବଳକା ସମୟରେ ସେ ଛୋଟ ପିଲାଙ୍କୁ ବାଦ୍ୟ ଯନ୍ତ୍ର ଶିକ୍ଷା ଦେଉଥିଲେ । କିନ୍ତୁ ଏକ ଦୁର୍ଘଟଣାରେ ସେ ନିଜ ଚାକିରି ହରାଇ ବସିଲେ । ଫଳରେ ସେ କେବଳ ସମସ୍ତ ସମୟ ବାଦ୍ୟଯନ୍ତ୍ର ଶିଖାଇବାରେ ଅତିବାହିତ କଲେ । ପ୍ରୀତମ ନିଜର ଉଭୟ ଯନ୍ତ୍ରସଙ୍ଗୀତ ଓ କଣ୍ଠସଙ୍ଗୀତ ଶିକ୍ଷା ନିଜ ବାପାଙ୍କଠାରୁ ଆରମ୍ଭ କରିଥିଲେ । ଗୀଟାର ଥିଲା ପ୍ରୀତମଙ୍କର ପ୍ରିୟ ବାଦ୍ୟ ଯନ୍ତ୍ର । ସେ ସେଇଥିରେ ନିଜକୁ ପାରଙ୍ଗମ କରିବାକୁ ପ୍ରୟାସ କରୁଥିଲେ ।

ପୁନେରେ ପ୍ରୀତମ[ସମ୍ପାଦନା]

"ସେଣ୍ଟ ଜେମ୍ସ ବିଦ୍ୟାଳୟ"ରେ ପାଠପଢ଼ା ଆରମ୍ଭ କରିଥିବା ପ୍ରୀତମ "ପ୍ରେସିଡ଼େନ୍ସି କଲେଜ"ରୁ ଜିଓଲୋଜିରେ ସ୍ନାତକ ହାସଲ କରିଥିଲେ । ତେବେ ଏମ.ଏସ.ସି କରିବା ପୁର୍ବରୁ ସେ ମ୍ୟୁଜିକକୁ କ୍ୟାରିଅର କରିବା ପାଇଁ ନିଷ୍ପତ୍ତି ନେଲେ । ତେଣୁ ପାଠପଢ଼ା ଛାଡ଼ି ସେ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରେ ସାଉଣ୍ଡ ରେକର୍ଡ଼ିଂ ଓ ସାଉଣ୍ଡ ଇଂଜିନିୟରିଂରେ ନାମ ଲେଖାଇଲେ । ପୁନେରେ ପଢୁଥିବା ବେଳେ ସେ ହଙ୍ଗେରିଆନ୍ ଫିଲ୍ମ ନିର୍ମାତା ଇସ୍ତ ଭାନ୍ ଗାଲଙ୍କ ଏକ ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ କରିବାରେ ସୁଯୋଗ ପାଇଥିଲେ । ଏହା ତାଙ୍କର ପ୍ରଥମ ମ୍ୟୁଜିକ ଅଫର ଥିଲା । ପୁନେରେ ଶିକ୍ଷା ଶେଷ ହେବାପରେ ସେ "ଚନ୍ଦ୍ରବିନ୍ଦୁ" ନାମକ ଏକ ବଙ୍ଗଳା ବ୍ୟାଣ୍ଡରେ ଯୋଗ ଦେଲେ । ପରେ ସେ କେତେଜଣ ପ୍ରେସିଡ଼େନ୍ସି ବ୍ୟାଚମେଣ୍ଟଙ୍କୁ ନେଇ ଗଠନ କଲେ ବ୍ୟାଣ୍ଡ - "ଜତୁଗୃହେର୍ ପକ୍ଷୀ" । ଏଥିରେ ସେ ଥିଲେ ଜଣେ ଗୀଟାର ବାଦକ ।

ପ୍ରି-ବଲିଉଡ[ସମ୍ପାଦନା]

୧୯୯୭ ମସିହାରେ ପ୍ରୀତମ ମୁମ୍ବାଇ ଆସି; ଶାନ୍ତୁନୁ ମୋଇତ୍ରି, ରାଜକୁମାର ହୀରାନୀ, ସଞ୍ଜୟ ଏବଂ ଜିତ୍ ଗାଙ୍ଗୁଲିଙ୍କ ସହ ମିଶି ଲମ୍ବା ଯାତ୍ରା ଆରମ୍ଭ କରିଥିଲେ । ପ୍ରୀତମଙ୍କୁ ପ୍ରଥମେ କିଛି ଆର୍ଡ଼ର ଜିଙ୍ଗଲ ମିଳିଲା କମ୍ପୋଜ୍ କରିବା ପାଇଁ; ସେ ଗୁଡ଼ିକ ହେଲା - ସନ୍ତୁର୍, ଇମାମୀ, ହେଡ୍ ଆଣ୍ଡ ସୋଲଡର୍ସ, ଥମ୍ସଅପ, ଲିମକା ଓ କମ୍ପ୍ଲାନ୍ । ସେହିପରି "ଅସ୍ତିତ୍ୱ, କାବ୍ୟାଞ୍ଜଳି, ୟେ ମେରୀ ଲାଇଫ ହେ, କାଶ୍ମୀର, ମିଲି ଏବଂ ଦିଲ କ୍ୟା କରେ" ପରି କେତେକ ଲୋକପ୍ରିୟ ଟେଲି-ଧାରାବାହିକ ପାଇଁ ମଧ୍ୟ ଟାଇଟଲ ଟ୍ରାକ କମ୍ପୋଜ୍ କରିଥିଲେ ।

ଧୁମରୁ ଆରମ୍ଭ[ସମ୍ପାଦନା]

ପ୍ରୀତମଙ୍କ ଅସଲ ବଲିଉଡ ଯାତ୍ରା ଆରମ୍ଭ ହୋଇଥିଲା "ସଞ୍ଜୟ ଗାଧଭୀ"ଙ୍କ "ଧୁମ" ଫିଲ୍ମରୁ । ଏହାର ମ୍ୟୁଜିକ ଟ୍ରାକ ନିର୍ମାଣ ଦାଇତ୍ୱ ତାଙ୍କ ଉପରେ ଥିଲା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ସହିତ ୱେଷ୍ଟର୍ନ ରକର ସୁନ୍ଦର ସମ୍ମିଶ୍ରଣ କରିଥିଲେ 'ଧୁମ' ଫିଲ୍ମର ଗୀତକୁ, ଯାହା ତାଙ୍କୁ ରାତି-ରାତି ଖ୍ୟାତିର ଶିର୍ସକରେ ପହଞ୍ଚାଇ ଥିଲା । ଏହାର ଟାଇଟଲ ଗୀତ "ସୁନିଧି ଚୌହାନ୍"ଙ୍କଦ୍ୱାରା ପରିବେସିତ । ଆମେରିକା, ବ୍ରିଟେନ୍ ଆଦି ଦେଶରେ ଏହା ଏକ ଲୋକ ପ୍ରିୟ ପବ୍ ମ୍ୟୁଜିକ ବନି ଯାଇଥିଲା । ଏହି ଗୀତକୁ "ବେଷ୍ଟ ଟ୍ରାକ ଅଫ ଦି ଇୟର" ଭାବେ "ଜି ସିନେ ଆୱାର୍ଡ" ମିଳିଥିଲା । ଧୁମରୁ ଆରମ୍ଭ ତାଙ୍କର ସଫଳତା ଯାତ୍ରା ଏ ପର୍ଯ୍ୟନ୍ତ ଜାରି ରହିଛି ଏବଂ ଅଗକୁ ମଧ୍ୟ ଜାରି ରହିବ ।

ଆଧାର[ସମ୍ପାଦନା]

  1. "Pritam Playing Guitar". Prosenjit Das. Retrieved 2011-09-19.
  2. "Song Listing for Pritam". MySwar. Archived from the original on 2016-03-24. Retrieved 2016-01-20.
  3. "Pritam Chakraborty Biography". cinemagigs. Archived from the original on 2016-01-01. Retrieved 2015-11-19.