ପ୍ରହଲ୍ଲାଦ ସିନ୍ଧେ

ଉଇକିପିଡ଼ିଆ‌ରୁ
ପ୍ରହଲ୍ଲାଦ ସିନ୍ଧେ
ଜନ୍ମ
ପ୍ରହଲ୍ଲାଦ ଭଗବାନରାଓ ସିନ୍ଧେ

୧୯୩୩
ମୃତ୍ୟୁ୨୩ ଜୁନ ୨୦୦୪(2004-06-23) (ବୟସ ୭୦–୭୧)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଗାୟକ, ତବଲା ବାଦକ
ସନ୍ତାନଆନନ୍ଦ ସିନ୍ଧେ
ମିଲିନ୍ଦ ସିନ୍ଧେ
ଦିନକର ସିନ୍ଧେ

ପ୍ରହଲ୍ଲାଦ ଭଗବାନରାଓ ସିନ୍ଧେ (୧୯୩୩ – ୨୩ ଜୁନ ୨୦୦୪) ଜଣେ ଭାରତୀୟ-ମରାଠୀ ଗାୟକ ଥିଲେ । ସେ ଭକ୍ତି ଗୀତ, ଆମ୍ବେଦକରାଇଟ୍ ଗୀତ ଏବଂ କବାଲି ଆଦି ଗାୟକ ପାଇଁ ପ୍ରସିଦ୍ଧ ଥିଲେ ।[୧][୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପ୍ରହଲ୍ଲାଦ ୧୯୩୩ ମସିହାରେ ଅହମ୍ମଦନଗରର ପିମ୍ପଲଗାଁ ଗ୍ରାମରେ ଭଗବନରାଓ ଏବଂ ସୋନାବାଇ ସିନ୍ଧେଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ତିନି ଭାଇଙ୍କ ମଧ୍ୟରେ ସେ ସାନ ଥିଲେ । ପିଲାଦିନେ ତାଙ୍କ ପରିବାର ଦାରିଦ୍ରତା ପାଇଁ ସେ ତାଙ୍କ ପିତାମାତାଙ୍କ ସହିତ କିର୍ତ୍ତନରେ ଏବଂ ରାସ୍ତାଘାଟରେ ଗୀତ ଗାଇବା ଆରମ୍ଭ କରିଥିଲେ । ଛୋଟବେଳୁ ସେ ଇସମାଇଲ ଆଜାଦଙ୍କ ଦଳରେ ତବଲା ବାଦକ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ହାଇଦର କି ତଲୱାର୍ ଗୀତରେ ଜଣେ ପ୍ରଚ୍ଛଦପଟ ଗାୟକ ଭାବରେ ଏହାର କିଛି ଅଂଶ ଗାଇଥିଲେ । ତାଙ୍କ ପ୍ରଥମ ଭକ୍ତି ଆଲବମ୍ ଏଚ୍ଏମ୍‌ଭିଦ୍ୱାରା ମୁକ୍ତିଲାଭ କରିଥିଲା । ସେ ଅନେକ ଭକ୍ତିଗୀତ ଏବଂ ଲୋକଗୀତ ଗାଇଥିଲେ ଯାହା ତାଙ୍କୁ ମହାରାଷ୍ଟ୍ରରେ ପ୍ରସିଦ୍ଧ କରିଥିଲା । ସେ କିଛି କବାଲି ମଧ୍ୟ ଗାଇଥିଲେ ।[୩]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସେ ରୁକମଣିବାଇଙ୍କୁ ବିବାହ କରିଥିଲେ । ଗାୟକ ଆନନ୍ଦ ସିନ୍ଧେ, ମିଲିନ୍ଦ ସିନ୍ଧେ ଏବଂ ଦିନକର ସିନ୍ଧେ ତାଙ୍କର ପୁଅ ।[୪] ଆନନ୍ଦଙ୍କ ପୁଅ ଆଦର୍ଶ ସିନ୍ଧେ, ଉତ୍କର୍ଷ ଏବଂ ହର୍ଷଦ ତାଙ୍କର ନାତି ।[୫][୬] ସିନ୍ଧେ ପରିବାର ବି.ଆର. ଆମ୍ବେଦକରଙ୍କଦ୍ୱାରା ପ୍ରଭାବିତ ହୋଇ ବୌଦ୍ଧ ଧର୍ମ ଅନୁସରଣ କରିଛନ୍ତି ।[୭]

ଆଧାର[ସମ୍ପାଦନା]

  1. "Bhimrao Ambedkar: The song he died for". The Times of India. 24 May 2015.
  2. "Folk rhythm represents the true spirit of Indian music: 'Sairaat' music directors Ajay and Atul Gogavale". DNA. 10 April 2016.
  3. Maitreya, Yogesh. "Dalit shahirs of Maharashtra: Prahlad Shinde's dual approaches to music". Firstpost (in ଇଂରାଜୀ). Retrieved 9 June 2020.
  4. Ramachandra, Pramod (24 June 2018). "Great SWARSURYA- Hon. Pralhad Sindhe". ambedkaree.com. Retrieved 10 June 2020.[permanent dead link]
  5. Shetty, Anjali (15 June 2019). "My father opened a treasure-trove for me: Aadarsh Shinde". Hindustan Times (in ଇଂରାଜୀ). Pune. Retrieved 9 June 2020.
  6. "Dalit shahirs of Maharashtra: Adarsh Shinde takes forward third generation of Bhim Geete". Firstpost. Archived from the original on 27 May 2019. Retrieved 17 June 2019.
  7. "PHOTOS: परिणय सूत्र में बंधे मराठी सिंगर आदर्श शिंदे, शादी में जम कर हुआ धमाल". Dainik Bhaskar. 29 May 2015. Archived from the original on 17 June 2019. Retrieved 18 June 2019.