ପ୍ରବାସୀ ଶ୍ରମିକ

ଉଇକିପିଡ଼ିଆ‌ରୁ

କାମ ଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକମାନଙ୍କୁ ପ୍ରବାସୀ ଶ୍ରମିକ କୁହାଯାଏ । ଓଡ଼ିଶାରେ ଏହି ସମସ୍ୟା ଦିନ‌କୁ ଦିନ ଗମ୍ଭିର ହେବାରେ ଲାଗିଛି । ବିଶେଷକରି ୧୯୯୯ ମସିହାର ମହାବାତ୍ୟା ପରେ ଏହା ବଢ଼ିବାରେ ଲାଗିଛି । ବିଶେଷକରି ପଶ୍ଛିମ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ରାୟପୁର ଅଞ୍ଛଳକୁ ଇଟାଭାଟିରେ କାମ ପାଇଁ ପରିବାର ସ‌ହ ଲୋକମାନେ ଯାଇଥାନ୍ତି । ସେଠାରେ ନାନା ପ୍ରକାରର ଶୋଷଣର ଶିକାର ହୋଇଥାନ୍ତି । ଏପରିକି ଅନେକ ସମୟରେ ଇଟାଭାଟିର ମାଲିକମାନେ ସେମାନଙ୍କୁ ବନ୍ଧକ ରଖିଦିଅନ୍ତି । ସେହିପରି ଦକ୍ଷିଣ ଓଡ଼ିଶାରୁ ଅନେକ ଲୋକ ଦାଦନ ଖଟିବାକୁ ସୁଦୁର ସୁରାଟ, ମୁମ୍ବଇ ଇତ୍ୟାଦି ଯାଗାକୁ ଯାଇଥାନ୍ତି । ଏବେ ଦିନକୁ ଦିନ ଅଧିକରୁ ଅଧିକ ଯୁବକମାନେ ଉପକୂଳ ଓଡ଼ିଶାରୁ କେରଳ, ତାମିଲନାଡୁ,ହୈଦେରାବାଦ ଆଦି ଯାଗାକୁ ‌‌‌‌‌‌‌‌‌‌‌‌ ‌‌ବ‌ହୁ ମାତ୍ରାରେ ଯାଉଛନ୍ତି । ପ୍ରବାସୀ ଶ୍ରମିକମାନଙ୍କ ଦିନ‌କୁଦିନ ବଡଢ଼ୁଥିବା ସଂଖ୍ୟା ସ‌ହିତ ତାଳଦେଇ ସେମାନଙ୍କର ସମସ୍ୟା ମଧ୍ୟ ବଢ଼ି ଚାଲିଛି । ବିନା ପରିଚୟ ପତର ରେ, ବିନା ଲାଈସେନ୍ସରେ ବାହାର ରାଜ୍ୟକୁ ଯାଈ ଠିକାଦାରମାନଙ୍କଦ୍ୱାରା ବିଭିନ୍ନ ବିପଦଜନ କ କାମରେ ନିଯୁକ୍ତ ହୋଇଥାନ୍ତି । ସେଠାରେ ସେମାନଙ୍କୁ ଠିକ୍ରେ ମଜୁରି ମିଳି ନ ଥାଏ,ଭଲରେ ଖାଈବାକୁ ମିଳି ନ ଥାଏ,ରହିବା ପାଈଂ ଅସ୍ୱାସ୍ଥ୍ଯକର ପରିବେଶ ମିଳିଥାଏ । ଅନେକ ସମୟରେ ସେଠାକାର ପୋଲିସ ମଧ୍ୟ ପରିଚୟ ପତ୍ର ଜାଞ୍ଚ ଆଳରେ ଅନେକ ହ ଈରାଣ ହରକତ କରିଥାନ୍ତି।ଇଟାଭାଟିରେ ଖଟୁଥିବା ଲୋକେ ଅଧିକ ହଈରାଣ ହୋଇଥାନ୍ତି। କାରଣ ସେମାନେ ପିଲାଛୁଆ ନେଇ ଯାଈଥାନ୍ତି । ସାହୁକାରଠାରୁ ଅଗ୍ରୀମ ଆକାରରେ ଟଙ୍କା ନେଇଥିବାରୁ ପରିବାରସହ ଚାରି ଛ ଅ ମାସ ଧରି ସେମାନଙ୍କୁ ଅକ ଥନୀୟ ଯନ୍ତ୍ରଣା ଭୋଗିବାକୁ ପଡେ। କାମରୁ ଫେରିଲାବେଳେ ସେମାନେ ଖାଲି ହାତରେ ଫେରିଥାନ୍ତି।

କିନ୍ତୁ ଉପକୁଳ ଅଞ୍ଚଳରୁ ଯାଉଥିବା ଅର୍ଦ୍ଧ ଶିକ୍ଷିତ ଯୁବକମାନଙ୍କ ସମସ୍ୟା ଟିକେ ଅଲଗା । ସେମାନେ ମୁଖ୍ୟତ କେରଳ, ତାମିଲନାଡୁ, ହୈଦେରାବାଦ, ସୁରଟ, ମୁମ୍ବାଈ, କଲିକତା, ଦିଲ୍ଲୀ ଆଦି ସ୍ଥାନରେ ବିଭିନ୍ନ କମ୍ପାନିରେ କିମ୍ବା କାରଖାନାରେ ଦିନ ମଜୁରୀଆ ହିସାବରେ କାମ କରିଥାନ୍ତି । ଠିକାଦାର ଅବା କମ୍ପାନୀ ଏମାନଙ୍କୁ ଶୋଷଣ କଲେ ମଧ୍ୟ ଏମାନେ ମଜୁରୀ ପାଇଥାନ୍ତି । ‌‌‌‌‌‌

ଆଧାର[ସମ୍ପାଦନା]