ପୋଲିଓ ଟିକା

ଉଇକିପିଡ଼ିଆ‌ରୁ
ପୋଲିଓ ଟିକା
Clinical data
AHFS/Drugs.comMultum Consumer Information
Pregnancy
category
  • C (both OPV and IPV)
Routes of
administration
Parenteral (IPV), By mouth (OPV)
ATC code
Legal status
Legal status
  • Administered by or under the supervision of a health care professional.
Identifiers
ChemSpider
  • none
  (verify)

ପୋଲିଓ ଟିକା ପୋଲିଓମାୟେଲାଇଟିସ (ପୋଲିଓ) ରୋଗ ପ୍ରତିରୋଧ ନିମନ୍ତେ ଉଦ୍ଦିଷ୍ଟ । [୧] ଏହାର ଏକ ପ୍ରକାର ଟିକା ନିଷ୍କ୍ରିୟ ପୋଲିଓ ଭୁତାଣୁ ବ୍ୟବ‌ହାର କରେ ଓ ଇଞ୍ଜେକସନ ଆକାରରେ ଦିଆଯାଏ , ଅନ୍ୟଟି ଦୁର୍ବଳ ଭୁତାଣୁ ବ୍ୟବ‌ହାର କରେ ଓ ପାଟିରେ ଖାଇବାକୁ ଦିଆଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ପିଲାଙ୍କୁ ଏହି ଟିକା ଦେବାକୁ ସୁପାରିସ କରେ । [୧]ପୃଥିବୀର ଅଧିକାଂଶ ସ୍ଥାନରୁ ଏହି ଦୁଇ ପ୍ରକାର ଟିକା ପୋଲିଓ ରୋଗ ନିର୍ମୂଳ କରିଦେଇଛି, [୨][୩] ଓ ରୋଗୀ ସଂଖ୍ୟା ପ୍ରତି ବର୍ଷ କମିଯାଇ ବର୍ଷ ୧୯୮୮ରେ ହୋଇଥିବା ୩୫୦,୦୦୦ରୁ କମିଯାଇ ବର୍ଷ ୨୦୧୪ରେ ୩୫୯ ହୋଇଛି । [୪]

ନିଷ୍କ୍ରିୟ ଟିକା ଅତ୍ୟନ୍ତ ନିରାପଦ । ଇଞ୍ଜେକସନ୍ ଦେବା ସ୍ଥାନ ସାମାନ୍ୟ ଲାଲ ଦେଖାଯାଏ ଓ କଷ୍ଟ ଅନୁଭବ ହୁଏ । ମୁଖ ପୋଲିଓ ଟିକା ନେଇ ଏକ ନିୟୁତ ଡୋଜରେ ୩ ଜଣକୁ ପାରାଲିଟିକ ପୋଲିଓମାୟେଲାଇଟିସ ହୁଏ । ଗର୍ଭାବସ୍ଥାରେ ଓ ସୁସ୍ଥ ଏଚ‌ଆଇଭି/ଏଆଇଡିଏସ ଲୋକଙ୍କ ନିମନ୍ତେ ମଧ୍ୟ ଦୁଇଟିଯାକ ଟିକା ସାଧାରଣତଃ ନିରାପଦ ।[୧]

ପ୍ରଥମ ପୋଲିଓ ଟିକା ନିଷ୍କ୍ରିୟ ଥିଲା । ଏହା ସନ ୧୯୫୫ରେ ଜୋନାସ୍ ସଲ୍‌କ୍ ପ୍ରସ୍ତୁତ କରିଥିଲେ ଓ ୧୯୫୫ରେ ବ୍ୟବ‌ହୃତ ହେଲା ।[୧] ପାଟି ପୋଲିଓ ଟିକା ଆଲ୍‌ବର୍ଟ ସାବିନ ପ୍ରସ୍ତୁତ କରିଥିଲେ ଓ ବ୍ୟବସାୟିକ ଭିତ୍ତିରେ ପ୍ରଥମେ ସନ ୧୯୬୧ରେ ବ୍ୟବ‌ହୃତ ହେଲା ।[୧][୫]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ୦.୨୫ ଆମେରିକୀୟ ଡଲାର ଥିଲା ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ନିଷ୍କ୍ରିୟ ଟିକାର ମୂଲ୍ୟ ୨୫ରୁ ୫୦ ଡଲାର ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Polio vaccines: WHO position paper, January 2014" (PDF). Wkly Epidemiol Rec. 89 (9): 73–92. 2014 Feb 28. PMID 24707513. {{cite journal}}: Check date values in: |date= (help)
  2. Aylward RB (2006). "Eradicating polio: today's challenges and tomorrow's legacy". Annals of Tropical Medicine and Parasitology. 100 (5–6): 401–13. doi:10.1179/136485906X97354. PMID 16899145.
  3. Schonberger L, Kaplan J, Kim-Farley R, Moore M, Eddins D, Hatch M (1984). "Control of paralytic poliomyelitis in the United States". Rev. Infect. Dis. 6 Suppl 2: S424–6. doi:10.1093/clinids/6.Supplement_2.S424. PMID 6740085.{{cite journal}}: CS1 maint: multiple names: authors list (link)
  4. "Poliomyelitis: Fact sheet N°114". World Health Organization. Oct 2015. Retrieved 14 Dec 2015.
  5. Smith, DR; Leggat, PA (2005). "Pioneering figures in medicine: Albert Bruce Sabin--inventor of the oral polio vaccine". The Kurume medical journal. 52 (3): 111–6. doi:10.2739/kurumemedj.52.111. PMID 16422178.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. "Vaccine, Polio". International Drug Price Indicator Guide. Retrieved 6 December 2015.
  8. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 316. ISBN 978-1-284-05756-0.