ପୋନାମ୍ମା ବାବୁ

ଉଇକିପିଡ଼ିଆ‌ରୁ
ପୋନାମ୍ମା ବାବୁ
ଜନ୍ମ (1964-01-26) ୨୬ ଜାନୁଆରୀ ୧୯୬୪ (ବୟସ ୬୦)
ଭରତନାଙ୍ଗନମ, ପାଲାଇ, କୋଟ୍ଟାୟମ, କେରଳ[୧]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୬–ଏବେଯାଏଁ
ବୈବାହିକ-ସାଥୀବାବୁ
ସନ୍ତାନଦୀପ୍ତି ଜେମ୍ସ, ମାଥ୍ୟୁ ଡାମିଏନ୍, ପିଙ୍କି ରବିନ୍
ପିତାମାତା(s)ମତାଇ, ଅଚମ୍ମା Achamma

ପୋନାମ୍ମା ବାବୁ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ମାଲାୟାଲମ କଥାଚିତ୍ର ଜଗତରେ କାମ ପାଇଁ ଜଣାଶୁଣା ।[୨] ସେ ୩୦୦ରୁ ଅଧିକ କଥାଚିତ୍ର, ଟିଭି ଧାରାବାହିକ ଓ କମେଡ଼ି ଶୋ'ରେ ଅଭିନୟ କରିଛନ୍ତି ।[୩] ୧୯୯୬ ମସିହାରେ ସେ ପଦନାୟକାନ ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪]

ଜୀବନ[ସମ୍ପାଦନା]

ପୋନାମ୍ମା ବାବୁ କୋଟ୍ଟାୟମର ପାଲାଇ ସ୍ଥିତ ଭରତନଙ୍ଗମ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଅରୁବିତୁରା ସ୍ଥିତ ସେଣ୍ଟ ଜର୍ଜ ହାଇସ୍କୁଲରୁ ପ୍ରାଥମିକ ଶିକ୍ଷା ଅଧ୍ୟୟନ କରିଥିଲେ । ୧୯୯୬ ମସିହାରେ ସେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, କିନ୍ତୁ ଏହା ପୂର୍ବରୁ ସେ ୧୯୯୩ ମସିହାରୁ ନାଟକରେ କାମ କରିବା ଆରମ୍ଭ କରିଥିଲେ ।[୫] ସ୍କୁଲରେ ପାଠ ପଢ଼ୁଥିବାବେଳେ, ସେ ନୃତଭ୍ୟବନ ବାଲେସଙ୍ଗମ, ପୁଞ୍ଜାରରେ ଯୋଗ ଦେଇଥିଲେ ଏବଂ ପରେ ଇଟ୍ଟୁମାନୁରର ସୁରାଭିଲ ଡ୍ରାମା ଟ୍ରୁପ୍‌ରେ ଯୋଗ ଦେଇଥିଲେ ।[୬] ସେ ସୁରାଭିଲ୍ ଡ୍ରାମା ଟ୍ରୁପ୍‌ର ମାଲିକ ବାବୁଙ୍କୁ ବିବାହ କରିଛନ୍ତି । ତାଙ୍କ ଝି ପିଙ୍କି ଜଣେ ଅଭିନେତ୍ରୀ ।[୫]

ଆଧାର[ସମ୍ପାଦନା]

  1. "മിസ് കുമാരിക്കുശേഷം മിസിസ് പൊന്നമ്മ". Archived from the original on 22 June 2013.
  2. "Actor Ponnamma Babu comes to aid of actor Sethulakshmi". The New Indian Express. Retrieved 2023-11-30.
  3. "I love working on movies than serials: Ponnamma Babu". The Times of India. 2014-06-20. ISSN 0971-8257. Retrieved 2023-11-30.
  4. "ഇപ്പോൾ കറുത്ത ആളുകൾക്കാണ് ഡിമാൻഡ്: ഞാൻ വെളുത്തത് എന്റെ തെറ്റാണോ; വീട്ടിൽ കരി ഓയിൽ വാങ്ങി സൂക്ഷിക്കുന്നുണ്ടെന്ന് പൊന്നമ്മ ബാബു". Samayam Malayalam (in ମାଲାୟଲମ୍). Retrieved 2023-11-30.
  5. ୫.୦ ୫.୧ "Archived copy". Archived from the original on 31 January 2014. Retrieved 23 January 2014.{{cite web}}: CS1 maint: archived copy as title (link)
  6. "ചാച്ചൻ കുടിയനായിരുന്നു, കെട്ടിയോന്റെ ട്രൂപ്പ് പൊളിഞ്ഞപ്പോൾ ഞാൻ സിനിമാക്കാരിയായി; നാടക..." www.marunadanmalayalee.com.

ବାହାର ଲିଙ୍କ୍[ସମ୍ପାଦନା]