ପୀତାମ୍ବର ମିଶ୍ର (ବିଚାରପତି)
ଦେଖଣା
(ପୀତାମ୍ବର ମିଶ୍ରରୁ ଲେଉଟି ଆସିଛି)
ପୀତାମ୍ବର ମିଶ୍ର ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ପୀତାମ୍ବର ମିଶ୍ରଙ୍କ ଜନ୍ମ ୧୯୦୧ ମସିହାରେ ପୁରୀ ଜିଲ୍ଲାରେ ହୋଇଥିଲା । ଆଇନ ଡିଗ୍ରୀ ହାସଲ କରିବା ପରେ ୧୯୨୬ ମସିହାରେ ସେ ପାଟନା ଉଚ୍ଚ ନ୍ୟାୟାଳୟ ବାରରେ ଯୋଗ ଦେଲେ ଏବଂ ଶ୍ରୀ ଗଜେନ୍ଦ୍ର ପ୍ରସାଦ ଦାସଙ୍କ ଅଧୀନରେ ଓକିଲାତି ଆରମ୍ଭ କରିଥିଲେ । ସେ ଓଡିଶାର ପୂର୍ବତନ ଆଡ୍ଭୋକେଟ ଜେନେରାଲ ଶ୍ରୀ ବି.ଏନ୍. ଦାସଙ୍କ ପରେ ଉତ୍ତରାଧିକାରୀ ଭାବେ ଓଡିଶାର ଆଡ୍ଭୋକେଟ ଜେନେରାଲ(Advocate General) ଭାବରେ ନିଯୁକ୍ତ ହୋଇଥିଲେ ।
ସେ ୧୮ ଅଗଷ୍ଟ ୧୯୫୪ ରୁ ୧୯ ଅଗଷ୍ଟ ୧୯୫୫ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-04.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |