ପି. ସାଇନାଥ

ଉଇକିପିଡ଼ିଆ‌ରୁ

ପଲ୍ଲଗୁମ୍ମି ସାଇନାଥ ଭାରତର ସାମ୍ବାଦିକତା କ୍ଷେତ୍ରର ସବୁଠାରୁ ପ୍ରଭାବଶାଳୀ ନାମ ଅଟେ । ୧୯୫୭ ମସିହାରେ ଜନ୍ମ ହୋଇଥିବା ପଲ୍ଲଗୁମ୍ମି ସାଇନାଥ ବା ପି. ସାଇନାଥ ସବୁବେଳେ ଭାରତର ଗ୍ରାମୀଣ ସାମାଜିକ ବିଷୟ ଉପରେ ଗୁରୁତ୍ୱର ସହ କାମ କରି ଆସିଛନ୍ତି । ସାମ୍ବାଦିକତା ସହ ଫଟୋ ସାମ୍ବାଦିକତାରେ ନିଜ ଛାପ ଛାଡିଥିବା ପି. ସାଇନାଥ ନିଜକୁ ଗ୍ରାମୀଣ ସାମ୍ବାଦିକ ବା ଗାଁର ସାମ୍ବାଦିକ ରୂପେ ବିବେଚନା କରନ୍ତି । ସେ ସମାଜର ପଛୁଆ ବର୍ଗ ବିଶେଷ କରି ଗ୍ରାମୀଣ ଜୀବନର ସାମାଜିକ, ଅର୍ଥନୈତିକ ସମସ୍ୟାକୁ ସମସ୍ତଙ୍କ ଆଖି ଆଗରେ ଆଣିବା ପାଇଁ ପ୍ରୟାସ କରିଆସୁଛନ୍ତି ।


ସେ ଦି ହିନ୍ଦୁ  ଖବରକାଗଜରେ ଗ୍ରାମୀଣ ବିଭାଗ ସମ୍ପାଦିକ ଭାବରେ ୨୦୧୪ ଯାଏଁ କାର୍ଯ୍ୟ କରୁଥିଲେ । ଦି ହିନ୍ଦୁରେ କରିଥିବା ତାଙ୍କର ଗତ୬ ବର୍ଷର ରିସର୍ଚ୍ଚ ଓ ଲେଖାକୁ ଇଣ୍ଡିଆ ଟୁଗେଦର ନାମକ ୱେବସାଇଟରେ ସାଇତା ହୋଇ ରଖାଯାଇଛି । ଅମର୍ତ୍ତ୍ୟ ସେନ ତାଙ୍କୁ ଅକାଳ ଓ ମରୁଡିର ପ୍ରଭାବ ଉପରେ କାମ କରିଥିବା ଜଣେ ପ୍ରକୃତ ବିଶେଷଜ୍ଞ ରୂପେ ଆଖ୍ୟା ଦେଇଛନ୍ତି । ତେବେ ୨୦୧୧ରୁ  ପି. ସାଇନାଥ ପିପୁଲ୍ସ ଆର୍କାଇଭ ଅଫ ରୁରାଲ ଇଣ୍ଡିଆ (ପରୀ)ରେ ସଂସ୍ଥାପକ ସମ୍ପାଦକର ଭାର ତୁଲାଉଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପି. ସାଇନାଥ ମାଦ୍ରାସର ଗୋଟିଏ ସମ୍ଭାନ୍ତ ପରିବାରରେ ଜନ୍ମ ନେଇଥିଲେ । ତାଙ୍କ ପିତା ଭି.ଭି ଗିରୀ ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସ ନେତା ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଥଲେ । ଲୋୟଲା କଲେଜରେ ନିଜର ମୂଳ ଶିକ୍ଷା ସମାପ୍ତ କରିବା ପରେ ସେ ଜୱାହର ଲାଲ ନେହେରୁ ମୁକ୍ତ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ ହାସଲ କରିଥିଲେ । ୟୁନାଇଟେଡ ନ୍ୟୁଜ ଅଫ ଇଣ୍ଡିଆରେ ସେ ପ୍ରଥମେ ସାମ୍ବାଦିକ ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ୧୯୮୦ରେ ସେ ନିଉଜ୍ ଏଜେନ୍ସି ତରଫରୁ ସର୍ବୋଚ୍ଚ ବ୍ୟକ୍ତିତ୍ୱ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହାପରେ ସେ ମୁମ୍ବାଇରୁ ପ୍ରକାଶ ପାଉଥିବା ସାପ୍ତାହିକ ଟାବଲଏଡ ପତ୍ରିକାରେ Blitzରେ କାର୍ଯ୍ୟ କରିଥିଲେ, ଯାହାର ବାର୍ଷିକ ସମ୍ପ୍ରସାରଣ ୬୦,୦୦୦ ଥିଲା । ପ୍ରଥମେ ସେ ସେଥରେ ବୈଦେଶିକ ବ୍ୟାପାର ସମ୍ପାଦକ, ପରେ ଡେପୁଟି ସମ୍ପାଦକ ଭାବରେ କାର୍ଯ୍ୟରତ ଥିଲେ । ଗତ ୨୫ ବର୍ଷ ହେବବ ସେ, Asian College of Journalism(ଏସିଅନ କଲେଜ ଅଫ ଜର୍ଣାଲିଜମ)Sophia Polytechnic (ସୋଫିଆ ପଲିଟେକନିକ) କଲେଜର ସୋସିଅଲ କମ୍ୟୁନିକେଶନ ମିଡିଆ ପାଠ୍ୟକ୍ରମର ଅତିଥି ଅଧ୍ୟାପକ ଭାବରେ ଶିକ୍ଷଦାନ କରୁଛନ୍ତି ।

ଡେଭଲପମେଣ୍ଟ ସାମ୍ବାଦିକତାରେ ପି. ସାଇନାଥ[ସମ୍ପାଦନା]

ସାଇନାଥ ସାମ୍ବାଦିକତାର ମୂଳ ଉଦ୍ଦେଶ ସାଧାରଣ ଜନତାଙ୍କର ମଙ୍ଗଳ ବୋଲି ମାନନ୍ତି । ସେ ସୌକୀନ ସାମ୍ବାଦିକତାର ଅଂଶ ନ ହେଇ ଦେଶର ଉନ୍ନତି, ଏହାର ସାଧାରଣ ଜନତା ଓ ତାଙ୍କର ବିଭିନ୍ନ ସମସା ବିଷୟରେ ଗବେଷଣା କରିବାକୁ ଦୃଢମନା ରହିଲେ । ପ୍ରପୀଡିତ ରାଜ୍ୟମାନଙ୍କରେ ଭ୍ରମଣ କରି ମରୁଡିର ପ୍ରକୃତ ଅବସ୍ଥା ଉପଲବ୍ଧି କରିଥଲେ । ସାଇନାଥ ଉପଲବ୍ଧି କରିପାରିଥଲେ ଯେ, ବର୍ତ୍ତମାନର ସାମ୍ବାଦିକତା ମୂଳତଃ ଆଧୁନିକ ଜୀବନ ଶୈଳୀର ପ୍ରତିଛବିକୁ ପ୍ରଦର୍ଶିଦତ କରୁଛି । ଆଜିକାର ସମ୍ବାଦ ମୁଖ୍ୟତଃ ବିଭିନ୍ନ ଚର୍ଚ୍ଚିତ ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ ଜୀବନ କିମ୍ବା ଆଧୁନିକତାର ଚାକଚକ୍ୟ ଉପରେ କେନ୍ଦ୍ରିତ ହେବାରେ ଲାଗିଛି , ଏଣୁ ସେ କମର୍ସିଆଲ ସାମ୍ବାଦିକତାର ପୃଷ୍ଠପୋଷକତା ନକରି, ଦେଶର ପ୍ରକୃତ ଅବସ୍ଥା ସମସ୍ତଙ୍କ ନଜରକୁ ଆଣିବା ପାଇଁ ପରିକରବଦ୍ଧ ହେଲେ । ସେ ବିଭିନ୍ନ ରାଜ୍ୟ ଭ୍ରମଣ କରିବାସହ ସେଠାରେ ଲୋକମାନଙ୍କର ପ୍ରକୃତ ଅବସ୍ଥା ଅନୁଧ୍ୟାନ କରିବାକୁ ଲାଗିଲେ । ୧୯୯୩ରେ ସେ ଟାଇମ୍ସ ଅଫ ଇଣ୍ଡିଆ ଫେଲୋସିପ ପାଇଁ ଆବେଦନ କରିଥିଲେ । ଏହାର ଇଣ୍ଟରଭ୍ୟୁରେ ସେ ଗ୍ରାମୀଣ ଭାରତ ପାଇଁ ସମ୍ବାଦିକତା କରିବାକୁ ଚାହାନ୍ତି । ଏଥିରେ ଟାଇମ୍ସ ଅଫ ଇଣ୍ଡିଆ ଜଣେ ସମ୍ପାଦକ ପ୍ରଶ୍ନ କରିଥିଲେ ଯେ, ଯଦି ତାଙ୍କର ପାଠକ ଗ୍ରାମୀଣ ଭାରତର ସମସ୍ୟା ବିଷୟରେ ଜାଣିବାକୁ ଇଚ୍ଛୁକ ନୁହନ୍ତି, ତେବେ କଣ କରାଯାଇପାରିବ? ଏଥିରେ ସାଇନାଥଙ୍କର ଉତ୍ତର ଥଲା, “ଆପଣ କେବେ ଶେଷଥର ପାଇଁ ନିଜର କୌଣସି ବି ପାଠକଙ୍କର ତାଙ୍କ ରୁଚି ନେଇ ମତ ନେଇଥିଲେ ?”

ତେବେ ଏହାପରେ ସେ ଫେଲୋସିପ ପାଇଥଲେ ଏବଂ ଦେଶର ୫ଟି ରାଜ୍ୟର ୧୦ଟି ଗରିବତମ ଜିଲ୍ଲା ଭ୍ରମଣ କରି ମରୁଡି, ଏହାର ପ୍ରଭାବ ଓ ଲୋକମାନଙ୍କର ପ୍ରକୃତ ଆର୍ଥିକ, ସାମାଜିକ ସମସ୍ୟାମାନ ଅନୁଧ୍ୟାନ କରିଥଲେ । ଏହି ଭ୍ରମଣ ସମୟରେ ସେ ପ୍ରାୟ ୧୦,୦୦୦ କି.ମି ଯାତ୍ରା କରିଥିଲେ, ଯେଉଁଥିରୁ ୫,୦୦୦କି.ମି ଚାଲିକରି ଅତିକ୍ରମ କରିଥିଲେ । ଏହି ଭ୍ରମଣରେ କରିଥିବା ଗବେଷଣା ଗୁଡିକର ଲେଖା Everybody Loves A Good Droughtରେ ପ୍ରକାଶିତ କରିଛନ୍ତି । ଟାଇମ୍ସ ଅଫ ଇଣ୍ଡିଆ ଖବରକାଗଜ ୧୮ ମାସ ମଧ୍ୟରେ ତାଙ୍କର ମରୁଡି ସମ୍ପର୍କିତ ୮୪ଟି ଗବେଷଣାତ୍ମକ ଲେଖା ପ୍ରକାଶ କରିଥଲା । ତାଙ୍କର Everybody Loves A Good Drought ପୁସ୍ତକଟି ଲଗାତାର ୨ ବର୍ଷ ଯାଏଁ ବେଷ୍ଟ ସେଲର ଭାବରେ ରେକର୍ଡ ସୃଷ୍ଟି କରିଥିଲା ଏବଂ ଏହା ପେଙ୍ଗୁଇନ ଇଣ୍ଡିଆର ସର୍ବକାଳୀନ ବେଷ୍ଟ ସେଲର ବା ସର୍ବଧିକ ବିକ୍ରି ହୋଇଥିବା ପୁସ୍ତକ ଭାବରେ ଗୌରବ ଅର୍ଜନ କରିଥିଲା । ଏକ କାନାଡିୟନ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଜୋ ମୌଲିନ୍ସ ସାଇନାଥଙ୍କ ପୁସ୍ତକକୁ ନେଇ "ଏ ଟ୍ରାଇବ ଅଫ ହିଜ ଓନ" ବା "A Tribe of his Own" ନାମକ ଫିଲ୍ମ ନିର୍ମାଣ କରିଥିଲେ, ଯହାକି Edmonton International Film Festival‌ ଏଡମୋଣ୍ଟନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ସିନେମା ଭାବରେ ସମ୍ମାନିତ ହୋଇଥିଲା ।

ଅଭିମତ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]