ପି. ଚନ୍ଦ୍ର ରେଡ୍ଡୀ

ଉଇକିପିଡ଼ିଆ‌ରୁ
ପି. ଚନ୍ଦ୍ର ରେଡ୍ଡୀ
ପ୍ରଧାନ ବିଚାରପତି: ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୧୯୫୮ – ୧୯୬୪
ପ୍ରଧାନ ବିଚାରପତି: ମାଡ୍ରାସ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୧୯୬୪ – ୧୯୬୬
ବ୍ୟକ୍ତିଗତ ସବିଶେଷ
ଜନ୍ମ
ପାଲାଗାନି ଚନ୍ଦ୍ର ରେଡ୍ଡୀ

(1904-07-01)୧ ଜୁଲାଇ ୧୯୦୪
ମୃତ୍ୟୁ୭ ଅକ୍ଟୋବର ୧୯୭୬(1976-10-07) (ବୟସ ୭୨)

ଜଷ୍ଟିସ୍ ପି. ଚନ୍ଦ୍ର ରେଡ୍ଡୀ ବା ପାଲାଗାନି ଚନ୍ଦ୍ର ରେଡ୍ଡୀ (୧ ଜୁଲାଇ ୧୯୦୪ – ୭ ଅକ୍ଟୋବର ୧୯୭୬) ଜଣେ ଭାରତୀୟ ବିଚାରପତି ଥିଲେ । ସେ ମାଡ୍ରାସର ଭି.ଆର ହାଇସ୍କୁଲ, ନେଲୋର ଏବଂ ପାଚିୟାପ୍ପା କଲେଜରେ ଅଧ୍ୟୟନ କରିଥିଲେ । ୧୩ ଅଗଷ୍ଟ ୧୯୨୮ରେ ସେ ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ଜଣେ ଆଡଭୋକେଟ୍ ଭାବରେ ନିଯୁକ୍ତ ହୋଇଥିଲେ । ସେ ନାଗରିକ ଏବଂ ଫୌଜଦାରୀ ମାମଲା ଆଦି ଉପରେ କାମ କରିଥିଲେ । ୧୬ ଜୁଲାଇ ୧୯୪୯ରେ ଉକ୍ତ କୋର୍ଟରେ ଅତିରିକ୍ତ ବିଚାରପତି ଭାବରେ ସେ ନିଯୁକ୍ତ ହୋଇଥିଲେ । ୫ ଜୁଲାଇ ୧୯୫୪ରୁ ସେ ଆନ୍ଧ୍ର ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ପରେ ସେ କୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ହୋଇଥିଲେ । ୧୬ ଜୁନ୍ ୧୯୫୮ରେ ଆନ୍ଧ୍ର ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ପ୍ରଧାନ ବିଚାରପତି ଭାବରେ ସେ ନିଯୁକ୍ତ ହୋଇଥିଲେ ।

୨୦ ଡିସେମ୍ବର ୧୯୬୩ରୁ ୧୯ ଡିସେମ୍ବର ୧୯୬୪ ପର୍ଯ୍ୟନ୍ତ ସେ ଆନ୍ଧ୍ର ପ୍ରଦେଶର କାର୍ଯ୍ୟକାରୀ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ । ୨୩ ଡିସେମ୍ବର ୧୯୬୪ରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ୨୪ ଡିସେମ୍ବର ୧୯୬୪ରୁ ୭ ଫେବୃଆରୀ ୧୯୬୪ ମଧ୍ୟରେ ତାମିଲ ନାଡ଼ୁର କାର୍ଯ୍ୟକାରୀ ରାଜ୍ୟପାଳ ଥିଲେ ସେ । ୭ ଜାନୁଆରୀ ୧୯୬୬ରେ ସେ ଅବସର ନେଇଥିଲେ । ୧୯୭୬ ମସିହାର ଅକ୍ଟୋବର ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧][୨][୩]

ଆଧାର[ସମ୍ପାଦନା]

  1. HON'BLE SRI JUSTICE P.CHANDRA REDDI Archived 30 September 2008 at the Wayback Machine. (High Court of Andhra Pradesh, Hyderabad, 20 September 2008)
  2. Sixth Assembly First Session–First Meeting (Tamil Nadu Legislative Assembly, 21 September 2008)
  3. Past Governors (Raj Bhavan, Chennai, 20 September 2008)