ପିଜା
![]() | |
ପ୍ରକାର | Flatbread |
---|---|
ପରଷା | ମଧ୍ୟହ୍ନ ବା ରାତ୍ରୀ ଭୋଜନ |
ମୂଳ ସ୍ଥାନ | ନେପ୍ଲସ୍, କାମ୍ପାନିଆ, ଇଟାଲି |
ପରଷିବା ଉତ୍ତାପ | ଉତ୍ତପ୍ତ ବା ଉଷୁମ |
ମୁଖ୍ୟ ଉପାଦାନ | ମଇଦା ଚକଟା, ଟମାଟୋ ସସ୍, ଛେନା |
ପ୍ରକାର ଭେଦ | Calzone, panzerotti, stromboli |
|
ପିଜା ଏକ ଚେପ୍ଟା ପାଉଁରୁଟି ଯାହା ଉପରେ ଟମାଟୋ ସସ୍ ଓ ଛେନା ରଖି ଓଭେନରେ ସେକାଯାଏ । ସାଧାରଣତଃ ଏହା ଉପରେ ମାଂସ, ପରିବା ଓ ମସଲା ଦିଆଯାଏ । ଦଶମ ଶତାବ୍ଦୀରେ ଲିଖିତ ଏକ ହସ୍ତଲିପି ମଧ୍ୟ ଇଟାଲିର (Italy) ଗାଏଟାରେ ମିଳିଛି ଯେଉଁଥିରେ ପ୍ରଥମେ ପିଜା ଶବ୍ଦ ଲିପିବଦ୍ଧ ହୋଇଛି ।[୧] ଆଧୁନିକ ପିଜା ଇଟାଲିର ନେପ୍ଲସ୍ରେ (Naples) ଉଦ୍ଭାବନ କରାଯାଇଥିଲା ଯାହା ପୃଥିବୀର ଅନେକ ସ୍ଥାନରେ ଜନପ୍ରିୟ ହୋଇଛି ।[୨]
ସନ ୨୦୦୯ରେ ଇଟାଲିର ଅନୁରୋଧରେ ୟୁରୋପିଆନ ୟୁନିଅନ ନିଓପୋଲିଟାନ (Neapolitan Pizza) ପିଜାକୁ ପାରମ୍ପରିକ ବିଶେଷତା ଗ୍ୟାରେଣ୍ଟି ସୁରକ୍ଷା ଦିଆଗଲା ।[୩][୪] ସନ ୧୯୮୪ରେ ପ୍ରତିଷ୍ଠିତ ନିଓପୋଲିଟାନ ପିଜା ଆସୋସିଏସନ ଏକ ଅଣଲାଭକାରୀ ସଂସ୍ଥା ଯାହାର ମୂଖ୍ୟ କାର୍ଯ୍ୟାଳୟ ନେପ୍ଲ୍ସ୍ରେ ଅବସ୍ଥିତ । ଏହା ପ୍ରକୃତ ନିଓପୋଲିଟାନ ପିଜାକୁ ସୁରକ୍ଷା ଦିଏ । [୫]
ପିଜାକୁ ତାଜା ବା ହିମାଚ୍ଛାଦିତ (frozen), ସମ୍ପୁର୍ଣ୍ଣ ବା ଆଂଶିକ ଭାବରେ ବିକ୍ରୟ ହୁଏ ଓ ଏହା ଏକ ସାଧାରଣ ଫାସ୍ଟ ଫୁଡ୍ (fast food) ଭାବରେ ୟୁରୋପ ଓ ଉତ୍ତର ଆମେରିକାରେ ପରିଚିତ ।[୬] ଏହାକୁ ରାନ୍ଧିବା ନିମନ୍ତେ ବିଭିନ୍ନ ପ୍ରକାରର ଓଭେନ ଥାଏ । ପିଜା ଭଳି ସମାନ ଧରଣର ସାମଗ୍ରୀ ନେଇ ଅନ୍ୟ ରକମର ଖାଦ୍ୟ ତିଆରି ହେଉଛି ଯାହାକୁ କାଲଜୋମ (calzone) ଓ ସ୍ଟ୍ରୋମ୍ବୋଲି (stromboli) କୁହାଯାଏ ।
ଗ୍ୟଲେରୀ[ସମ୍ପାଦନା]
ପଦ୍ଧତି ଫଟୋ ସହିତ -
ବିଭିନ୍ନ ପ୍ରକାରର ପିଜା-
ଆଧାର[ସମ୍ପାଦନା]
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;MartinMaiden
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Miller, Hanna (April–May 2006). "American Pie". American Heritage Magazine. Retrieved 4 May 2012.
- ↑ Official Journal of the European Union, Commission regulation (EU) No 97/2010, 5 February 2010
- ↑ International Trademark Association, European Union: Pizza napoletana obtains "Traditional Speciality Guaranteed" status, 1 April 2010
- ↑ "Associazione Verace Pizza Napoletana (AVPN)". Retrieved 2 January 2015.
- ↑ Baofu, P. (2013). The Future of Post-Human Culinary Art: Towards a New Theory of Ingredients and Techniques. Cambridge Scholars Publisher. p. 281. ISBN 978-1-4438-4484-0.