ପାରଦ ବିଷକ୍ରିୟା

ଉଇକିପିଡ଼ିଆ ରୁ
Jump to navigation Jump to search
ପାରଦ ବିଷକ୍ରିୟା
ଇଂରାଜୀ ପ୍ରତିଶବ୍ଦ - mercury toxicity, mercury overdose, mercury intoxication, hydrargyria, mercurialism
Hg Mercury.jpg
ବିଭାଗtoxicology
ଲକ୍ଷଣmuscle weakness, poor coordination, numbness in the hands and feet[୧]
କାରଣExposure to mercury[୧]
ରୋଗ ନିର୍ଣ୍ଣୟ ପଦ୍ଧତିdifficult[୨]
ପ୍ରତିକାରdecreasing use of mercury, low mercury diet[୩]
ଔଷଧacute poisoning: dimercaptosuccinic acid (DMSA), dimercaptopropane sulfonate (DMPS)[୪]

ପାରଦ ବିଷକ୍ରିୟା (Mercury poisoning) ଦେହରେ ହୁଏ ଯଦି ଜଣେ ପାରଦ ସଂସ୍ପର୍ଶରେ ଆସେ । [୨] ଏହି ବିଷକ୍ରିୟାର ଲକ୍ଷଣ:- ମାଂସପେଶୀ ଦୁର୍ବଳତା (muscle weakness), ସମନ୍ୱୟ ଅଭାବ, ହାତ ପାଦ କାଲୁଆ (numbness in the hands and feet), ଚର୍ମ ରାସ, ସ୍ମରଣ ରଖିବା ସମସ୍ୟା, କ‌ହିବା ସମସ୍ୟା, ଶ୍ରବଣ ସମସ୍ୟା ଓ ଦୃଷ୍ଟି ସମସ୍ୟା ଇତ୍ୟାଦି ।[୧] ପାରଦର ପ୍ରକାର, ମାତ୍ରା, ସଂସ୍ପର୍ଶର ପଦ୍ଧତି ଓ ସମୟର ପରିମାଣ ଉପରେ ଲକ୍ଷଣ ନିର୍ଭର କରେ ।[୨][୩] ଅଳ୍ପ ମାତ୍ରାରେ ମିଥାଇଲ ମର୍କରି (methylmercury) ସଂସ୍ପର୍ଶରେ ଦୀର୍ଘ ସମୟ ଧରି ରହିଲେ ମଧ୍ୟ ତାହାର ପ୍ରଭାବ ସ୍ପଷ୍ଟ ହୋଇ ନାହିଁ । [୫] ମିଥାଇଲ ମର୍କରି ମାତ୍ରାଧିକ ହେଲେ ଏହାର ପ୍ରଭାବକୁ ମିନାମାଟା ଡିଜିଜ (Minamata disease) କୁହାଯାଏ ।[୬] ପିଲାମାନେ ଏହାର ସଂସ୍ପର୍ଶରେ ଆସିଲେ ଆକ୍ରୋଡିନିଆ ବା ପିଙ୍କ ରୋଗ ହୁଏ ଯେଉଁଥିରେ ଚର୍ମ ପିଙ୍କ ରଙ୍ଗ ହୋଇଯାଏ ଓ ଚୋପା ଛାଡ଼େ ।[୬]

ଜୈବ ଯୌଗିକ ପଦାର୍ଥ (organic compound), ଧାତୁ metal, ଧୁଆଁ (vapor) ଓ ଲବଣ (salt) ଆକାରରେ ପାରଦ (ରାସାୟନିକ ଚିହ୍ନ Hg) ସଂସ୍ପର୍ଶ ହୋଇପାରେ । ପାରଦ ଥିବା କର୍ମ‌ଭୂମିରେ, ମାଛ ଖାଇଲେ, ଦାନ୍ତ ଫିଲିଙ୍ଗରେ ପାରଦ ଥିଲେ ଏହି ସଂସ୍ପର୍ଶ ହୋଇପାରେ । ଖାଦ୍ୟ ଶୃଙ୍ଖଳର (food chain) ଉପରେ ଥିବା ପ୍ରାଣୀରେ ପାରଦ ଅଧିକ ଥାଏ । ଆତ୍ମହତ୍ୟା କରିବାକୁ ମଧ୍ୟ ପାରଦ ଉପ‌ଯୋଗୀ ହୁଏ ।[୨] କୋଇଲା ପୋଡ଼ିଲେ ଓ ସୁନା ଖଣିରେ ମାନବକୃତ କାରଣ ଯୋଗୁ ପାରଦ ପରିବେଶରେ ମିଶେ । [୩] ରକ୍ତ, ପରିସ୍ରା ଓ ବାଳ ନେଇ ପାରଦ ଉପସ୍ଥିତି ନିମନ୍ତେ ପରୀକ୍ଷା କରାଯାଏ କିନ୍ତୁ ପାରଦ ମାତ୍ରା ଜଣାଯାଏ ନାହିଁ ।[୨]

ଏହାର ପ୍ରତିଷେଧ ନିମନ୍ତେ ସ୍ୱଳ୍ପ ପାରଦ ଥିବା ଖାଦ୍ୟ ଖାଇବ, ବ୍ୟବ‌ହାର କରୁଥିବା ଡାକ୍ତରୀ ଓ ଅନ୍ୟାନ୍ୟ ଜିନିଷରେ ପାରଦ ଥିଲେ ବାହାର କରିଦେବ, ଉପ‌ଯୁକ୍ତ ଉପାୟରେ ସେ ସମସ୍ତ ନିଷ୍କାସନ କରିବ ଓ ଖଣିରେ କାମ କରୁଥିଲେ ତ୍ୟାଗ କରିବ ।[୩][୬] ଅଣଜୈବିକ ପାରଦ ଲବଣ ସଂସ୍ପର୍ଶରେ ଆକ୍ୟୁଟ ବିଷକ୍ରିୟା ହେବାର ଅଳ୍ପ କିଛି ଘଣ୍ଟା ମଧ୍ୟରେ ଡାଇମର୍କାପ୍ଟୋସକସିନିକ ଏସିଡ (dimercaptosuccinic acid ବା DMSA) ବା ଡାଇମର୍କାପ୍ଟୋପ୍ରୋପେନ ସଲଫୋନେଟ (dimercaptopropane sulfonate ବା DMPS) ସାଥିରେ ଚିଲେସିନ (chelation) କଲେ ଫଳାଫଳ ଭଲ ହେବା ଜଣାଯାଏ ।[୪] ଦୀର୍ଘକାଳୀନ ସଂସ୍ପର୍ଶ ଥିଲେ ଚିଲେସନ ଉପକାରୀତା ସ୍ପଷ୍ଟ ଭାବରେ ଜଣାଯାଇନାହିଁ ।[୪] ଆଉ ମଧ୍ୟ ଦୀର୍ଘକାଳୀନ ସଂସ୍ପର୍ଶ ହେଲେ କେଶ ଜଟିଳ ହୋଇ ବୃକ୍‌କ ସମସ୍ୟା (kidney problems) ହୁଏ ଓ ବୁଦ୍ଧିମତ୍ତା କମିଯାଏ ।[୬] ମାଛ ମାରି ଚଳୁଥିବା ଗୋଷ୍ଠୀରେ ପିଲାମାନଙ୍କର ଏହି ବିଷକ୍ରିୟା ହାର ପ୍ରାୟ ୧୦୦ ଜଣରେ ୧.୭ ଜଣ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Mercury". NIEHS. Retrieved 19 November 2016.
  2. ୨.୦ ୨.୧ ୨.୨ ୨.୩ ୨.୪ Bernhoft, RA (2012). "Mercury toxicity and treatment: a review of the literature". Journal of environmental and public health. 2012: 460508. PMID 22235210.
  3. ୩.୦ ୩.୧ ୩.୨ ୩.୩ ୩.୪ "Mercury and health". WHO. January 2016. Retrieved 19 November 2016.
  4. ୪.୦ ୪.୧ ୪.୨ Kosnett, MJ (December 2013). "The role of chelation in the treatment of arsenic and mercury poisoning". Journal of medical toxicology : official journal of the American College of Medical Toxicology. 9 (4): 347–54. PMID 24178900.
  5. Hong, YS; Kim, YM; Lee, KE (November 2012). "Methylmercury exposure and health effects". Journal of preventive medicine and public health = Yebang Uihakhoe chi. 45 (6): 353–63. PMID 23230465.
  6. ୬.୦ ୬.୧ ୬.୨ ୬.୩ Bose-O'Reilly, S; McCarty, KM; Steckling, N; Lettmeier, B (September 2010). "Mercury exposure and children's health". Current problems in pediatric and adolescent health care. 40 (8): 186–215. PMID 20816346.