ପାଇଲୋନିଡାଲ ଡିଜିଜ

ଉଇକିପିଡ଼ିଆ‌ରୁ
ପାଇଲୋନିଡାଲ ଡିଜିଜ (Pilonidal disease)
ପାଇଲୋନିଡାଲ ସିସ୍ଟ (Pilonidal cyst), ପାଇଲୋନିଡାଲ ଆବସେସ (pilonidal abscess), ପାଇଲୋନିଡାଲ ସାଇନସ (pilonidal sinus), ସାକ୍ରୋକ‌କ୍ସିଜିଆଲ ଫିସ୍ଚୁଲା (sacrococcygeal fistula)
Pilonidal cysts of sudden onset in the upper ଗ୍ଲୁଟିଆଲ କ୍ଲେଫ୍ଟରେ ହଠାତ୍ ହୋଇଥିବା ଗ୍ଲୁଟିଆଲ କ୍ଲେଫ୍ଟ (gluteal cleft)
ବିଭାଗସାଧାରଣ ଶଲ୍ୟ (General surgery), ଆଶୁ ଚିକିତ୍ସା emergency medicine
ଲକ୍ଷଣଯନ୍ତ୍ରଣା, ଫୁଲା, ଲାଲ ପଡ଼ିବା, ତରଳ ପଦାର୍ଥ ନିଷ୍କାସନ[୧]
ଆକ୍ରାନ୍ତ ସମୟଯୁବାବସ୍ଥା [୨]
ବିପଦ କାରକମୋଟାପଣ, ପାରିବାରିକ ଇତିହାସ, ଦୀର୍ଘକାଳ ବସିରହିଲେ, ଅତ୍ୟଧିକ ବାଳ, ଯଥେଷ୍ଟ ବ୍ୟାୟାମ ଅଭାବ । [୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ପରୀକ୍ଷା [୨]
ସଠିକ ରୋଗ ନିର୍ଣ୍ଣୟହାଇଡ୍ରଡେନାଇଟିସ ସପ୍ୟୁରେଟିଭା (Hidradenitis suppurativa), ପେରିଆନାଲ ଆବସେସ (perianal abscess, ଫଲିକୁଲାଇଟିସ (folliculitis)[୨]
ପ୍ରତିକାରଲୋମ ବିହୀନ ରଖିବା[୧]
ଚିକିତ୍ସାଛେଦନ ଓ ନିଷ୍କାସନ (Incision and drainage)[୨]
ପୁନଃପୌନିକବାର୍ଷିକ ୧୦,୦୦୦ରେ ୧[୨]

ପାଇଲୋନିଡାଲ ଡିଜିଜ (ଇଂରାଜୀ ଭାଷାରେ Pilonidal disease) ଏକ ଚର୍ମ ସଂକ୍ରମଣ ରୋଗ ଯାହା ଗ୍ଲୁଟିଆଲ କ୍ଲେଫ୍ଟର (between the cheeks of the buttocks) ଉପର ପାଖରେ ହୁଏ ।[୧][୩] ଏହି ରୋଗରେ ଯନ୍ତ୍ରଣା, ଫୁଲା, ଲାଲ ପଡ଼ିବା ଓ ତରଳ ପଦାର୍ଥ ନିଷ୍କାସନ ଇତ୍ୟାଦି ଲକ୍ଷଣ ଦେଖିବାକୁ ମିଳେ ।[୧] ତରଳ ପଦାର୍ଥ ମଧ୍ୟ ବାହାରିଯାଇପାରେ ।[୧] କ୍ୱଚିତ ଜ୍ୱର ହୁଏ । [୨]

ମୋଟାପଣ, ପାରିବାରିକ ଇତିହାସ, ଦୀର୍ଘକାଳ ବସିରହିଲେ, ଅତ୍ୟଧିକ ବାଳ, ଯଥେଷ୍ଟ ବ୍ୟାୟାମ ଅଭାବ ହେଲେ ଏହି ରୋଗ ସଙ୍କଟ ରହିପାରେ ।[୨] କୌଣସି ମେକାନିକାଲ ପଦ୍ଧତିରେ (mechanical process) ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୨] ରୋଗ ଥିବା ସ୍ଥାନରେ ବାଳ ଓ ମଲା ଚମ ଥାଇପାରେ ।[୧] ଲକ୍ଷଣ ଓ ରୋଗୀ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୨]

ସଂକ୍ରମଣ ଥିଲେ ଉକ୍ତ ସ୍ଥାନ‌କୁ କାଟି ତରଳ ପଦାର୍ଥ ନିଷ୍କାସନ (incision and drainag) କରାଯାଏ ।[୨][୧] ଉକ୍ତ ସ୍ଥାନ‌କୁ ବାଳମୁକ୍ତ (Shaving) ରଖିଲେ ପୁନଶ୍ଚ ରୋଗ ହୋଇନପାରେ ।[୧] ଆଉ ଥରେ ରୋଗ ହେଲେ ଅଧିକ ଅପରେଶନ ଆବଶ୍ୟକ ହୁଏ । [୧] ଆଣ୍ଟିବାୟୋଟିକ (Antibiotics) ଆବଶ୍ୟକ ହୁଏନି ।[୨] ଚିକିତ୍ସା ନପାଇଲେ ଦୀର୍ଘକାଳ ଧରି ରୋଗ ରହେ । [୧]

ବାର୍ଷକ ପ୍ରତି ୧୦,୦୦୦ ଲୋକରେ ୩ ଜଣ ଆକ୍ରାନ୍ତ ହୁଅନ୍ତି ଓ ମହିଳାଙ୍କ ଅପେକ୍ଷ ପୁରୁଷମାନେ ଅଧିକ ଶିକାର ହୁଅନ୍ତି । [୨] ଯୁବାବସ୍ଥାରେ ଅଧିକ ହେବା ଦେଖାଯାଏ ।[୨] ଏହି ଶବ୍ଦର ଅର୍ଥ ହେଉଛି "ବାଳ ପୁଞ୍ଜ" ।[୧] ସନ ୧୮୩୩ରେ ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Khanna, A; Rombeau, JL (March 2011). "Pilonidal disease". Clinics in colon and rectal surgery. 24 (1): 46–53. doi:10.1055/s-0031-1272823. PMC 3140333. PMID 22379405.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 995. ISBN 9780323529570.
  3. James, William D.; Berger, Timothy; Elston, Dirk (2015). Andrews' Diseases of the Skin E-Book: Clinical Dermatology (in ଇଂରାଜୀ). Elsevier Health Sciences. p. 675. ISBN 9780323319690.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ