ପଦ୍ମାବତୀ

ଉଇକିପିଡ଼ିଆ‌ରୁ
ପଦ୍ମାବତୀ
ବୃତ୍ତିନର୍ତ୍ତକୀ
ବୈବାହିକ-ସାଥୀଜୟଦେବ

ପଦ୍ମାବତୀ ଜୟଦେବଙ୍କ ପତ୍ନୀ ଥିଲେ ।[୧] ଜୟଦେବ ଗୀତ ଗୋବିନ୍ଦ ଲେଖିବା ବେଳେ ସେ ଏହାକୁ ନେଇ ନୃତ୍ୟ କରୁଥିଲେ ।[୨][୩]

କିମ୍ବଦନ୍ତୀ[ସମ୍ପାଦନା]

ପଦ୍ମାବତୀଙ୍କ ପିତାମାତାଙ୍କର କୌଣସି ସନ୍ତାନ ନଥିବାରୁ ସେମାନେ ଜଗନ୍ନାଥଙ୍କ ପାଖରେ ମାନସିକ କରିଥିଲେ, ତାଙ୍କର ସନ୍ତାନ ହେଲେ ସେ ଜଗନ୍ନାଥଙ୍କ ସେବାରେ ନିୟୋଜିତ କରିବେ । ଏହାପରେ ପଦ୍ମାବତୀଙ୍କର ଜନ୍ମ ହୋଇଥିଲା । ପିଲାଟି ଦିନରୁ ସେ ନୃତ୍ୟୁରେ ନିପୂଣା ଥିଲେ । ସେ ବଡ଼ ହେବା ପରେ ତାଙ୍କ ପିତାମାତା ମାନସିକ ପୂରଣ କରିବା ପାଇଁ ତାଙ୍କୁ ଜଗନ୍ନାଥଙ୍କ ସେବାର ସମର୍ପଣ ପାଇଁ ନେଇଥିଲେ, ମାତ୍ର ସେ କନ୍ୟା ସନ୍ତାନ ହୋଇଥିବାରୁ ତାଙ୍କୁ ମନ୍ଦିରର କୌଣସି କାମ ପାଇଁ ଗ୍ରହଣ କରାଯାଇନଥିଲା । ଫଳରେ ତାଙ୍କ ପିତାମାତା ଜଗନ୍ନାଥଙ୍କ ପାଖରେ ଅଧିଆ ପଡ଼ିଥିଲେ । ରାତିରେ ମହାପ୍ରଭୁ ତାଙ୍କୁ ସ୍ୱପ୍ନରେ ଜଣାଇଥିଲେ ଯେ, ତାଙ୍କୁ ଜୟଦେବଙ୍କ ସହିତ ବିବାହ କରାଇବା ପାଇଁ ।[୪] ଏହାପରେ ତାଙ୍କ ପିତାମାତା ତାଙ୍କୁ ଜୟଦେବଙ୍କ ପାଖରେ ଛାଡ଼ିଥିଲେ ।

ଆଧାର[ସମ୍ପାଦନା]

  1. "Jayadeva | Indian poet". www.britannica.com (in ଇଂରାଜୀ). Retrieved 26 June 2023.
  2. Reddy, William M. (2012-07-09). The Making of Romantic Love: Longing and Sexuality in Europe, South Asia, and Japan, 900-1200 CE (in ଇଂରାଜୀ). University of Chicago Press. ISBN 978-0-226-70628-3.
  3. Miller, Barbara Stoler (2016-01-01). The Gitagovinda of Jayadeva: Love Song of the Dark Lord (in ଇଂରାଜୀ). Motilal Banarsidass. ISBN 978-81-208-0366-4.
  4. "Jayadeva". en.krishnakosh.org (in ଇଂରାଜୀ). Archived from the original on 2023-06-26. Retrieved 2023-06-26.