ପଣସ
Jackfruit | |
---|---|
Jackfruit | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Rosales |
କୁଳ: | Moraceae |
ଗୋଷ୍ଠୀ: | Artocarpeae |
ପ୍ରଜାତି: | Artocarpus |
ଜାତି: | A. heterophyllus |
ବାଇନୋମିଆଲ ନାମ | |
Artocarpus heterophyllus | |
Synonyms[୩][୪][୫] | |
ପଣସ (Artocarpus heterophyllus) ଦକ୍ଷିଣ ଏସିଆରେ ଦେଖାଯାଉଥିବା ଏକ ଗଛ ଅଟେ । ଏହାର ଫଳ ମାଂସଳ ଓ ହଳଦିଆ ରଙ୍ଗର ଅଟେ । ପ୍ରଥମରୁ ଏହା ଭାରତରେ ଦେଖାଯାଉଥିଲା । ଗୋଆ , କେରଳ, ଓଡ଼ିଶା, ତାମିଲନାଡୁ [୬], ମହାରାଷ୍ଟ୍ର [୭] ଆଦି ରାଜ୍ୟ ମାନଙ୍କରେ ଏହା ଦେଖାଯାଏ । ଏହା ସବୁଠାରୁ ବଡ଼ ଫଳ ଅଟେ [୮]। ସବୁଠାରୁ ବଡ଼ ପଣସର ଓଜନ ୩୫ କିଲୋ , ୯୦ ସେଣ୍ଟିମିଟର ଲମ୍ବା, ଓ ୫୦ ସେଣ୍ଟିମିଟର ଚଉଡା ଅଟେ ।[୯]
ଉତ୍ପାଦନ
[ସମ୍ପାଦନା]ଭାରତୀୟ ଚାଷରେ ପ୍ରାୟ ୩୦୦୦ରୁ ୪୦୦୦ ବର୍ଷ ତଳୁ ପଣସ ଏକ ଗୁରୁତ୍ୱପୂର୍ଣ ଭୂମିକା ସମ୍ପର୍ଣ୍ଣ କରି ଆସୁଛି । ଦକ୍ଷିଣ ଏସିଆରେ ଏହା ଅଧିକ ପରିମାଣରେ ଉତ୍ପାଦନ କରାଯାଏ । ଭାରତର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳ । ଭାରତର ସମଗ୍ର ପଶ୍ଚିମ ଉପକୂଳରେ ଏବଂ ପୂର୍ବ ପଟେ ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ପ୍ରଭୃତି ରାଜ୍ୟରେ ଚାଷ କରାଯାଏ ।
ଜଳବାୟୁ
[ସମ୍ପାଦନା]ପଣସ ଗ୍ରୀଷ୍ମମଣ୍ଡଳୀୟ ଫଳ । ଏହା ଉଷ୍ମ ଓ ଆଦ୍ର ଜଳବାୟୁରେ ଭଲ ହୁଏ । ସମୁଦ୍ର ପତନଠାରୁ ୧୫୦୦ ମିଟର ପର୍ଯ୍ୟନ୍ତ ପଣସ ଚାଷ କରାଯାଇ ପାରେ । କିନ୍ତୁ ୧୨୦୦ ମିଟର ଉଚ୍ଚତା ପରେ ଏହା କମ ଫଳେ । ଏହା ବୃଷ୍ଟିବହୁଳ ଅଞ୍ଚଳରେ ଭଲ ବଢିଲେ ମଧ୍ୟ ଏହାର ମୂଳରେ ପାଣି ଜମି ରହିଲେ ଏହା ସହ୍ୟ କରି ପାରେ ନାହିଁ ।
ମୃତ୍ତିକା
[ସମ୍ପାଦନା]ପଣସ ନିଗିଡା ଉଚ୍ଚ ଜମିରେ ଭଲ ହୁଏ । ନିଗିଡା, ଲାଲ, ଲାଲ ଦୋରସା, ରୁଗୁଡିଆ ଲାଲ ଓ ପଟୁ ମାଟିରେ ଭଲ ବଢେ । ସନ୍ତସନ୍ତିଆ ଜମିରେ ଏହା ଖୁବ ଭଲ ହୁଏନି ଓ ଗଛ ମରିଯାଏ । ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ଏହା ଖୁବ ଭଲ ହୁଏ ।
କିସମ
[ସମ୍ପାଦନା]ପଣସ ଦୁଇ ପ୍ରକାର । ଗୋଟିଏ କାଦୁଆ ଓ ଅନ୍ୟଟି ହେଲା ଖଜରା । କାଦୁଆ ପଣସର କୋଷାଗୁଡିକ ଗୋଲାକାର ପାଚିଗଲେ ନରମ ହୋଇ ତୁଳା ପରି ହୋଇଯାଏ । ଖଜରା ପଣସର କୋଷାଗୁଡ଼ିକ ସାରୁ, ଲମ୍ବାଳିଆ, ଦୁଧିଆ ରଙ୍ଗ ବା ଧଳାଚମ୍ପା ଫୁଲ ରଙ୍ଗ ପରି । ତେବେ ଭଲ ପଣସ ଭିତରେ ସିଙ୍ଗାପୁର ବା ସିଲୋ ପ୍ରଥମ । ବର୍ତ୍ତମାନ ଦେଶୀ ପଣସ ସହ ସିଙ୍ଗାପୁର ପଣସର କୃତିମ ସଙ୍ଗମ କରାଯାଇ କେତେକ ଉନ୍ନତ କିସମର ପଣସ ବାହାର କରାଗଲାଣି ।
- ମୃତମ ଭାରିକା : ମଧ୍ୟ ଭଲ କିସମ । ଫଳଗୁଡ଼ିକ ପ୍ରାୟ ୭ କେଜି ଓଜନର ହୁଏ ।
- ଦିୱାରିଆ : ମଧ୍ୟ ଗୋଟିଏ ଭଲ ପଣସ । ଏହାର ଓଜନ ୪୦ କେଜି ଓଜନର ହୁଏ ।
- ଆଲ୍ଲାହାବାଦ : ମଧ୍ୟ ଆଉ ଗୋଟିଏ ଭଲ ପଣସ । ଏହା ସାଧାରଣତଃ ଉତ୍ତର ପ୍ରଦେଶରେ ଭଲ ହୁଏ ।
- ସିଙ୍ଗାପୁର : ଏହା ଏକ ଉନ୍ନତ ଧରଣର ପଣସ । ଫଳର ଆକାର ମଧ୍ୟମ ଧରଣର । କୋଷାଗୁଡିକ ଗାଢ ହଳଦିଆ ରଙ୍ଗର ଏବଂ ଖୁବ ମିଠା ଲାଗେ । ଫଳରେ ୮୦ରୁ ୧୦୦ ପର୍ଯ୍ୟନ୍ତ କୋଷା ଥାଏ ।
- ରୁଦ୍ରାକ୍ଷୀ : ସାଧାରଣତଃ ଦକ୍ଷିଣ ଭାରତରେ ଏହା ବେଶୀ ଦେଖାଯାଏ । ଏହା ଏକ ପ୍ରକାର ବଣୁଆ ପଣସ । ଏହାର ଫଳଗୁଡିକ ଆକାରରେ ଛୋଟ । ଫଳର ଉପରି ଭାଗରେ କମ କଣ୍ଟା ଥାଏ । କୋଷାଗୁଡ଼ିକ କମ୍ ରସଯୁକ୍ତ ଏବଂ ବିଶେଷ ସ୍ୱାଦୁକର ହୋଇନଥାଏ ।
ବଂଶବିସ୍ତାର
[ସମ୍ପାଦନା]ସାଧାରଣତଃ ମଞ୍ଜିରୁ ଗଛ କରାଯାଏ । ଆଖି କଲମୀ ଓ ଯୋଡ କଲମିରେ ରୁଦ୍ରାକ୍ଷୀ ପଣସ ଗଛକୁ ମୂଳ ଗଛ ହିସାବରେ ବ୍ୟବହାର କରାଯାଏ ।
ଖତ ଓ ସାର
[ସମ୍ପାଦନା]ସାଧାରଣତଃ ପଣସ ଗଛରେ ଖତସାର କେହି ଦିଅନ୍ତିନି । କିନ୍ତୁ ଫଳ ଅମଳ ପରେ ପ୍ରତି ଗଛର ୨/୩ ଟୋକେଇ ଖତ ଓ ୨କେଜି ଜୈବିକ ସାର ବର୍ଷା ଋତୁ ଆରମ୍ଭରେ ଦେଲେ ବେଶୀ ଫଳ ମିଳେ । ବୋରନ ଅଣୁସାର ଅଭାବ ହେଲେ ଫଳ ଆସିବା କମିଯାଏ । ଗଛ ପ୍ରତି ୫୦୦ ଗ୍ରାମ ବୋରାକ୍ସ ଦେଲେ ଭଲ ଫଳ ଅମଳ ଆସେ ।
ପଣସ କଷି ଝଡିପଡିବା
[ସମ୍ପାଦନା]ପଣସ ଗଛରେ ମାଈଫୁଲ ଓ ଅଣ୍ଡିରା ଫୁଲ ଫୁଟେ । ଗଛରେ ପ୍ରଥମେ ଅଣ୍ଡିରା ଫୁଲ ଫୁଟେ ଓ ତା’ପରେ ମାଈ ଓ ଅଣ୍ଡିରା ଫୁଲ ଫୁଟେ ଓ ଶେଷରେ କେବଳ ମାଈଫୁଲ ଫୁଟେ । ଅଣ୍ଡିରା ଫୁଲ ଫୁଟିବାର ୨-୩ ସପ୍ତାହ ମଧ୍ୟରେ ଗଛରୁ ଝରିପଡେ । ଏକ ପ୍ରକାରର ଛୋଟ ଛୋଟ ଫଳ କଷି ଗଛରୁ ଝଡୁ ଥିବାରୁ ଲକ୍ଷକରି ଏହା କୌଣସି ରୋଗରୁ ବା ଅନ୍ୟକାରଣରୁ ହେଉଛି ବୋଲି ଭାବନ୍ତି । ଅଣ୍ଡିରା ଫୁଲଗୁଡ଼ିକ ଖଡିପଡେ । ସାଧାରଣତଃ ଅଣ୍ଡିରା ଫୁଲଗୁଡ଼ିକ ଗଛର ଶାଖା ଓ ପ୍ରଶାଖାରେ ଫୁଟେ । କିନ୍ତୁ ମାଈଫୁଲ ସାଧାରଣତଃ ଗଛର ମୂଳ ଅଂଶରେ କିମ୍ବା ଗଣ୍ଡିରୁ ବାହାରି ଥିବା ମୁଖ୍ୟ ଶାଖାକାଣ୍ଡରେ ବାହାରି ଥାଏ । ସେଥିପାଇଁ ପଣସ ସବୁ ଗଛର ଗଣ୍ଡି ପାଖରେ ଫଳିଥାନ୍ତି ।
ଅମଳ
[ସମ୍ପାଦନା]ମଞ୍ଜି ଗଛରେ ୭/୮ ବର୍ଷ ପରେ ଫଳ ଆସେ କଲମୀ ଗଛ ୫/୭ ବର୍ଷ ପରେ ଫଳ ଆସେ । ଗୋଟିଏ ଗଛରୁ ୧୦୦ କେଜିରୁ ୧୦୦୦ କେଜି ପର୍ଯ୍ୟନ୍ତ ଫଳ ମିଳେ ।
ପଣସର ବ୍ୟବହାର
[ସମ୍ପାଦନା]- ଭାରତ ଓ ବାଂଲାଦେଶରେ ପଣସକୁ ଛଡ଼େଇ ତାର ହଳଦିଆ ମାଂସଳ ଅଂଶକୁ ଖାଆନ୍ତି । ପାଚି ନଥିବା ପଣସରେ ତରକାରୀ ହୁଏ । ଏହାକୁ ସାଧାରଣତଃ ପଣସ କଠା ବୋଲି କୁହାଯାଏ । ଏହାର ମଞ୍ଜିକୁ ଶୁଖାଇ ତରକାରୀରେ ମଧ୍ୟ ବ୍ୟବହାର ହୁଏ ।
- ଇଣ୍ଡୋନେସିଆରେ ପାଚିଲା ପଣସକୁ ଖାଇବା ସହ ମିଠା ତିଆରି କରିବାରେ ବ୍ୟବହାର କରିଥାନ୍ତି ।
ସେମାନେ ଏହାକୁ ନଙ୍ଗକା କୁହନ୍ତି ।
- ତାମିଲନାଡୁ (ଭାରତ)ରେ ପଣସ ସବୁଠାରୁ ଅଧିକ ଉତ୍ପାଦନ ହୁଏ ।ପାନରୁତିଠାରେ ୭୦ କିଲୋର ଏକ ପଣସ ଉତ୍ପାଦନ ହୋଇ ଗିନିଜ ରେକର୍ଡ ସୃଷ୍ଟି କରିଥିଲା ।
- କେରଳରେ ଏହା ଗୁଡ ତିଆରିରେ ସାହାଯ୍ୟ କରିଥାଏ ।
- ଭିଏତନାମରେ ପଣସରୁ ସୁପ ତିଆରି ହୁଏ ।
ପାଚିଲା ପଣସରେ ତିଆରି ତରକାରୀ
[ସମ୍ପାଦନା]-
Extracting the jackfruit arils and separating the seeds from the sweet flesh.
-
Kripik nangka, Indonesian jackfruit chips.
-
Es teler, Indonesian dessert made from shaved ice, condensed milk, coconut, avocado, and jackfruit.
-
Halo-halo, an ice dessert from the Philippines with different fruits and toppings.
କଞ୍ଚା ପଣସରେ ତିଆରି ଖାଦ୍ୟ
[ସମ୍ପାଦନା]-
Gudeg (left), the unripe jackfruit curry in reddish color acquired from teak leaf, a specialty of Yogyakarta in Java.
-
Ginataang langka, jackfruit cooked in coconut milk.
-
Green jackfruit and potato curry, Kolkata.
-
Baby Jackfruit Masala.
ପୋଷଣ
[ସମ୍ପାଦନା]ପଣସରେ ୧୦୦ ଗ୍ରାମ ପ୍ରୋଟିନ,ଭିଟାମିନ ସି(୧୩.୭ମିଲିଗ୍ରାମ)[୧୦] ଓ କ୍ୟାଲୋରି ଥାଏ ।
ପଣସ କାଠ
[ସମ୍ପାଦନା]ପଣସ କାଠରେ ଘରର ଆସବାପତ୍ର ତିଆରି ହୁଏ ଯଥା କବାଟ,ଝରକା,ଆଲମାରି ଇତ୍ୟାଦି । ଏହା ସଙ୍ଗୀତ ବାଦ୍ୟ ତିଆରିରେ ସାହାଯ୍ୟ କରେ ।
ଉତ୍ପାଦନ
[ସମ୍ପାଦନା]"Jackfruit: Improvement in the Asia-Pacific Region" (PDF). Asia-Pacific Association of Agricultural Research Institutions.</ref>
ସ୍ଥାନ | ଦେଶ | ଉତ୍ପାଦନ (୧୦୦୦ ଟନ) |
---|---|---|
୧ | ଭାରତ | ୧୪୩୬ |
୨ | ବଙ୍ଗଳାଦେଶ | ୯୨୬ |
୩ | Thailand | ୩୯୨ |
୪ | ଇଣ୍ଡୋନେସିଆ | ୩୪୦ |
୫ | ନେପାଳ | ୧୮.୯୭ |
ଆଧାର
[ସମ୍ପାଦନା]- ↑ Under its accepted name Artocarpus heterophyllus (then as heterophylla) this species was described in Encyclopédie Méthodique, Botanique 3: 209. (1789) by Jean-Baptiste Lamarck, from a specimen collected by botanist Philibert Commerson. Lamarck said of the fruit that it was coarse and difficult to digest. "Larmarck's original description of tejas". Retrieved 2012-11-23.
On mange la chair de son fruit, ainsi que les noyaux qu'il contient; mais c'est un aliment grossier et difficile à digérer.
- ↑ "Name - !Artocarpus heterophyllus Lam". Tropicos. Saint Louis, Missouri: Missouri Botanical Garden. Retrieved 2012-11-23.
- ↑ "TPL, treatment of Artocarpus heterophyllus". The Plant List; Version 1. (published on the internet). Royal Botanic Gardens, Kew and Missouri Botanical Garden. 2010. Archived from the original on 2013-06-24. Retrieved 2012-11-23.
- ↑ "Name – Artocarpus heterophyllus Lam. synonyms". Tropicos. Saint Louis, Missouri: Missouri Botanical Garden. Retrieved 2012-11-23.
- ↑ GRIN (2006-11-02). "Artocarpus heterophyllus information from NPGS/GRIN". Taxonomy for Plants. National Germplasm Resources Laboratory, Beltsville, Maryland: USDA, ARS, National Genetic Resources Program. Retrieved 2012-11-23.
- ↑ "Jackfruit Paradise". Civil Society.[permanent dead link]
- ↑ Boning, Charles R. (2006). Florida's Best Fruiting Plants: Native and Exotic Trees, Shrubs, and Vines. Sarasota, Florida: Pineapple Press, Inc. p. 107.
- ↑ "Jackfruit, Breadfruit & Relatives". Know & Enjoy Tropical Fruit. 2012. Retrieved 2012-11-23.
- ↑ "Jackfruit Fruit Facts". California Rare Fruit Growers, Inc. 1996. Archived from the original on 2014-01-16. Retrieved 2012-11-23.
- ↑ "Show Foods". Ndb.nal.usda.gov. Retrieved 2014-06-17.[permanent dead link]