ପଞ୍ଚାମୃତ

ଉଇକିପିଡ଼ିଆ‌ରୁ

ଦେଶୀ ଗାଈର ଦୁଧ, ଘିଅ, ଦହି, ମହୁଶର୍କରା (ତୁଳସୀ) ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣକୁ ପଞ୍ଚାମୃତ କୁହାଯାଏ ।[୧][୨] ପଞ୍ଚାମୃତର ମହତ୍ୱ ପଞ୍ଚଗବ୍ୟ ସହ ସମାନ ଅଟେ । ପଞ୍ଚାମୃତ ହିନ୍ଦୁ ସଂସ୍କୃତିରେ ବିଭିନ୍ନ ଧର୍ମକାଣ୍ଡରେ ବ୍ୟବହୃତ ହୁଏ । ଏଥିରେ ଦୁଧ, ଘିଅ, ତୁଳସୀପତ୍ର ତଥା ଗଙ୍ଗାଜଳ ମଧ୍ୟ ମିଶୁଥିବାରୁ ଏହା ଅମୃତ୍ୟ ତୁଲ୍ୟ ହୋଇଥାଏ । ଏ ସଂସାରରେ ଯେତେ ରସାୟନ (ଟନିକ୍) ଅଛି ତା ମଧ୍ୟରେ ପଞ୍ଚାମୃତ ହେଉଛି ଅଳ୍ପ ମୂଲ୍ୟରେ ପ୍ରସ୍ତୁତ ହେଉଥିବା ଅତି ଉତ୍କୃଷ୍ଟ ରସାୟନ । ଏହି ପଞ୍ଚାମୃତ ସକରାତ୍ମକ ଶକ୍ତି ଧାରଣ କରୁଥିବାରୁ ଦେବଦେବୀ ପୂଜା ପୂର୍ବରୁ ସେ ସ୍ଥାନରେ ଏହାକୁ ପ୍ରସ୍ତୁତ କରି ରଖାଯାଏ ।

ଆଧାର[ସମ୍ପାଦନା]

  1. Bryant, Edwin (2007). The Krishna Sourcebook. Oxford University Press. p. 529. ISBN 978-0-19-514891-6.
  2. Sarkar, Benoy Kumar (2004). The Folk Element in Hindu Culture. Kessinger Publishing. p. 236. ISBN 978-0-7661-8657-6.