ପଞ୍ଚାନନ ସାମଲ

ଉଇକିପିଡ଼ିଆ‌ରୁ
ପଞ୍ଚାନନ ସାମଲ
ଜନ୍ମ ନାଆଁପଞ୍ଚାନନ ସାମଲ
ଜାତୀୟତାଭାରତୀୟ
ପ୍ରଶିକ୍ଷଣସ୍ନାତକୋତ୍ତର (ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟ)
ପୁରସ୍କାରଜୟଦେବ ପୁରସ୍କାର, ଓଡ଼ିଶା ଲଳିତ କଳା ଏକାଡ଼େମୀ ପୁରସ୍କାର ୨୦୦୩

ପଞ୍ଚାନନ ସାମଲ, ଜଣେ ଚାରୁକଳା ଓ ଭାସ୍କର୍ଯ୍ୟ ଶିଳ୍ପୀ । ନିଜ ଚିତ୍ରକଳା ପାଇଁ ସେ ଜୟଦେବ ପୁରସ୍କାର, ଓଡ଼ିଶା ଲଳିତ କଳା ଏକାଡ଼େମୀ ପୁରସ୍କାର ଆଦି ଅନେକ ପୁରସ୍କାର ଲାଭ କରିଛନ୍ତି । ସେ ଓଡ଼ିଶା ଲଳିତ କଳା ଏକାଡ଼େମୀର ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ସେ ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପଞ୍ଚାନନ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ସରିସା ଗାଁର ବାସିନ୍ଦା । ତାଙ୍କ ପିତାଙ୍କ ନାମ ଥିଲା ତରଣିକାନ୍ତ ସାମଲ ଓ ସେ ଜଣେ ଶିକ୍ଷକ ଥିଲେ । ମାତାଙ୍କ ନାମ ଥିଲା ହରପ୍ରିୟା ସାମଲ । ତାଙ୍କ ପରିବାର ଏକ କଳାପ୍ରିୟ ପରିବାର ଥିଲା ଓ ଏହାର ପ୍ରଭାବ ପଞ୍ଚାନନଙ୍କ ଉପରେ ପିଲାବେଳୁ ପଡ଼ିଥିଲା । ନିଜ ଗ୍ରାମରେ ସେ ୧୦ମ ଓ +୨ ବିଜ୍ଞାନ ପାଠ ପଢିଥିଲେ ।

କଳାକାର ଜୀବନ[ସମ୍ପାଦନା]

+୨ ବିଜ୍ଞାନ ପାଠ ସମାପ୍ତ କରିବାପରେ ସେ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଚିତ୍ରକଳାର ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ପରେ ସେ ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟରୁ ଚିତ୍ରକଳାରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ଭାରତର ବହୁସ୍ଥାନରେ ତାଙ୍କ ଚିତ୍ର ପ୍ରଦର୍ଶନ ହୋଇଛି ।[୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଜୟଦେବ ପୁରସ୍କାର
  • ଓଡ଼ିଶା ଲଳିତ କଳା ଏକାଡ଼େମୀ ପୁରସ୍କାର - ୨୦୦୩[୨]

ଆଧାର[ସମ୍ପାଦନା]

  1. "ବ୍ୟକ୍ତିତ୍ୱ". No. ଧରିତ୍ରୀ ଛୁଟିଦିନ ୨୮/୦୫/୨୦୨୩. ଧରିତ୍ରୀ. p. ୬. Retrieved 30 May 2023.
  2. "Odisha Lalit Kala Academy Awards". www.odishalalitkalaakademi.org/. Odisha Lalit Kala Academy. Archived from the original on 30 May 2023. Retrieved 30 May 2023.