ପଞ୍ଜିରି

ଉଇକିପିଡ଼ିଆ‌ରୁ
(ପଂଜୀରୀରୁ ଲେଉଟି ଆସିଛି)
ପଂଜୀରୀ
ପଞ୍ଜିରି

ପଞ୍ଜିରି ପାକିସ୍ତାନ ଏବଂ ଭାରତର ପଞ୍ଜାବ ଅଞ୍ଚଳର ଏକ ଋତୁକାଳୀନ ଏକ ମୁଖ୍ୟ ଉପାଦାନ ଦ୍ରବ୍ୟ ।[୧] ପଞ୍ଜିରି ବହୁ ପ୍ରକାରର ଜିନିଷ ଏବଂ ମସଲାକୁ ମିଶ୍ରଣ କରି ତିଆରି କରାଯାଉଥିବା ଏକ ପ୍ରକାରର ମିଠା ଚୁର୍ଣ୍ଣ ଅଟେ ଯାହା ଖାଇବାରେ କାମ ଦେଇଥାଏ । ଯେପରି ସତ୍ୟ ନାରାୟଣଙ୍କ ପୂଜା ପାଇଁ ତିଆରି ପଞ୍ଜିରି ; ପ୍ରସୂତ ଅଥବା ଦୁର୍ବଳ ଲୋକମାନଙ୍କୁ ଖାଇବାକୁ ଦିଆ ଯାଉଥିବା ପୌଷ୍ଟିକ ପଞ୍ଜିରି । ପୁର୍ବ ଉତ୍ତର-ପ୍ରଦେଶରେ ଅଟାରେ ପ୍ରସ୍ତୁତ ପଞ୍ଜିରିକୁ "ମନଭୋଗ" କୁହାଯାଏ । ଧନିଆରେ ପ୍ରସ୍ତୁତ ପଞ୍ଜିରିକୁ ମଧ୍ୟ ପ୍ରାୟତଃ ପଞ୍ଜିରି କୁହାଯାଏ ଯାହା ମୁଖ୍ୟତଃ କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ପ୍ରସାଦ ରୂପେ ପ୍ରଦାନ କରାଯାଏ ।

ଧନିଆ ପଞ୍ଜିରି[ସମ୍ପାଦନା]

ପେସା ଧନିଆ, ଚିନି, ଏବଂ ଘିଅ ଏହାର ପ୍ରମୁଖ ମିଶ୍ରଣ କରାଯାଏ । ପ୍ରସୂତିକୁ ଖାଇବାକୁ ଦିଅ ଯାଉଥିବା "ସୋଂଠ"ର ଲଡୁ ମଧ୍ୟ କେବେ-କେବେ ଏଥିରେ ମିଳାଇ ଦିଆଯାଏ ।

ସାମଗ୍ରୀ[ସମ୍ପାଦନା]

  • ୧୦୦ ଗ୍ରାମ ସୁଖା ଧନିଆ ପାଉଡର
  • ୫୦ ଗ୍ରାମ ମେବା
  • ଖୋପରା ବୁରା ୫୦ ଗ୍ରାମ
  • ଚିନି ୧୦୦ ଗ୍ରାମ
  • ୪-୫ ପେସା ଯାଇଥିବା ଅଳେଇଚ ଗୁଣ୍ଡ
  • ମେବାର କତରନ ୫୦ ଗ୍ରାମ
  • ସତେଜ ଫଳ

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ସର୍ବ ପ୍ରଥମେ ଏକ ଖୋପରାରେ ମେବାକୁ ପେଶି ଅଳ୍ପ ଆଞ୍ଚରେ କିଛି ସମୟ ଘାଣ୍ଟି ଦିଆଯାଏ । ଏବେ ସେଥିରେ ଧନିଆ ପାଉଡର ପକାଇ ୨-୫ ମିନିଟ ଭଲ ଭାବେ ମିଶ୍ରଣ କରାଯାଏ । ମିଶ୍ରଣ ଅଳ୍ପ ଥଣ୍ଡା ହେବାପରେ ଖୋପରାରେ ଚିନି ଢାଳି ମିଶ୍ରଣ କରାଯାଏ । ଏହାପରେ ଏହି ମିଶ୍ରଣରେ ପେଶା ଯାଇଥିବା ଅଳେଇଚ ଗୁଣ୍ଡ ପକାଇ ମିଶ୍ରଣକୁ ଏକତ୍ର କରାଯାଏ । ଏହା ପରେ ସୌନ୍ଦର୍ଯ୍ୟ ପାଇଁ ସତେଜ ଫଳକୁ ପକେଇ ସଜାଇ ଦିଆଯାଏ ।

ଆଧାର[ସମ୍ପାଦନା]

  1. the Hindu Rani Devalla 22 07 2013 * *