ନୟନ ମୋଙ୍ଗିଆ

ଉଇକିପିଡ଼ିଆ‌ରୁ

ନୟନ ରାମଲାଲ ମୋଙ୍ଗିଆ ( ଜନ୍ମ ୧୯ ଡିସେମ୍ବର ୧୯୬୯ , ବରୋଦା ) ଜଣେ ପୂର୍ବତନ ଭାରତୀୟ ୱିକେତକିପର ବେତସମେନ । 

ଖେଳ ଜୀବନୀ [ସମ୍ପାଦନା]

୧୯୯୦ ଇଂଲଣ୍ଡ ଗସ୍ତରେ ସେ ଭଲ ୱିକେଟ କିପିଙ୍ଗ ଯୋଗୁ ଇଂଲଣ୍ଡ ଅଧିନାଯକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଦଳରେ ପ୍ରଥମ ପସନ୍ଦ ବିକେତକିପର ଭାବେ କିରଣ ମୋରେ ଥିବା ହେତୁ ବହୁ ଦିନ ପରେ ଖେଳିବାର ସୁଯୋଗ ପାଇଲେ । 

ଟେଷ୍ଟରେ ମୋଙ୍ଗିଆ ଖେଳିଥିବା ମେଚମାନଙ୍କରେ  ସର୍ବାଧିକ ୧୫୨ ରନ କରିଥିଲେ ଅଷ୍ଟ୍ରେଲିଆ ସହ ୧୦୯୫/୯୭ ମେଚରେ ଦିଲ୍ଲୀଠାରେ । ତାହା ପରେ ସେ ବିବାଦୀୟ ପରିସ୍ଥିତିରେ ପଡି ଦଳରୁ ବହିସ୍କୃତ ହେଇଥିଲେ । ୨୦୦୪ରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରୁ ମଧ୍ୟ ଅବସର ନେଇ କୋଚିଙ୍ଗରେ ଧ୍ୟାନ ଦେଲେ ।  

ବରୋଦା ପାଇଁ ୧୮୩ଟି ମେଚ ଖେଳି ମୋଙ୍ଗିଆ ୩୫୩ଟି କେଚ ସହ ୪୪ଟି ସ୍ତମପିଙ୍ଗ କରିଥିଲେ । ଏହା ସହ ୭୦୦୦ରୁ ଉର୍ଦ୍ଧ ରନ  କରିଥିଲେ । ମୋଙ୍ଗିଆ ଭାରତ ପାଇଁ ୪୪ଟି ଟେଷ୍ଟ ଖେଳିଥିଲେ । ମାର୍ଚ ୨୦୦୧ରେ ଅଷ୍ଟ୍ରେଲିଆ ସହ କଲିକତା ଟେଷ୍ଟରେ ଭରତର ବିଜଯରେ ତାଙ୍କର ମହତ୍ୱ ପୂର୍ଣ ଅବଦାନ ଥିଲା .। 

କୋଚିଙ୍ଗ ଅଧ୍ୟାୟ [ସମ୍ପାଦନା]

୨୦୦୪ରେ ନୟନ ମୋଙ୍ଗିଆ ଥାଇଲ୍ଯାନ୍ଡ ଜାତୀୟ କ୍ରିକେଟ ଦଳର କୋଚ ଭାବରେ କାର୍ଯ୍ୟ କରିଥିଲେ । ତେବେ ACC ଟ୍ରଫିରେ ସେ ମାଲେସିଆ ଜାତୀୟ ଦଳର କୋଚ ହିସାବରେ କାର୍ଯ୍ୟ କଲେ ।ପୁଣି ସେ ଥାଇଲ୍ଯାନ୍ଡ ୧୯ ବର୍ଷରୁ ତଳ ଜାତୀୟ ଦଳର କୋଚ ମଧ୍ୟ  ରହିଇଥିଲେ ।  

ରେକର୍ଡ ସମୂହ [ସମ୍ପାଦନା]

  • ॰ମୋଙ୍ଗିଆ ଭାରତୀୟ ୱିକେଟ କିପର ମାନଙ୍କ  ମଧ୍ୟରେ ରେକର୍ଡ ସଂଖ୍ୟକ ୮ଟି କେଚ ୨ ଥର ନେବାର ଗୌରବ ପାଇଥିଲେ .[୧]

References[ସମ୍ପାଦନା]