ନେହା ଶର୍ମା

ଉଇକିପିଡ଼ିଆ‌ରୁ
ନେହା ଶର୍ମା
ଜୟନ୍ତ ଭାଇ କି ଲଭ୍ ଷ୍ଟୋରୀର ପ୍ରମୋଶନରେ ନେହା
Born (1987-11-21) ୨୧ ନଭେମ୍ବର ୧୯୮୭ (ବୟସ ୩୬)
ଭଗଲାପୁର, ବିହାର, ଭାରତ[୧]
Occupation(s)ଅଭିନେତ୍ରୀ, ମଡେଲ
Years active୨୦୦୭–ଏବେଯାଏଁ
Parentଅଜିତ ଶର୍ମା (ବାପା)

ନେହା ଶର୍ମା (ଜନ୍ମ: ୨୧ ନଭେମ୍ବର ୧୯୮୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ନେହା ୨୦୦୭ରେ ତେଲୁଗୁ କଥାଚିତ୍ର ଚିରୁତା ଜରିଆରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୦ରେ ମୋହିତ ସୁରୀଙ୍କ ଚଳଚ୍ଚିତ୍ର କ୍ରୁକ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । [୨] ସେ କ୍ୟା ସୁପର କୁଲ୍ ହୈ ହମ୍, ଜୟନ୍ତ ଭାଇ କି ଲଭ୍ ଷ୍ଟୋରୀ, ୟମଲା ପାଗଲା ଦିୱାନା ୨, ୟଙ୍ଗିସ୍ତାନ, ତୁମ୍ ବିନ୍ ୨ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନେହା ୨୧ ନଭେମ୍ବର ୧୯୮୭ରେ ବିହାରର ଭାଗଲପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅଜିତ ଶର୍ମା ଜଣେ ବ୍ୟବସାୟୀ, ଯିଏକି ପରେ ରାଜନିତୀରେ ଯୋଗଦେଇଥିଲେ ଏବଂ ଜାତୀୟ କଂଗ୍ରେସଦ୍ୱାରା ନିର୍ବାଚିତ ଭାଗଲପୁରର ବିଧାୟକ ହୋଇଥିଲେ । ନେହା ତାଙ୍କ ବାପାଙ୍କ ପାଇଁ ନିର୍ବାଚନରେ ପ୍ରଚାର କରିଥିଲେ ।[୩][୪] ନେହାଙ୍କର ତିନିଜଣ ଭାଇ ଭଉଣୀ ଅଛନ୍ତି । ସେ ଛୋଟବେଳେ ଆସ୍ତମା ରୋଗରେ ପିଡ଼ୀତ ଥିଲେ ।[୫] ନେହା ଭାଗଲପୁରର ମାଉଣ୍ଟ କାର୍ମେଲ ସ୍କୁଲରେ ପଢ଼ିଥିଲେ ଏବଂ ଫ୍ୟାସନ ଡିଜାଇନିଂରେ ଯୋଗ ଦେଇଥିଲେ ।[୬] ସେ ନ୍ୟାସନାଲ୍ ଇନିଷ୍ଟିଚିଉଟ୍ ଅଫ୍ ଫ୍ୟାସନ ଟେକ୍ନୋଲୋଜି, ଦିଲ୍ଲୀରୁ ଫ୍ୟାସନ ଡିଜିଇନିଂ ପଢ଼ିଥିଲେ ।[୭]

ଅଭିନୟ ଜୀବନ[ସମ୍ପାଦନା]

ନେହା ୨୦୦୭ ମସିହାରେ ତେଲୁଗୁ କଥାଚିତ୍ର ଚିରୁତା ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରରେ ରାମଚରଣ ମଧ୍ୟ ପ୍ରଥମ କରି ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ୨୦୦୯ରେ ଅନ୍ୟ ଏକ ତେଲୁଗୁ ଚଳଚ୍ଚିତ୍ର କୁରୁଡ଼ୁରେ ଅଭିନୟ କରିଥିଲେ ।

ସେ ୨୦୧୦ରେ ହିନ୍ଦୀ କଥାଚିତ୍ର ଜଗତରେ କ୍ରୁକ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କାଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୨ରେ ତେରି ମେରି କାହାଣୀ, କ୍ୟା ସୁପର୍ କୁଲ୍ ହୈ ହମ୍, ୨୦୧୩ରେ ଜୟନ୍ତ ଭାଇ କି ଲଭ୍ ଷ୍ଟୋରୀ, ୨୦୧୩: ୟମଲା ପାଗଲା ଦିୱାନା ୨, ୨୦୧୪ରେ ୟଙ୍ଗିସ୍ତାନ, ୨୦୧୬ରେ କ୍ରିତୀ, ୨୦୧୬: ଜୁଜାଙ୍ଗ୍, ୨୦୧୬: ତୁମ୍ ବିନ୍ ୨ ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ନେହା ରୋଷେଇ କରିବାକୁ, ବ‌ହି ପଢ଼ିବାକୁ ଏବଂ ନୃତ୍ୟ କରିବାକୁ ପସନ୍ଦ କରନ୍ତି ।[୮] ସେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ କଥକରେ ପ୍ରଶିକ୍ଷଣ ନେଇଛନ୍ତି । ଏତଦ ବ୍ୟତୀତ ସେ ପାଇନ୍ଆପଲ୍ ଷ୍ଟୁଡ଼ିଓ, ଲଣ୍ଡନରୁ ହିପ୍ ହପ୍, ଲାଟିନ୍ ନୃତ୍ୟ ସାଲ୍‌ସା, ମେରେଙ୍ଗେ, ଜିଭ୍ ଏବଂ ଜାଜ୍ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ ।[୫][୯]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୭: ଚିରୁତା (ତେଲୁଗୁ)
  • ୨୦୦୯: କୁରାଡ଼ୁ (ତେଲୁଗୁ)
  • ୨୦୧୦: କ୍ରୁକ୍ (ହିନ୍ଦୀ)
  • ୨୦୧୨: ତେରି ମେରି କାହାଣୀ (ହିନ୍ଦୀ)
  • ୨୦୧୨: କ୍ୟା ସୁପର୍ କୁଲ୍ ହୈ ହମ୍ (ହିନ୍ଦୀ)
  • ୨୦୧୩: ଜୟନ୍ତ ଭାଇ କି ଲଭ୍ ଷ୍ଟୋରୀ (ହିନ୍ଦୀ)
  • ୨୦୧୩: ୟମଲା ପାଗଲା ଦିୱାନା ୨ (ହିନ୍ଦୀ)
  • ୨୦୧୪: ୟଙ୍ଗିସ୍ତାନ (ହିନ୍ଦୀ)
  • ୨୦୧୬: କ୍ରିତୀ (ହିନ୍ଦୀ)
  • ୨୦୧୬: ଜୁଜାଙ୍ଗ୍ (ହିନ୍ଦୀ)
  • ୨୦୧୬: ତୁମ୍ ବିନ୍ ୨ (ହିନ୍ଦୀ)
  • ୨୦୧୭: ମୁବାରକନ୍ (ହିନ୍ଦୀ)

ଆଧାର[ସମ୍ପାଦନା]

  1. Gupta, Priya (21 May 2013). "Acting and looks don't help, only box office does: Neha Sharma". The Times of India. Retrieved 23 May 2017.
  2. "Crook was satisfying after south flicks: Neha Sharma". The Indian Express. 5 October 2010. Retrieved 23 May 2017.
  3. Jha, Giridhar (20 August 2014). "Glamour quotient in Bhagalpur campaign". India Today. Retrieved 23 May 2017.
  4. "बॉलीवुड की खूबसूरत एक्ट्रेस नेहा शर्मा के पिता बने विधायक" (in Hindi). 25 August 2014. Retrieved 23 May 2017.{{cite web}}: CS1 maint: unrecognized language (link)
  5. ୫.୦ ୫.୧ Gupta, Priya (21 May 2013). "Acting and looks don't help, only box office does: Neha Sharma". The Times of India. Retrieved 23 May 2017.
  6. Sharma, Neha (9 September 2012). "Neha Sharma Albums". FreeImagesGallery.com. Archived from the original on 16 September 2012. Retrieved 23 May 2017.
  7. Kashyap, Pooja (2 October 2010). "'Serial kisser' arrives in city to promote crook". The Times of India. Retrieved 23 May 2017.
  8. "Crook- It's Good To Be Bad Hindi Film Actress Neha Sharma Interview". Calcutta Tube. 5 October 2010. Archived from the original on 24 September 2012. Retrieved 23 May 2017.
  9. Sinha, Seema (5 May 2011). "Neha Sharma reveals her beauty secrets". The Times of India. Archived from the original on 2014-01-07. Retrieved 2017-05-23.

ଅଧିକ ତ‌ଥ୍ୟ[ସମ୍ପାଦନା]