ନୀଲମ ସୋନକର
ଦେଖଣା
ନୀଲମ ସୋନକର | |
|---|---|
| ଲୋକ ସଭା ସଦସ୍ୟ | |
| କାର୍ଯ୍ୟକାଳ ମଇ ୨୦୧୪ – ମଇ ୨୦୧୯ | |
| ପୂର୍ବ ଅଧିକାରୀ | ବଳୀ ରାମ |
| ପର ଅଧିକାରୀ | ସଂଗୀତା ଆଜାଦ |
| ନିର୍ବାଚନ ମଣ୍ଡଳୀ | ଲାଲଗଞ୍ଜ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୧ ଫେବୃଆରୀ ୧୯୭୩ ଗୋରଖପୁର, ଉତ୍ତରପ୍ରଦେଶ, ଭାରତ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି (ବିଜେପି) |
| ଜୀବନ ସାଥୀ | ରାଜେନ୍ଦ୍ର ପ୍ରସାଦ |
| ଘର | ଆଜମଗଡ ଉତ୍ତରପ୍ରଦେଶ |
| ପେଷା | ରାଜନୀତିଜ୍ଞ |
| ୧୬ ଅକ୍ଟୋବର, ୨୦୧୫ ସୁଦ୍ଧା ଆଧାର: [୧] | |
ନୀଲମ ସୋନକର (ଜନ୍ମ ୧୧ ଫେବୃଆରୀ ୧୯୭୩) ଜଣେ ଭାରତୀୟ ରାଜନେତା ଅଟନ୍ତି । ସେ ୧୬ତମ ଲୋକ ସଭାରେ ପ୍ରବେଶ କରିବା ପାଇଁ ଉତ୍ତରପ୍ରଦେଶ ଲାଲଗଞ୍ଜ ସିଟରୁ ଭାରତୀୟ ସାଧାରଣ ନିର୍ବାଚନ ୨୦୧୪ ମସିହାରେ ପ୍ରତିଦ୍ୱନ୍ଦିତା କରିଥିଲେ ।
ସେ ୧୯୯୮ ମସିହାରେ ଗୋରଖପୁର ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏଟ ଏମ.ଏ କରିଥିଲେ ।[୧]
ପ୍ରାଥମିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ସୋନକର ୧୧ ଫେବୃଆରୀ ୧୯୭୩ ମସିହାରେ ଶ୍ରୀ ରାମଚନ୍ଦ୍ର ଏବଂ ଶ୍ରୀମତୀ ଭାଗ୍ୟବାଣୀ ଦେବୀଙ୍କ ଘରେ ହୋଇଥିଲା । ସେ ଉତ୍ତରପ୍ରଦେଶର କାନପୁରରେ ଜନ୍ମଗ୍ରହଣ କରିଥିଲେ । ନୀଲମ ସୋନକର ଗୋରଖପୁର ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଇନ ଆର୍ଟ (MA) ସମାପ୍ତ କରିଛନ୍ତି ।
ପଦବୀଗୁଡିକ
[ସମ୍ପାଦନା]- ମଇ, ୨୦୧୪: ୧୬ତମ ଲୋକ ସଭାକୁ ମନୋନୀତ ।
- ୧ ସେପ୍ଟେମ୍ବର ୨୦୧୪ ପରଠାରୁ: ସଦସ୍ୟ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ଉପରେ ସ୍ଥାୟୀ କମିଟି ।[୨]
- ଏପ୍ରିଲ ୨୦୧୬ ପରଠାରୁ: ସଦସ୍ୟ, ଷ୍ଟାଣ୍ଡଅପ ଇଣ୍ଡିଆ କାର୍ଯ୍ୟକ୍ରମ ଉପରେ ଜାତୀୟ ସ୍ତରର ପରିଚାଳନା କମିଟି ।
ଆଧାର
[ସମ୍ପାଦନା]- ↑ "Neelam Sonkar". MyNeta.info. Retrieved 16 October 2015.
- ↑ "Neelam Sonkar". Government of India. Retrieved 16 October 2015.