ନୀଲମ୍ କ୍ଲେର୍
ନୀଲମ୍ କ୍ଲେର୍ | |
---|---|
ଜନ୍ମ | ଶ୍ରୀନଗର, ଜମ୍ମୁ ଓ କାଶ୍ମୀର, ଭାରତ |
ବୃତ୍ତି(ସମୂହ) | ନେନାଟୋଲୋଜିଷ୍ଟ୍, ଶିଶୁରୋଗ ବିଶେଷଜ୍ଞ |
ପୁରସ୍କାର | ପଦ୍ମଭୂଷଣ |
ନୀଲମ୍ କ୍ଲେର୍ ଜଣେ ଭାରତୀୟ ନେନାଟୋଲୋଜିଷ୍ଟ୍, ଯେ ନିଓନାଟାଲ୍ ଇନ୍ଟେନ୍ସିଭ୍ କେୟାର୍ ଓ ଭେଣ୍ଟିଲେସନ୍ ଉପରେ କାମ ପାଇଁ ଜଣାଶୁଣା ।[୧] ନିଓନାଟାଲ୍ ସେବାକୁ ଉନ୍ନତ କରି, ଖୁବ୍ ସାନ ସମୟ ଆଗରୁ ଜନ୍ମ ଶିଶୁଙ୍କ (୧୦୦୦ ଗ୍ରାମ୍ରୁ କମ୍) ବଞ୍ଚିବା ହାର ୯୦ ପ୍ରତିଶତକୁ ବଢ଼ାଇବାର ଶ୍ରେୟ ତାଙ୍କୁ ଦିଆଯାଏ ।[୨] ୨୦୧୪ରେ, ଔଷଧ ଓ ନିଓନାଟୋଲୋଜିରେ ତାଙ୍କ ଅବଦାନ ପାଇଁ, ଭାରତ ସରକାର ତାଙ୍କୁ ତୃତୀୟ ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନରେ ସମ୍ମାନିତ କରିଥିଲେ ।[୩]
ଜୀବନୀ
[ସମ୍ପାଦନା]ନୀଲମ୍ କ୍ଲେର୍ ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଜନ୍ମ ହୋଇଥିଲେ ଓ ଶ୍ରୀନଗରର ପ୍ରେଜେଣ୍ଟେସନ୍ କନ୍ଭେଣ୍ଟ୍ ବିଦ୍ୟାଳୟରେ ନିଜର ଶିକ୍ଷା ଜୀବନ ଆରମ୍ଭ କରିଥିଲେ ।[୪] ବୃତ୍ତି ପାଇଁ ଡାକ୍ତରୀ ଚୟନ କରି ସେ ଚଣ୍ଡୀଗଡର ପୋଷ୍ଟ୍ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ୍ ଏଣ୍ଡ୍ ରିସର୍ଚ୍ଚ୍ରେ ଶିଶୁରୋଗରେ ସ୍ନାତ୍ତକୋତ୍ତର ଲାଭ କରିଥିଲେ । ପରେ ସେ କୋପେନ୍ହାଗେନ୍ ବିଶ୍ୱବିଦ୍ୟାଳୟରେ ନେନାଟୋଲୋଜିରେ ଅଧିକ ପଢ଼ିବା ପାଇଁ ଡେନ୍ମାର୍କ୍ର କୋପେନ୍ହାଗେନ୍ ଯାଇଥିଲେ ।[୫]
ପେଶାଗତ ଜୀବନ
[ସମ୍ପାଦନା]କୋପେନ୍ହାଗେନ୍ରୁ ଫେରିବା ପରେ, କ୍ଲେର୍ ତାଙ୍କ ପେଶାଗତ ଜୀବନ ୩୧ ମଇ ୧୯୮୮ରେ ଭାରତର ନୂଆଦିଲ୍ଲୀରେ ସାର୍ ଗଙ୍ଗା ରାମ ହସ୍ପିଟାଲ୍ରେ ଯୋଗଦେଇ ଆରମ୍ଭ କରିଥିଲେ ।[୪] ସେ ନିଜର ୨୬ ବର୍ଷର କର୍ମ ଜୀବନରେ, ଡାକ୍ତରଖାନାରେ ନିଓନାଟୋଲୋଜି ବିଭାଗ ଖୋଲିବା ସହ ସେଠରେ ଅଧ୍ୟକ୍ଷ ପଦରେ ଅଛନ୍ତି ।[୫]
ସେ ମଧ୍ୟ ସୌଦି ଆରବର ଗିଜାନ୍ରେ କିଙ୍ଗ୍ ଫହାଦ୍ ୟୁନିଭର୍ସିଟି ହସ୍ପିଟାଲ୍ରେ ଭ୍ରାମ୍ୟମାଣ ପରାମର୍ଶଦାତା ଥିଲେ ଓ ଯୁକ୍ତରାଷ୍ଟ୍ରର ୱିସ୍କନ୍ସିନସ୍ଥିତ ମିଲ୍ୱକି ଶିଶୁ ଡାକ୍ତରଖାନାରେ ନିଓନାଟୋଲୋଜି ବିଭାଗ ସହ ସଂଯୁକ୍ତ ଥିଲେ ।[୫]
ବର୍ତ୍ତମାନ ସେ ନିମ୍ନଲିଖିତ କାର୍ଯ୍ୟାଳୟରେ ଅଛନ୍ତି ।
- ଜାତୀୟ ନିଓନାଟୋଲୋଜି ଫୋରମ୍ରେ ସଭାପତି ।[୫][୬]
- ପୋଷଣ ସମ୍ବନ୍ଧିତ ପ୍ରଶ୍ନରେ ଅନ୍ଲାଇନ୍ ସେବାରେ CNAG (Cell of Nutrition Advisory Group)ରେ ପରାମର୍ଶଦାତା ।
- ଜାତୀୟ ନିଓନାଟୋଲୋଜି ଫୋରମ୍ଦ୍ୱାରା ପ୍ରକାଶିତ ତ୍ରୈମାସିକ ପତ୍ରିକା ଜର୍ଣ୍ଣାଲ୍ ଅଫ୍ ନିଓନାଟୋଲୋଜିରେ ସମ୍ପାଦକ ।
- FAOPS (Federation of Asia and Oceania Perinatal Societies) ୨୦୧୦ର ସଂଗଠନ ଅଧ୍ୟକ୍ଷ ।[୭]
- ଦକ୍ଷିଣ ପୂର୍ବ ଏସୀଆରେ ମୃତ୍ୟୁକୁ ପ୍ରତିରୋଧ କରିବା ପାଇଁ WHO ନିପୁଣ କମିଟିର ସଭ୍ୟ[୨]
- ଆମେରିକୀୟ ଶିଶୁରୋଗ ଏକାଡ଼େମୀ ର ମୁଖ୍ୟ ପରାମର୍ଶଦାତା– ଶିଶୁର ଶ୍ୱାସ ସାହାଯ୍ୟକାରୀ ।[୨]
- Member – Global Neonatal Nutrition Consensus Group for the development of international guidelines on feeding the preterm infants[୨][୮]
ସେ ମଧ୍ୟ ବହୁତ ସ୍ତରରେ ଜାତିସଂଘ ଆନ୍ତର୍ଜାତୀୟ ଶିଶୁ ଦରକାରୀ ପାଣ୍ଠି[୯] ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଘ ସହ[୧୦] ନିଓନାଟୋଲୋଗି ସେବା କ୍ଷେତ୍ରରେ ବହୁତ କ୍ଷେତ୍ରରେ ଭାଗୀଦାର ଅଛନ୍ତି ।[୨][୧୧] ସେ ସ୍ୱାସ୍ଥ୍ୟ ଓ ପରିବାର ନିୟୋଜନ ବିଭାଗରେ ନୂତନ ଜନ୍ମ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟନୀତିରେ ପ୍ୟାନେଲ୍ ସଭ୍ୟ ଥିଲେ ।[୧୨]
ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ, ଡଃ କ୍ଲେର୍ ALL Ladies Leagueର ସ୍ୱସ୍ଥ୍ୟ ସେବାରେ ସଭାପତି ଅଛନ୍ତି ।.[୧୩]
ମୃତ୍ୟୁପତ୍ର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Daily Pioneer". Retrieved 20 July 2014.
- ↑ ୨.୦ ୨.୧ ୨.୨ ୨.୩ ୨.୪ "pre term babies". Retrieved 21 July 2014.
- ↑ "Padma bhushan". Newsreport. The Hindu. 25 January 2014. Retrieved 20 July 2014.
- ↑ ୪.୦ ୪.୧ "FB". Retrieved 20 July 2014.
- ↑ ୫.୦ ୫.୧ ୫.୨ ୫.୩ "Bio 1". Retrieved 20 July 2014.
- ↑ "NNF" (PDF). Archived from the original (PDF) on 29 July 2014. Retrieved 20 July 2014.
- ↑ "FAOPS 2010" (PDF). Retrieved 20 July 2014.
- ↑ "GNNCG" (PDF). Archived from the original (PDF) on 4 March 2016. Retrieved 21 July 2014.
- ↑ "UNICEF" (PDF). Archived from the original (PDF) on 24 December 2012. Retrieved 20 July 2014.
- ↑ "WHO" (PDF). Retrieved 20 July 2014.
- ↑ "Standford". Archived from the original on 27 July 2014. Retrieved 20 July 2014.
- ↑ "BS". Retrieved 20 July 2014.
- ↑ "ALL". Retrieved 21 July 2014.
ବାହ୍ୟ ଆଧାର
[ସମ୍ପାଦନା]ଛାଞ୍ଚ:PadmaBhushanAwardRecipients 2010–19 ଛାଞ୍ଚ:Health in India ଛାଞ୍ଚ:Pathology of pregnancy, childbirth and the puerperium ଛାଞ୍ଚ:Certain conditions originating in the perinatal period