ନୀଲମ୍ କ୍ଲେର୍

ଉଇକିପିଡ଼ିଆ‌ରୁ
ନୀଲମ୍ କ୍ଲେର୍
Born
ଶ୍ରୀନ‌ଗର, ଜମ୍ମୁ ଓ କାଶ୍ମୀର, ଭାରତ
Occupation(s)ନେନାଟୋଲୋଜିଷ୍ଟ୍, ଶିଶୁରୋଗ ବିଶେଷଜ୍ଞ
Awardsପଦ୍ମ‌ଭୂଷଣ

ନୀଲମ୍ କ୍ଲେର୍ ଜଣେ ଭାରତୀୟ ନେନାଟୋଲୋଜିଷ୍ଟ୍, ଯେ ନିଓନାଟାଲ୍ ଇନ୍‌ଟେନ୍‌ସିଭ୍ କେୟାର୍ ଓ ଭେଣ୍ଟିଲେସନ୍ ଉପରେ କାମ ପାଇଁ ଜଣାଶୁଣା ।[୧] ନିଓନାଟାଲ୍ ସେବାକୁ ଉନ୍ନତ କରି, ଖୁବ୍ ସାନ ସମୟ ଆଗରୁ ଜନ୍ମ ଶିଶୁଙ୍କ (୧୦୦୦ ଗ୍ରାମ୍‌ରୁ କମ୍) ବଞ୍ଚିବା ହାର ୯୦ ପ୍ରତିଶତକୁ ବଢ଼ାଇବାର ଶ୍ରେୟ ତାଙ୍କୁ ଦିଆଯାଏ ।[୨] ୨୦୧୪ରେ, ଔଷଧ ଓ ନିଓନାଟୋଲୋଜିରେ ତାଙ୍କ ଅବଦାନ ପାଇଁ, ଭାରତ ସରକାର ତାଙ୍କୁ ତୃତୀୟ ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନରେ ସମ୍ମାନିତ କରିଥିଲେ ।[୩]

ଜୀବନୀ[ସମ୍ପାଦନା]

ଛାଞ୍ଚ:Quotebox

ନୀଲମ୍ କ୍ଲେର୍ ଜମ୍ମୁ ଓ କାଶ୍ମୀରର ଶ୍ରୀନ‌ଗରରେ ଜନ୍ମ ହୋଇଥିଲେ ଓ ଶ୍ରୀନ‌ଗରର ପ୍ରେଜେଣ୍ଟେସନ୍ କନ୍‌ଭେଣ୍ଟ୍ ବିଦ୍ୟାଳୟରେ ନିଜର ଶିକ୍ଷା ଜୀବନ ଆରମ୍ଭ କରିଥିଲେ ।[୪] ବୃତ୍ତି ପାଇଁ ଡାକ୍ତରୀ ଚୟନ କରି ସେ ଚଣ୍ଡୀଗଡର ପୋଷ୍ଟ୍‌ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ୍ ଏଣ୍ଡ୍ ରିସର୍ଚ୍ଚ୍‌ରେ ଶିଶୁରୋଗରେ ସ୍ନାତ୍ତକୋତ୍ତର ଲାଭ କରିଥିଲେ । ପରେ ସେ କୋପେନ୍‌ହାଗେନ୍ ବିଶ୍ୱବିଦ୍ୟାଳୟରେ ନେନାଟୋଲୋଜିରେ ଅଧିକ ପଢ଼ିବା ପାଇଁ ଡେନ୍‌ମାର୍କ୍‌ର କୋପେନ୍‌ହାଗେନ୍ ଯାଇଥିଲେ ।[୫]

ପେଶାଗତ ଜୀବନ[ସମ୍ପାଦନା]

କୋପେନ୍‌ହାଗେନ୍‌ରୁ ଫେରିବା ପରେ, କ୍ଲେର୍ ତାଙ୍କ ପେଶାଗତ ଜୀବନ ୩୧ ମଇ ୧୯୮୮ରେ ଭାରତର ନୂଆଦିଲ୍ଲୀରେ ସାର୍ ଗଙ୍ଗା ରାମ ହସ୍‌ପିଟାଲ୍‌ରେ ଯୋଗଦେଇ ଆରମ୍ଭ କରିଥିଲେ ।[୪] ସେ ନିଜର ୨୬ ବର୍ଷର କର୍ମ ଜୀବନରେ, ଡାକ୍ତରଖାନାରେ ନିଓନାଟୋଲୋଜି ବିଭାଗ ଖୋଲିବା ସ‌ହ ସେଠରେ ଅଧ୍ୟକ୍ଷ ପଦରେ ଅଛନ୍ତି ।[୫]

ସେ ମଧ୍ୟ ସୌଦି ଆରବର ଗିଜାନ୍‌ରେ କିଙ୍ଗ୍ ଫହାଦ୍ ୟୁନିଭର୍ସିଟି ହସ୍‌ପିଟାଲ୍‌ରେ ଭ୍ରାମ୍ୟମାଣ ପରାମର୍ଶଦାତା ଥିଲେ ଓ ଯୁକ୍ତରାଷ୍ଟ୍ରର ୱିସ୍‌କନ୍‌ସିନ‌ସ୍ଥିତ ମିଲ୍‌ୱକି ଶିଶୁ ଡାକ୍ତରଖାନାରେ ନିଓନାଟୋଲୋଜି ବିଭାଗ ସ‌ହ ସଂଯୁକ୍ତ ଥିଲେ ।[୫]

ବର୍ତ୍ତମାନ ସେ ନିମ୍ନଲିଖିତ କାର୍ଯ୍ୟାଳୟରେ ଅଛନ୍ତି ।

  • ଜାତୀୟ ନିଓନାଟୋଲୋଜି ଫୋରମ୍‌ରେ ସଭାପତି ।[୫][୬]
  • ପୋଷଣ ସମ୍ବନ୍ଧିତ ପ୍ରଶ୍ନରେ ଅନ୍‌ଲାଇନ୍ ସେବାରେ CNAG (Cell of Nutrition Advisory Group)ରେ ପରାମର୍ଶଦାତା ।
  • ଜାତୀୟ ନିଓନାଟୋଲୋଜି ଫୋରମ୍‌ଦ୍ୱାରା ପ୍ରକାଶିତ ତ୍ରୈମାସିକ ପତ୍ରିକା ଜର୍ଣ୍ଣାଲ୍ ଅଫ୍ ନିଓନାଟୋଲୋଜିରେ ସମ୍ପାଦକ ।
  • FAOPS (Federation of Asia and Oceania Perinatal Societies) ୨୦୧୦ର ସଂଗଠନ ଅଧ୍ୟକ୍ଷ ।[୭]
  • ଦକ୍ଷିଣ ପୂର୍ବ ଏସୀଆରେ ମୃତ୍ୟୁକୁ ପ୍ରତିରୋଧ କରିବା ପାଇଁ WHO ନିପୁଣ କମିଟିର ସଭ୍ୟ[୨]
  • ଆମେରିକୀୟ ଶିଶୁରୋଗ ଏକାଡ଼େମୀ ର ମୁଖ୍ୟ ପରାମର୍ଶଦାତା– ଶିଶୁର ଶ୍ୱାସ ସାହାଯ୍ୟକାରୀ ।[୨]
  • Member – Global Neonatal Nutrition Consensus Group for the development of international guidelines on feeding the preterm infants[୨][୮]

ସେ ମଧ୍ୟ ବ‌ହୁତ ସ୍ତରରେ ଜାତିସଂଘ ଆନ୍ତର୍ଜାତୀୟ ଶିଶୁ ଦରକାରୀ ପାଣ୍ଠି[୯]ବିଶ୍ୱ ସ୍ୱାସ୍ଥ୍ୟ ସଂଘ ସ‌ହ[୧୦] ନିଓନାଟୋଲୋଗି ସେବା କ୍ଷେତ୍ରରେ ବ‌ହୁତ କ୍ଷେତ୍ରରେ ଭାଗୀଦାର ଅଛନ୍ତି ।[୨][୧୧] ସେ ସ୍ୱାସ୍ଥ୍ୟ ଓ ପରିବାର ନିୟୋଜନ ବିଭାଗରେ ନୂତନ ଜନ୍ମ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟନୀତିରେ ପ୍ୟାନେଲ୍ ସଭ୍ୟ ଥିଲେ ।[୧୨]

ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ, ଡଃ କ୍ଲେର୍ ALL Ladies Leagueର ସ୍ୱସ୍ଥ୍ୟ ସେବାରେ ସଭାପତି ଅଛନ୍ତି ।.[୧୩]

ମୃତ୍ୟୁପତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Daily Pioneer". Retrieved 20 July 2014.
  2. ୨.୦ ୨.୧ ୨.୨ ୨.୩ ୨.୪ "pre term babies". Retrieved 21 July 2014.
  3. "Padma bhushan". Newsreport. The Hindu. 25 January 2014. Retrieved 20 July 2014.
  4. ୪.୦ ୪.୧ "FB". Retrieved 20 July 2014.
  5. ୫.୦ ୫.୧ ୫.୨ ୫.୩ "Bio 1". Retrieved 20 July 2014.
  6. "NNF" (PDF). Archived from the original (PDF) on 29 July 2014. Retrieved 20 July 2014.
  7. "FAOPS 2010" (PDF). Retrieved 20 July 2014.
  8. "GNNCG" (PDF). Archived from the original (PDF) on 4 March 2016. Retrieved 21 July 2014.
  9. "UNICEF" (PDF). Archived from the original (PDF) on 24 December 2012. Retrieved 20 July 2014.
  10. "WHO" (PDF). Retrieved 20 July 2014.
  11. "Standford". Archived from the original on 27 July 2014. Retrieved 20 July 2014.
  12. "BS". Retrieved 20 July 2014.
  13. "ALL". Retrieved 21 July 2014.

ବାହ୍ୟ ଆଧାର[ସମ୍ପାଦନା]

ଛାଞ୍ଚ:PadmaBhushanAwardRecipients 2010–19 ଛାଞ୍ଚ:Health in India ଛାଞ୍ଚ:Pathology of pregnancy, childbirth and the puerperium ଛାଞ୍ଚ:Certain conditions originating in the perinatal period