ନିହାରୀକା ମହାନ୍ତି

ଉଇକିପିଡ଼ିଆ‌ରୁ
ନିହାରୀକା ମହାନ୍ତି
ଜନ୍ମ
କାନାଡା
ବୃତ୍ତିଓଡ଼ିଶୀ ନର୍ତ୍ତକୀ ଓ ଗୁରୁ
Dancesଓଡ଼ିଶୀ

ନିହାରୀକା ମହାନ୍ତି ଜଣେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ କଳାକାର[୧] । ସେ କାନାଡାରେ ବଢ଼ିଥିଲେ ମଧ୍ୟ ମାତ୍ର ପାଞ୍ଚ ବର୍ଷ ବୟସରୁ ଓଡ଼ିଶୀ ଶିଖିଥିଲେ[୧] । ସେ ଗୁରୁ ମୂରଲୀଧର ମାଝି, ଗୁରୁ ପଙ୍କଜଚରଣ ଦାଶ, ଶ୍ରୀମତୀ ଆନନ୍ଦ ରାଧା ଓ ଶ୍ରୀମତୀ ମେନ‌କା ଠକ୍କରଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ[୧] । ସେ ଗୁରୁ କେଳୁଚରଣଙ୍କ ନୃତ୍ୟ ଶୈଳୀରେ ପ୍ରସିଦ୍ଧି ଲାଭ କରିଥିଲେ[୧] । ଗୁରୁଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ରତିକାନ୍ତ ମହାପାତ୍ର ଓ ପୁତ୍ରବଧୂ ସୁଜାତା ମହାପାତ୍ରଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ[୧] । ନିହାରୀକାଙ୍କ ମୂଳଲକ୍ଷ ଥିଲା, ଗୁରୁଶ୍ରଦ୍ଧା ଜରିଆରେ ଗୁରୁଙ୍କ ନୃତ୍ୟକୁ ଉତ୍ତର ଆମେରିକାରେ ପ୍ରସାର କରାଇବା[୧] । ସେ ୟର୍କ ବିଶ୍ୱବିଦ୍ୟାଳୟ, ଟରଣ୍ଟୋରୁ ନୃତ୍ୟରେ ସ୍ନାତ୍ତକ[୨] କରିବା ସ‌ହ ଆନ୍ତର୍ଜାତୀୟ ସ୍ତରରେ, ବିଶେଷତଃ ଉତ୍ତର ଆମେରିକାରେ ଏକ‌କ ନୃତ୍ୟ ପରିବେଷଣ କରିଛନ୍ତି[୧] । ସେ ଜାତୀୟ ଓଡ଼ିଶୀ ନୃତ୍ଯ ଓ ସଙ୍ଗତ ଉତ୍ସବ, ଭୁବନେଶ୍ୱର, ଭାରତୀୟ ସାଂସ୍କୃତିକ ସଙ୍ଗୀତ ଓ ନୃତ୍ୟ ଉତ୍ସବ, ଶିବାନନ୍ଦ ଆଶ୍ରମ, ବାହାମାସ୍, ଚିତ୍ରେଶ୍ ଦାଶ ନୃତ୍ୟ କମ୍ପାନୀଦ୍ୱାରା ସାନ୍‌ଫ୍ରାନ୍‌ସିସ୍କୋଠାରେ ଆୟୋଜିତ ଟ୍ରାଡ଼ିସନ୍‌ସ ଏନ୍‌ଗେଜ୍‌ଡ, ସାନ୍ ଫ୍ରାନ୍‌ସିସ୍‌କୋ ଏଥିନିକ୍ ଡ୍ୟାନ୍ସ୍ ଫେଷ୍ଟିବାଲ୍, ଓ ନର୍ତ୍ତକୀ ଡ୍ୟାନ୍ସ୍ ଫେଷ୍ଟିବାଲ୍‌ରେ ନୃତ୍ୟ ପରିବେଷଣ କରିଛନ୍ତି[୧] । ସେ ୨୦ ବର୍ଷ ଧରି ଆନୁଷ୍ଠାନିକ ଭାବେ ନୃତ୍ୟ ପରିବେଷଣ କରିଆସୁଛନ୍ତି[୨] । ସେ ୧୯୯୩ରୁ ନୃତ୍ୟ ଶିକ୍ଷା ଦେଉଥିବା ବେଳେ ୧୯୯୬ରୁ ନୃତ୍ୟ ନିର୍ଦ୍ଦେଶନା ଦେଉଛନ୍ତି[୨] । ସେ ବର୍ତ୍ତମାନ ନୃତ୍ୟ ଅନୁଷ୍ଠାନ ଗୁରୁ ଶ୍ରଦ୍ଧାର ପ୍ରଧାନ ଅଧ୍ୟକ୍ଷ ଓ ପ୍ରବନ୍ଧକ[୧]

ଆଧାର[ସମ୍ପାଦନା]