ନିରୁପମା ଦେବୀ

ଉଇକିପିଡ଼ିଆ ରୁ
Jump to navigation Jump to search

ନିରୁପମା ଦେବୀ (ବଙ୍ଗଳା: নিরুপমা দেবী)( ୭ ମେ ୧୮୮୩ -୭ ଜାନୁଆରୀ, ୧୯୫୧) [୧] ଜଣେ ଭାରତୀୟ କାଳ୍ପନିକ ଉପନ୍ୟାସକାର ଥିଲେ । ତାଙ୍କର ଜନ୍ମପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ବେରହାମପୁରଠାରେ ହେଇଥିଲା । ତାଙ୍କ ପିତା ନ୍ୟାୟିକ ବିଭାଗରେ ଜଣେ କର୍ମଚାରୀ ଥିଲେ । ନିରୂପମାଙ୍କ ଶିକ୍ଷା ନିଜ ଗୃହରେ ହେଇଥିଲା । ସେ ତାଙ୍କର ଉପନ୍ୟାସ ଗୁଡିକ ବଙ୍ଗାଳୀ ଭାଷାରେ " ଶ୍ରୀମତୀ ଦେବୀ " ନାମରେ ପ୍ରକାଶ କରୁଥିଲେ । 

Works[ସମ୍ପାଦନା]

ତାଙ୍କର ଆଦୃତ ଲେଖା ଗୁଡିକ ମଧ୍ୟରେ ୧୯୧୩ ମସିହାରେ  " ଅନ୍ନପୂର୍ଣାର ମନ୍ଦିର " , ୧୦୧୫ ମସିହାରେ  " ଦିଦି " ୧୯୧୭ ମସିହାରେ " ଆଲେୟା " , ୧୯୧୯ ମସିହାରେ " ବିଧିଲିପି " , ୧୦୧୯ ମସିହାରେ " ଶ୍ୟାମଳୀ " , ୧୯୨୧ ମସିହାରେ " ବନ୍ଧୁ " ଆଦି ରହିଛି । ତାଙ୍କର ସମସ୍ତ ରଚନା ମଧ୍ୟରୁ " ଦିଦି "କୁ ଶ୍ରେଷ୍ଠ ବୋଲି ସମାଲୋଚକ ମାନେ କହିଥାନ୍ତି । 

ସମ୍ମାନ ସବୁ [ସମ୍ପାଦନା]

ନିରୁପମା ଦେବୀଙ୍କୁ ତାଙ୍କର ସାହିତ୍ୟ  କୃତି ପାଇଁ ୧୯୩୮ ମସିହାରେ " ଭୁବନମୋହିନୀ ସ୍ୱର୍ଣ ପଦକ " ଓ ୧୯୪୩ ମସିହାରେ କଲିକତା ବିଶ୍ୱବିଦ୍ୟାଳୟ ତରଫରୁ " ଜଗତତାରିଣୀ ସ୍ୱର୍ଣ ପଦକ " ପ୍ରଦାନ କରାଯାଇଥିଲା । 

References[ସମ୍ପାଦନା]

  1. Women Writing in India: The twentieth century. Feminist Press at CUNY. 1993. p. 106. ISBN 9781558610293.