Jump to content

ନାସନାଲ ହେରାଲଡ଼ ଦୁର୍ନୀତି

ଉଇକିପିଡ଼ିଆ‌ରୁ

ନ୍ୟାସନାଲ ହେରାଲଡ଼ ଦୁର୍ନୀତି 'ସୁବ୍ରମଣ୍ୟମ ସ୍ୱାମୀ' ବନାମ 'ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଅନ୍ୟମାନେ'ଙ୍କ ମଧ୍ୟରେ ଚାଲିଥିବା ଏକ ଚର୍ଚ୍ଚିତ ମୋକଦ୍ଦମା ଅଟେ ।

ଘଟଣାକ୍ରମ

[ସମ୍ପାଦନା]

୧୯୩୭ ମସିହା ନଭେମ୍ବର ୧୯ ତାରିଖ ଦିନ ଇନ୍ଦିରା ନେହେରୁଙ୍କ ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ନେତା ପଣ୍ଡିତ ଜବାହାରଲାଲ ନେହେରୁ ମାତ୍ର ୫ଲକ୍ଷ ଟଙ୍କା ବିନିଯୋଗରେ ଆସୋସିଏଟେଡ଼ ଜର୍ଣ୍ଣାଲସ ଲିଃ ନାମରେ ଖବରକାଗଜ ଓ ପତ୍ରିକା ପ୍ରକାଶନ ନିମନ୍ତେ ଏକ ଲିମିଟେଡ଼ କମ୍ପାନୀ ଗଠନ କରିଥିଲେ । କମ୍ପାନୀ ପରିଚାଳନାରେ ନେହେରୁ ସମେତ ପୁରୁଷୋତ୍ତମ ଦାସ ଟଣ୍ଡନ, କୈଳାସ ନାଥ କାଟଜୁ, ରଫି ଅହମଦ କାଦୱାଇଗୋବିନ୍ଦବଲ୍ଲଭ ପନ୍ଥ ରହିଥିଲେ । ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିଲା । ସଂସ୍ଥା ତରଫରୁ ଇଂରାଜୀରେ - ନାସନାଲ ହେରାଲଡ଼, ଉର୍ଦ୍ଦୁରେ - କ୍ୱାମି ଆୱ୍ୱଜ ଓ ହିନ୍ଦୀରେ - ନବଜୀବନ ନାମରେ ତିନିଗୋଟି ଦୈନିକ ଖବରକାଗଜ ପ୍ରକାଶ ପାଇଲା । ସ୍ୱାଧୀନତା ପରେ ନେହେରୁ ଦେଶର ପ୍ରଧାନମନ୍ତ୍ରୀ ହେବାପରେ ସମ୍ପୃକ୍ତ ସମ୍ବାଦପତ୍ରଗୁଡ଼ିକ ସମ୍ପୂର୍ଣ୍ଣ ସରକାରୀ ସାହାଯ୍ୟ ପାଇ ଲକ୍ଷ୍ନୋୖ ଭୋପାଳ, ଇନ୍ଦୋର, ମୁମ୍ବାଇ, ପାଟଣା ଆଦି ସ୍ଥାନରେ ଏହାର ଶାଖା ଖୋଲିଲା । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସମ୍ବାଦପତ୍ରଗୁଡ଼ିକ ସହ କଡ଼ା ପ୍ରତିଦ୍ୱନ୍ଦିତା କରିଥିଲା । ମୁକାବିଲା କରିନପାରି ୨୦୦୮ ମସିହାରେ କମ୍ପାନୀର ତତ୍କାଳୀନ ଅଧ୍ୟକ୍ଷ ତଥା କଂଗ୍ରେସର ତତ୍କାଳୀନ କୋଷାଧକ୍ଷ ମୋତିଲଲ ଭୋରା ସଂସ୍ଥାର ସମ୍ବାଦପତ୍ର ପ୍ରକାଶନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ସମୟରେ ପ୍ରିଫରେନ୍ସିଆଲ ଶେୟାର ଥିଲା ଜବାହାର ଲାଲ ନେହେରୁଙ୍କ ନାମରେ ତିନୋଟି, ଇନ୍ଦିରାଙ୍କ ନାମରେ ୫୦ଟି, ଫିରୋଜ ଗାନ୍ଧୀଙ୍କ ନାମରେ ୧୦ ଟି; ଅର୍ଥାତ ନେହେରୁ ପରିବାର ହାତରେ ମୋଟ ୬୩ଟି ଶେୟାର ଥିଲା ମାତ୍ର । ଅଫିସିଆଲ ଲିକ୍ୟୁଡେସନ ନକରି ସଂସ୍ଥାକୁ ସ୍ଥାଣୁ କରି ରଖିଦିଆଗଲା । ସେସମୟରେ ପ୍ରତିଟି ଶେୟାରର ମୂଲ୍ୟ ମାତ୍ର ୧୦ଟଙ୍କା ଥିଲା । ୨୦୧୦ ମସିହା ନଭେମ୍ବର ୧୦ ତାରିଖରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମୋତିଲାଲ ଭୋରା, ଓ ଅସ୍କାର ଫର୍ଣ୍ଣାଣ୍ଡିଜ ମିଳିତ ଭାବରେ ମାତ୍ର ୫ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ କରି କେବଳ ଜାଲିଆତି ଉଦ୍ଦେଶ୍ୟରେ ୟଙ୍ଗ ଇଣ୍ଡିଆନ ନାମରେ ନୂଆ ଏକ କମ୍ପାନୀ ଗଠନ କଲେ । ଏଥିରେ ସୋନିଆଙ୍କ ୩୮%, ରାହୁଲଙ୍କ ୩୮%, ମୋତିଲାଲ ଭୋରାଙ୍କ ୧୨%, ଅସ୍କାରଙ୍କ ୧୨% ଅଂଶଧନ ରହିଲା । ଅର୍ଥାତ ସୋନିଆ ଓ ରାହୁଲଙ୍କ ମୋଟ ଅଂଶଧନ ୭୬% ରହିଲା, ୩,୮୦,୦୦୦ଟଙ୍କା ଏବଂ ଅନ୍ୟ ଦୁଇ ଅଂଶୀଦାରଙ୍କ ୧,୨୦,୦୦୦ଟଙ୍କା ବିନିଯୋଗ ଥିଲା । ଏହାପରେ ଆସୋସିଏଟେଡ଼ ଜର୍ଣ୍ଣାଲର ଋଣ କିଭଳି ପରିଶୋଧ କରାଯିବ ସେଥିପାଇଁ ବିଧିବଦ୍ଧ ଯୋଜନା ଆରମ୍ଭ ହୋଇଗଲା । ନୂଆ କମ୍ପାନୀ ଗଠନ ଏକମାସ ଭିତରେ ୟଙ୍ଗ ଇଣ୍ଡିଆନ ତରଫରୁ ରୁଗ୍ଣପ୍ରାୟ ହୋଇ ପଡ଼ିଥିବା ଆସୋସିଏଟେଡ଼ ଜର୍ଣ୍ଣାଲସ ଲିଃର ସମସ୍ତ ଋଣ କଂଗ୍ରେସ ଦଳ ପରିଶୋଧ କରିବା ପାଇଁ ଅନୁରୋଧ କରାଯାଇ ଚିଠି ଲେଖାଗଲା । ଚିଠି ପାଇଲା ମାତ୍ରେ କଂଗ୍ରେସ ଦଳ ବ୍ୟବସାୟିକ ବ୍ୟାଙ୍କ ଭଳି ୯୦କୋଟି ଟଙ୍କାର ଋଣ ପ୍ରଦାନ କଲେ । ଦୀର୍ଘଦିନରୁ କମ୍ପାନୀର ସମସ୍ତ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ଦେଇ ଆସୋସିଏଟେଡ଼ କମ୍ପାନୀ ସମ୍ପୂର୍ଣ୍ଣ ଋଣମୁକ୍ତ ହୋଇଗଲା । ସୂଚନା ଥାଉ କି ଦେଶର ପ୍ରଚଳିତ ଆଇନ ଅନୁଯାୟୀ କୌଣସି ରାଜନୈତିକ ଦଳ କୌଣସି ସଂସ୍ଥାକୁ ଋଣ ଦେଇପାରିବନାହିଁ । ଏହାର ଏକ ମାସ ମଧ୍ୟରେ ୨୦୧୧ ମସିହା ଜାନୁଆରୀ ୨୧ ତାରିଖରେ ଆସୋସିଏଟେଡ଼ ଜର୍ଣ୍ଣାଲ ଲିଃର ଏକ ସ୍ୱତନ୍ତ୍ର ବୈଠକରେ ୧୦ଟଙ୍କା ମୂଲ୍ୟର ଶେୟାର (ପ୍ରାୟ ୯୦ କୋଟି ଟଙ୍କା) ୟଙ୍ଗ ଇଣ୍ଡିଆନ କମ୍ପାନୀକୁ ହସ୍ତାନ୍ତର କରିଦିଆଗଲା । ଫଳରେ ଏହି ଶେୟାର ଲାଭ କରି ୟଙ୍ଗ ଇଣ୍ଡିଆନ କମ୍ପାନୀ ଆସୋସିଏଟେଡ଼ ଜର୍ଣ୍ଣାଲସ ଲିଃର (୯୮.୯୭) ମାଲିକ ହୋଇଗଲେ । ପୂର୍ବରୁ ୧୦୮୮ଟି ଅଂଶଧନ ରଖିଥିବା କମ୍ପାନୀର ମୂଳ ମାଲିକ ଜନହିତନିଧି ଟ୍ରଷ୍ଟ, ଦୀକ୍ଷା ହୋଲଡିଂସ, ଅଭିମ ଇନଭେଷ୍ଟମେଣ୍ଟ ଓ ଜୀବନ ବୀମା ନିଗମ ଗୌଣ ହୋଇଗଲେ । ପରେ ପରେ କଂଗ୍ରେସ ଦଳ ନିଜ ଭାବଗତ ସମ୍ପର୍କ କାରଣରୁ କମ୍ପାନୀକୁ ଦେଇଥିବା ୯୦କୋଟି ଟଙ୍କାର ଋଣ ଆର୍ଥିକ ସହାୟତା ନାମରେ ସମ୍ପୂର୍ଣ୍ଣ ଛାଡ଼ କରିଦେଇଥିଲେ । ଫଳରେ ଏକମାସ ମଧ୍ୟରେ ପାଞ୍ଚ ଲକ୍ଷ ଟଙ୍କା ମୂଳଧନରେ ଗଠିତ ୟଙ୍ଗ ଇଣ୍ଡିଆନ କମ୍ପାନୀ ପୂର୍ବତନ ଆସୋସିଏଟେଡ଼ ଜର୍ଣ୍ଣାଲସ ଲିଃ କମ୍ପାନୀର ସମସ୍ତ ସ୍ଥାବର, ଆସ୍ଥାବର ସମ୍ପତି, ଯାହାର ଆକାଳିତ ମୂଲ୍ୟ ୫ ହଜାର କୋଟି ଟଙ୍କାର ମାଲିକ ହୋଇଗଲା ।

୨୦୧୨ ମସିହାରେ ଆଡ଼ଭୋକେଟ ସୁବ୍ରମଣ୍ୟମ ସ୍ୱାମୀ ଦିଲ୍ଲୀ ମେଟ୍ରୋପାଲିଟିଆନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ମୋତିଲାଲ ଭୋରା, ଅସ୍କାର ଫର୍ଣ୍ଣାଣ୍ଡିଜ, ସୁମନ ଦୁବେସ୍ୟାମ୍ ପିତ୍ରୋଡ଼ା ମିଳିତ ଭାବେ ପୂର୍ବତନ ନାସନାଲ ହେରାଲଡ଼ର ୨୦୦୦ କୋଟି ସମ୍ପତି ହଡ଼ପ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ । ଏହାର ବିଚାର କରି ମାଜିଷ୍ଟ୍ରେଟ ଗୋମତି ମାନୋଚ ୨୦ ପୃଷ୍ଠା ସମ୍ବଳିତ ସମନରେ କହିଥିଲେ ଯେ, ଅଭିଯୋଗ ଓ ସାକ୍ଷ୍ୟ ପ୍ରମାଣରୁ ଏହା ସ୍ପଷ୍ଟଯେ, ଅଭିଯୁକ୍ତମାନେ ୟଙ୍ଗ ଇଣ୍ଡିଆନ ନାମରେ ଏକ ଜାଲ କମ୍ପାନୀ ଖୋଲି ୧୯୩୭ ମସିହାରେ ପ୍ରତିଷ୍ଠିତ ଆସୋସିଏଟେଡ଼ ଜର୍ଣ୍ଣାଲସ ଲିଃର ୨୦୦୦କୋଟି ଟଙ୍କାର ସମ୍ପତି ହଡ଼ପ କରିବାର ଯୋଜନା କରିଛନ୍ତି । ସେହି କାରଣରୁ ଅନ୍ୟ ଅଭିଯୁକ୍ତଙ୍କ ଭଳି ଉଭୟ ସୋନିଆ ଓ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବେ ଅଦାଲତରେ ଉପସ୍ଥିତ ହୋଇ ଅଭିଯୋଗର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।[]

  1. & (2014-06-26). "Delhi court summons Sonia, Rahul in National Herald case". The Hindu (in Indian English). ISSN 0971-751X. Retrieved 2025-09-23. {{cite news}}: |last= has numeric name (help)