ନାସନାଲ ହେରାଲଡ଼ ଦୁର୍ନୀତି

ଉଇକିପିଡ଼ିଆ‌ରୁ

ନ୍ୟାସନାଲ ହେରାଲଡ଼ ଦୁର୍ନୀତି 'ସୁବ୍ରମଣ୍ୟମ ସ୍ୱାମୀ' ବନାମ 'ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଅନ୍ୟମାନେ'ଙ୍କ ମଧ୍ୟରେ ଚାଲିଥିବା ଏକ ଚର୍ଚ୍ଚିତ ମୋକଦ୍ଦମା ଅଟେ ।

ଘଟଣାକ୍ରମ[ସମ୍ପାଦନା]

୧୯୩୭ ମସିହା ନଭେମ୍ବର ୧୯ ତାରିଖ ଦିନ ଇନ୍ଦିରା ନେହେରୁଙ୍କ ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ନେତା ପଣ୍ଡିତ ଜବାହାରଲାଲ ନେହେରୁ ମାତ୍ର ୫ଲକ୍ଷ ଟଙ୍କା ବିନିଯୋଗରେ ଆସୋସିଏଟେଡ଼ ଜର୍ଣ୍ଣାଲସ ଲିଃ ନାମରେ ଖବରକାଗଜ ଓ ପତ୍ରିକା ପ୍ରକାଶନ ନିମନ୍ତେ ଏକ ଲିମିଟେଡ଼ କମ୍ପାନୀ ଗଠନ କରିଥିଲେ । କମ୍ପାନୀ ପରିଚାଳନାରେ ନେହେରୁ ସମେତ ପୁରୁଷୋତ୍ତମ ଦାସ ଟଣ୍ଡନ, କୈଳାସ ନାଥ କାଟଜୁ, ରଫି ଅହମଦ କାଦୱାଇଗୋବିନ୍ଦବଲ୍ଲଭ ପନ୍ଥ ରହିଥିଲେ । ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିଲା । ସଂସ୍ଥା ତରଫରୁ ଇଂରାଜୀରେ - ନାସନାଲ ହେରାଲଡ଼, ଉର୍ଦ୍ଦୁରେ - କ୍ୱାମି ଆୱ୍ୱଜ ଓ ହିନ୍ଦୀରେ - ନବଜୀବନ ନାମରେ ତିନିଗୋଟି ଦୈନିକ ଖବରକାଗଜ ପ୍ରକାଶ ପାଇଲା । ସ୍ୱାଧୀନତା ପରେ ନେହେରୁ ଦେଶର ପ୍ରଧାନମନ୍ତ୍ରୀ ହେବାପରେ ସମ୍ପୃକ୍ତ ସମ୍ବାଦପତ୍ରଗୁଡ଼ିକ ସମ୍ପୂର୍ଣ୍ଣ ସରକାରୀ ସାହାଯ୍ୟ ପାଇ ଲକ୍ଷ୍ନୋୖ ଭୋପାଳ, ଇନ୍ଦୋର, ମୁମ୍ବାଇ, ପାଟଣା ଆଦି ସ୍ଥାନରେ ଏହାର ଶାଖା ଖୋଲିଲା । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସମ୍ବାଦପତ୍ରଗୁଡ଼ିକ ସହ କଡ଼ା ପ୍ରତିଦ୍ୱନ୍ଦିତା କରିଥିଲା । ମୁକାବିଲା କରିନପାରି ୨୦୦୮ ମସିହାରେ କମ୍ପାନୀର ତତ୍କାଳୀନ ଅଧ୍ୟକ୍ଷ ତଥା କଂଗ୍ରେସର ତତ୍କାଳୀନ କୋଷାଧକ୍ଷ ମୋତିଲଲ ଭୋରା ସଂସ୍ଥାର ସମ୍ବାଦପତ୍ର ପ୍ରକାଶନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ସମୟରେ ପ୍ରିଫରେନ୍ସିଆଲ ଶେୟାର ଥିଲା ଜବାହାର ଲାଲ ନେହେରୁଙ୍କ ନାମରେ ତିନୋଟି, ଇନ୍ଦିରାଙ୍କ ନାମରେ ୫୦ଟି, ଫିରୋଜ ଗାନ୍ଧୀଙ୍କ ନାମରେ ୧୦ ଟି; ଅର୍ଥାତ ନେହେରୁ ପରିବାର ହାତରେ ମୋଟ ୬୩ଟି ଶେୟାର ଥିଲା ମାତ୍ର । ଅଫିସିଆଲ ଲିକ୍ୟୁଡେସନ ନକରି ସଂସ୍ଥାକୁ ସ୍ଥାଣୁ କରି ରଖିଦିଆଗଲା । ସେସମୟରେ ପ୍ରତିଟି ଶେୟାରର ମୂଲ୍ୟ ମାତ୍ର ୧୦ଟଙ୍କା ଥିଲା । ୨୦୧୦ ମସିହା ନଭେମ୍ବର ୧୦ ତାରିଖରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମୋତିଲାଲ ଭୋରା, ଓ ଅସ୍କାର ଫର୍ଣ୍ଣାଣ୍ଡିଜ ମିଳିତ ଭାବରେ ମାତ୍ର ୫ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ କରି କେବଳ ଜାଲିଆତି ଉଦ୍ଦେଶ୍ୟରେ ୟଙ୍ଗ ଇଣ୍ଡିଆନ ନାମରେ ନୂଆ ଏକ କମ୍ପାନୀ ଗଠନ କଲେ । ଏଥିରେ ସୋନିଆଙ୍କ ୩୮%, ରାହୁଲଙ୍କ ୩୮%, ମୋତିଲାଲ ଭୋରାଙ୍କ ୧୨%, ଅସ୍କାରଙ୍କ ୧୨% ଅଂଶଧନ ରହିଲା । ଅର୍ଥାତ ସୋନିଆ ଓ ରାହୁଲଙ୍କ ମୋଟ ଅଂଶଧନ ୭୬% ରହିଲା, ୩,୮୦,୦୦୦ଟଙ୍କା ଏବଂ ଅନ୍ୟ ଦୁଇ ଅଂଶୀଦାରଙ୍କ ୧,୨୦,୦୦୦ଟଙ୍କା ବିନିଯୋଗ ଥିଲା । ଏହାପରେ ଆସୋସିଏଟେଡ଼ ଜର୍ଣ୍ଣାଲର ଋଣ କିଭଳି ପରିଶୋଧ କରାଯିବ ସେଥିପାଇଁ ବିଧିବଦ୍ଧ ଯୋଜନା ଆରମ୍ଭ ହୋଇଗଲା । ନୂଆ କମ୍ପାନୀ ଗଠନ ଏକମାସ ଭିତରେ ୟଙ୍ଗ ଇଣ୍ଡିଆନ ତରଫରୁ ରୁଗ୍ଣପ୍ରାୟ ହୋଇ ପଡ଼ିଥିବା ଆସୋସିଏଟେଡ଼ ଜର୍ଣ୍ଣାଲସ ଲିଃର ସମସ୍ତ ଋଣ କଂଗ୍ରେସ ଦଳ ପରିଶୋଧ କରିବା ପାଇଁ ଅନୁରୋଧ କରାଯାଇ ଚିଠି ଲେଖାଗଲା । ଚିଠି ପାଇଲା ମାତ୍ରେ କଂଗ୍ରେସ ଦଳ ବ୍ୟବସାୟିକ ବ୍ୟାଙ୍କ ଭଳି ୯୦କୋଟି ଟଙ୍କାର ଋଣ ପ୍ରଦାନ କଲେ । ଦୀର୍ଘଦିନରୁ କମ୍ପାନୀର ସମସ୍ତ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ଦେଇ ଆସୋସିଏଟେଡ଼ କମ୍ପାନୀ ସମ୍ପୂର୍ଣ୍ଣ ଋଣମୁକ୍ତ ହୋଇଗଲା । ସୂଚନା ଥାଉ କି ଦେଶର ପ୍ରଚଳିତ ଆଇନ ଅନୁଯାୟୀ କୌଣସି ରାଜନୈତିକ ଦଳ କୌଣସି ସଂସ୍ଥାକୁ ଋଣ ଦେଇପାରିବନାହିଁ । ଏହାର ଏକ ମାସ ମଧ୍ୟରେ ୨୦୧୧ ମସିହା ଜାନୁଆରୀ ୨୧ ତାରିଖରେ ଆସୋସିଏଟେଡ଼ ଜର୍ଣ୍ଣାଲ ଲିଃର ଏକ ସ୍ୱତନ୍ତ୍ର ବୈଠକରେ ୧୦ଟଙ୍କା ମୂଲ୍ୟର ଶେୟାର (ପ୍ରାୟ ୯୦ କୋଟି ଟଙ୍କା) ୟଙ୍ଗ ଇଣ୍ଡିଆନ କମ୍ପାନୀକୁ ହସ୍ତାନ୍ତର କରିଦିଆଗଲା । ଫଳରେ ଏହି ଶେୟାର ଲାଭ କରି ୟଙ୍ଗ ଇଣ୍ଡିଆନ କମ୍ପାନୀ ଆସୋସିଏଟେଡ଼ ଜର୍ଣ୍ଣାଲସ ଲିଃର (୯୮.୯୭) ମାଲିକ ହୋଇଗଲେ । ପୂର୍ବରୁ ୧୦୮୮ଟି ଅଂଶଧନ ରଖିଥିବା କମ୍ପାନୀର ମୂଳ ମାଲିକ ଜନହିତନିଧି ଟ୍ରଷ୍ଟ, ଦୀକ୍ଷା ହୋଲଡିଂସ, ଅଭିମ ଇନଭେଷ୍ଟମେଣ୍ଟ ଓ ଜୀବନ ବୀମା ନିଗମ ଗୌଣ ହୋଇଗଲେ । ପରେ ପରେ କଂଗ୍ରେସ ଦଳ ନିଜ ଭାବଗତ ସମ୍ପର୍କ କାରଣରୁ କମ୍ପାନୀକୁ ଦେଇଥିବା ୯୦କୋଟି ଟଙ୍କାର ଋଣ ଆର୍ଥିକ ସହାୟତା ନାମରେ ସମ୍ପୂର୍ଣ୍ଣ ଛାଡ଼ କରିଦେଇଥିଲେ । ଫଳରେ ଏକମାସ ମଧ୍ୟରେ ପାଞ୍ଚ ଲକ୍ଷ ଟଙ୍କା ମୂଳଧନରେ ଗଠିତ ୟଙ୍ଗ ଇଣ୍ଡିଆନ କମ୍ପାନୀ ପୂର୍ବତନ ଆସୋସିଏଟେଡ଼ ଜର୍ଣ୍ଣାଲସ ଲିଃ କମ୍ପାନୀର ସମସ୍ତ ସ୍ଥାବର, ଆସ୍ଥାବର ସମ୍ପତି, ଯାହାର ଆକାଳିତ ମୂଲ୍ୟ ୫ ହଜାର କୋଟି ଟଙ୍କାର ମାଲିକ ହୋଇଗଲା ।

୨୦୧୨ ମସିହାରେ ଆଡ଼ଭୋକେଟ ସୁବ୍ରମଣ୍ୟମ ସ୍ୱାମୀ [ଦିଲ୍ଲୀ]] ମେଟ୍ରୋପାଲିଟିଆନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ମୋତିଲାଲ ଭୋରା, ଅସ୍କାର ଫର୍ଣ୍ଣାଣ୍ଡିଜ, ସୁମନ ଦୁବେସାମ ପିଟ୍ରୋଡ଼ା ମିଳିତ ଭାବେ ପୂର୍ବତନ ନାସନାଲ ହେରାଲଡ଼ର ୨୦୦୦ କୋଟି ସମ୍ପତି ହଡ଼ପ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ । ଏହାର ବିଚାର କରି ମାଜିଷ୍ଟ୍ରେଟ ଗୋମତି ମାନୋଚ ୨୦ ପୃଷ୍ଠା ସମ୍ବଳିତ ସମନରେ କହିଥିଲେ ଯେ, ଅଭିଯୋଗ ଓ ସାକ୍ଷ୍ୟ ପ୍ରମାଣରୁ ଏହା ସ୍ପଷ୍ଟଯେ, ଅଭିଯୁକ୍ତମାନେ ୟଙ୍ଗ ଇଣ୍ଡିଆନ ନାମରେ ଏକ ଜାଲ କମ୍ପାନୀ ଖୋଲି ୧୯୩୭ ମସିହାରେ ପ୍ରତିଷ୍ଠିତ ଆସୋସିଏଟେଡ଼ ଜର୍ଣ୍ଣାଲସ ଲିଃର ୨୦୦୦କୋଟି ଟଙ୍କାର ସମ୍ପତି ହଡ଼ପ କରିବାର ଯୋଜନା କରିଛନ୍ତି । ସେହି କାରଣରୁ ଅନ୍ୟ ଅଭିଯୁକ୍ତଙ୍କ ଭଳି ଉଭୟ ସୋନିଆ ଓ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ହୋଇ ଅଭିଯୋଗର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଆଧାର[ସମ୍ପାଦନା]