ନାର୍ସିସିସ୍ଟିକ ପର୍ସନାଲିଟି ଡିଜଅର୍ଡ଼ର

ଉଇକିପିଡ଼ିଆ‌ରୁ
ନାର୍ସିସିସ୍ଟିକ ପର୍ସନାଲିଟି ଡିଜଅର୍ଡ଼ର
ମେଗାଲୋମାନିଆ[୧][୨][୩]
A man looking into a pool of water
Narcissus, ଚିତ୍ରକର କାରାଭାଜିଓ (en:Caravaggio), ନିଜ ପ୍ରତିଛବିକୁ ଅପଲକ ଚକ୍ଷୁରେ ଦେଖୁଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିମାନସିକ ରୋଗ
ଆଇସିଡ଼ି-୧୦F60.8
ଆଇସିଡ଼ି-୯-ସିଏମ୍301.81
ମେଡ଼ିସିନ-ପ୍ଲସ000934
MeSHD010554

ନାର୍ସିସିସ୍ଟିକ ପର୍ସନାଲିଟି ଡିଜଅର୍ଡ଼ର (ଏନପିଡି) ଏଭଳି ଏକ ରୋଗ ଯେଉଁଥିରେ କେତେକ ଅସାଧାରଣ ବ୍ୟବ‌ହାରିକ ନମୁନା ଦେଖାଯାଏ ଯେପରିକି ଅତ୍ୟଧିକ ସ୍ୱ-ମହତ୍ୱ ଅନୁଭବ (exaggerated feelings of self-importance), ଅତ୍ୟଧିକ ପ୍ରଶଂସାର ଆବଶ୍ୟକତା ଓ ଏମ୍ପାଥି (understanding of others feelings) ବା ଅନ୍ୟମାନଙ୍କର ଭାବନା ବୁଝିବା କ୍ଷମତାର ଅଭାବ ଦେଖାଯାଏ ।[୪][୫] ରୋଗୀମାନେ ନିଜର ସାମାଜିକ ଓ ରାଜନୈତିକ ଶକ୍ତି (power), ସଫଳତା ବା ବେଶଭୁଷା (appearance) ବିଷୟରେ ଅତ୍ୟଧିକ ସମୟ ଚିନ୍ତା କରିବାରେ ନଷ୍ଟ କରନ୍ତି । ସେମାନେ ନିଜ ଚାରିପାଖରେ ଥିବା ଲୋକଙ୍କଠାରୁ ଅନ‌ଧିକାର ସୁବିଧା ହାସଲ କରି ନିଅନ୍ତି । ବୟଃପ୍ରାପ୍ତ ହେବା ସାଥିରେ ଓ ବିଭିନ୍ନ ଅବସ୍ଥାରେ ଏହି ଅସ୍ୱାଭାବିକ ବ୍ୟବ‌ହାର ଆରମ୍ଭ ହେବା ଦେଖାଯାଏ ।[୫]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୬] ଏକ ଏକ ବ୍ୟକ୍ତିତ୍ୱ ବେମାରୀ en:personality disorder ଯାହା କ୍ଲସ୍ଟର ବି (cluster B) ଶ୍ରେଣୀର ଅନ୍ତର୍ଭୁକ୍ତ । [୫] ଚିକିତ୍ସାକମାନେ ଲୋକର ସାକ୍ଷାତକାରରେ ତାହାର ରୋଗ ନିର୍ଣ୍ଣୟ କରନ୍ତି ।[୪] ମାନିଆସବ୍‌ସ୍ଟାନ୍ସ ୟୁଜ ଡିଜଅର୍ଡ଼ର ରୋଗମାନଙ୍କଠାରୁ ଏହାକୁ ପୃଥକ କରିବାକୁ ପଡ଼େ ।[୫]

ଏହାର ଚିକିତ୍ସାର ଭଲରୂପେ ଅନୁଶୀଳନ ହୋଇନାହିଁ । ସାଇକୋଥେରାପି ଦେବା କଷ୍ଟସାଧ୍ୟ, କାରଣ ରୋଗୀ ନିଜର କିଛି ସମସ୍ୟା ଥିବା ଚିନ୍ତା କରେନାହିଁ ।[୪] ରବର୍ଟ ୱେଲ୍ଡନର ସନ ୧୯୨୫ରେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ କିନ୍ତୁ ନାର୍ସିସିସ୍ଟିକ ପର୍ସନାଲିଟି ଡିଜଅର୍ଡ଼ର ନାମଟି ସନ ୧୯୬୮ ପରଠାରୁ ବ୍ୟବ‌ହୃତ ହେଲା ।[୭] ଜନସଂଖ୍ୟାର ୧% ଜୀବନର କୌଣସି ସମୟରେ ଏହି ସମସ୍ୟାର ସମ୍ମୁଖୀନ ହେବା ବିଶ୍ୱାସ କରାଯାଏ ।[୬] ପୁରୁଷମାନଙ୍କୁ ଓ ଅଳ୍ପ ବୟସ୍କ ଲୋକଙ୍କୁ ଏହି ରୋଗ ଅଧିକ ହୁଏ । [୪][୫]

ଆଧାର[ସମ୍ପାଦନା]

  1. "Megalomiacs abound in politics/medicine/finance". Business Day Live. Jan 7,2011. Retrieved 17 July 2016. {{cite news}}: Check date values in: |date= (help)
  2. Parens, Henri (2014). War Is Not Inevitable: On the Psychology of War and Aggression. Lexington Books. p. 63. ISBN 9780739195291.
  3. Breedlove, S. Marc (2015). Principles of Psychology. Oxford University Press. p. 709. ISBN 9780199329366. Retrieved 17 July 2016.
  4. ୪.୦ ୪.୧ ୪.୨ ୪.୩ Caligor, E; Levy, KN; Yeomans, FE (May 2015). "Narcissistic personality disorder: diagnostic and clinical challenges". The American Journal of Psychiatry. 172 (5): 415–22. PMID 25930131.
  5. ୫.୦ ୫.୧ ୫.୨ ୫.୩ ୫.୪ Diagnostic and statistical manual of mental disorders : DSM-5 (5th ed.). Washington [etc.]: American Psychiatric Publishing. 2013. pp. 645, 669–72. ISBN 9780890425558.
  6. ୬.୦ ୬.୧ Sederer, Lloyd I. (2009). Blueprints psychiatry (5th ed.). Philadelphia: Wolters Kluwer/Lippincott Williams & Wilkins. p. 29. ISBN 9780781782531.
  7. O'Donohue, William (2007). Personality disorders : toward the DSM-V. Los Angeles: SAGE Publications. p. 235. ISBN 9781412904223. Retrieved 17 July 2016.