ନାର୍ସିସିସ୍ଟିକ ପର୍ସନାଲିଟି ଡିଜଅର୍ଡ଼ର
ନାର୍ସିସିସ୍ଟିକ ପର୍ସନାଲିଟି ଡିଜଅର୍ଡ଼ର | |
---|---|
ମେଗାଲୋମାନିଆ[୧][୨][୩] | |
ବିଭାଗ | ମାନସିକ ରୋଗ |
ଆଇସିଡ଼ି-୧୦ | F60.8 |
ଆଇସିଡ଼ି-୯-ସିଏମ୍ | 301.81 |
ମେଡ଼ିସିନ-ପ୍ଲସ | 000934 |
MeSH | D010554 |
ନାର୍ସିସିସ୍ଟିକ ପର୍ସନାଲିଟି ଡିଜଅର୍ଡ଼ର (ଏନପିଡି) ଏଭଳି ଏକ ରୋଗ ଯେଉଁଥିରେ କେତେକ ଅସାଧାରଣ ବ୍ୟବହାରିକ ନମୁନା ଦେଖାଯାଏ ଯେପରିକି ଅତ୍ୟଧିକ ସ୍ୱ-ମହତ୍ୱ ଅନୁଭବ (exaggerated feelings of self-importance), ଅତ୍ୟଧିକ ପ୍ରଶଂସାର ଆବଶ୍ୟକତା ଓ ଏମ୍ପାଥି (understanding of others feelings) ବା ଅନ୍ୟମାନଙ୍କର ଭାବନା ବୁଝିବା କ୍ଷମତାର ଅଭାବ ଦେଖାଯାଏ ।[୪][୫] ରୋଗୀମାନେ ନିଜର ସାମାଜିକ ଓ ରାଜନୈତିକ ଶକ୍ତି (power), ସଫଳତା ବା ବେଶଭୁଷା (appearance) ବିଷୟରେ ଅତ୍ୟଧିକ ସମୟ ଚିନ୍ତା କରିବାରେ ନଷ୍ଟ କରନ୍ତି । ସେମାନେ ନିଜ ଚାରିପାଖରେ ଥିବା ଲୋକଙ୍କଠାରୁ ଅନଧିକାର ସୁବିଧା ହାସଲ କରି ନିଅନ୍ତି । ବୟଃପ୍ରାପ୍ତ ହେବା ସାଥିରେ ଓ ବିଭିନ୍ନ ଅବସ୍ଥାରେ ଏହି ଅସ୍ୱାଭାବିକ ବ୍ୟବହାର ଆରମ୍ଭ ହେବା ଦେଖାଯାଏ ।[୫]
ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୬] ଏକ ଏକ ବ୍ୟକ୍ତିତ୍ୱ ବେମାରୀ en:personality disorder ଯାହା କ୍ଲସ୍ଟର ବି (cluster B) ଶ୍ରେଣୀର ଅନ୍ତର୍ଭୁକ୍ତ । [୫] ଚିକିତ୍ସାକମାନେ ଲୋକର ସାକ୍ଷାତକାରରେ ତାହାର ରୋଗ ନିର୍ଣ୍ଣୟ କରନ୍ତି ।[୪] ମାନିଆ ଓ ସବ୍ସ୍ଟାନ୍ସ ୟୁଜ ଡିଜଅର୍ଡ଼ର ରୋଗମାନଙ୍କଠାରୁ ଏହାକୁ ପୃଥକ କରିବାକୁ ପଡ଼େ ।[୫]
ଏହାର ଚିକିତ୍ସାର ଭଲରୂପେ ଅନୁଶୀଳନ ହୋଇନାହିଁ । ସାଇକୋଥେରାପି ଦେବା କଷ୍ଟସାଧ୍ୟ, କାରଣ ରୋଗୀ ନିଜର କିଛି ସମସ୍ୟା ଥିବା ଚିନ୍ତା କରେନାହିଁ ।[୪] ରବର୍ଟ ୱେଲ୍ଡନର ସନ ୧୯୨୫ରେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ କିନ୍ତୁ ନାର୍ସିସିସ୍ଟିକ ପର୍ସନାଲିଟି ଡିଜଅର୍ଡ଼ର ନାମଟି ସନ ୧୯୬୮ ପରଠାରୁ ବ୍ୟବହୃତ ହେଲା ।[୭] ଜନସଂଖ୍ୟାର ୧% ଜୀବନର କୌଣସି ସମୟରେ ଏହି ସମସ୍ୟାର ସମ୍ମୁଖୀନ ହେବା ବିଶ୍ୱାସ କରାଯାଏ ।[୬] ପୁରୁଷମାନଙ୍କୁ ଓ ଅଳ୍ପ ବୟସ୍କ ଲୋକଙ୍କୁ ଏହି ରୋଗ ଅଧିକ ହୁଏ । [୪][୫]
ଆଧାର
[ସମ୍ପାଦନା]- ↑ "Megalomiacs abound in politics/medicine/finance". Business Day Live. Jan 7,2011. Retrieved 17 July 2016.
{{cite news}}
: Check date values in:|date=
(help) - ↑ Parens, Henri (2014). War Is Not Inevitable: On the Psychology of War and Aggression. Lexington Books. p. 63. ISBN 9780739195291.
- ↑ Breedlove, S. Marc (2015). Principles of Psychology. Oxford University Press. p. 709. ISBN 9780199329366. Retrieved 17 July 2016.
- ↑ ୪.୦ ୪.୧ ୪.୨ ୪.୩ Caligor, E; Levy, KN; Yeomans, FE (May 2015). "Narcissistic personality disorder: diagnostic and clinical challenges". The American Journal of Psychiatry. 172 (5): 415–22. PMID 25930131.
- ↑ ୫.୦ ୫.୧ ୫.୨ ୫.୩ ୫.୪ Diagnostic and statistical manual of mental disorders : DSM-5 (5th ed.). Washington [etc.]: American Psychiatric Publishing. 2013. pp. 645, 669–72. ISBN 9780890425558.
- ↑ ୬.୦ ୬.୧ Sederer, Lloyd I. (2009). Blueprints psychiatry (5th ed.). Philadelphia: Wolters Kluwer/Lippincott Williams & Wilkins. p. 29. ISBN 9780781782531.
- ↑ O'Donohue, William (2007). Personality disorders : toward the DSM-V. Los Angeles: SAGE Publications. p. 235. ISBN 9781412904223. Retrieved 17 July 2016.