ନାରୀବାଦୀ ନୈତିକତା

ଉଇକିପିଡ଼ିଆ‌ରୁ
Jump to navigation Jump to search

ନାରୀବାଦୀ ନୈତିକତା ନୈତିକତାର ଏକ ଦୃଷ୍ଟିକୋଣ । ପାରମ୍ପରିକ ଭାବରେ ନୈତିକ ସିଦ୍ଧାନ୍ତକରଣ ନାରୀମାନଙ୍କ ନୈତିକ ଅଭିଜ୍ଞତାକୁ ମୂଲ୍ୟହୀନ ଏବଂ/କିମ୍ବା ଅଳ୍ପଗ୍ରାହ୍ୟ କରିଛି ଏବଂ ଏହି ବିଭାଗ ମୁଖ୍ୟତଃ ପୁରୁଷ-ପ୍ରଶଂସିତ ହୋଇଥିବାରୁ ତେଣୁ ଏହା ଏହାକୁ ରୂପାନ୍ତର କରିବା ପାଇଁ ଏକ ସାମଗ୍ରିକ ନାରୀବାଦୀ ଦୃଷ୍ଟିକୋଣ ମାଧ୍ୟମରେ ନୈତିକତାକୁ ପୁନଃ କଳ୍ପନା କରିବାକୁ ବାଛିବାକୁ ଆଧାର କରି ନାରୀବାଦୀ ନୈତିକତା ତିଆରି ।[୧]

ଧାରଣା[ସମ୍ପାଦନା]

ନାରୀବାଦୀ ଦାର୍ଶନିକମାନେ ପାରମ୍ପାରିକ ନୈତିକତା ପୁରୁଷମାନଙ୍କ ଦୃଷ୍ଟିକୋଣକୁ ବେଶୀ ପ୍ରାଧାନ୍ୟ ଦେବାବେଳେ ମହିଳାମାନଙ୍କ ଦୃଷ୍ଟିକୋଣ ପ୍ରତି ଅଳ୍ପ ସମ୍ମାନ ଦେଇଥାଏ ବୋଲି ସମାଲୋଚନା କରିଥାନ୍ତି । ଘରୋଇ ଜୀବନ ଏବଂ ପାରିବାରିକ ଦାୟିତ୍ୱର ଯତ୍ନଶୀଳତା ଏବଂ ନୈତିକ ପ୍ରସଙ୍ଗକୁ ପାରମ୍ପାରିକ ଭାବରେ ଗୌଣ ବିଷୟ ଭାବରେ ବିବେଚନା କରାଯାଉଥିଲା । ସାଧାରଣତଃ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କୁ ନୈତିକତା ଦୃଷ୍ଟିରୁ ଅପରିପକ୍ୱ ଏବଂ ଉପରଠାଉରିଆ ଭାବରେ ଚିତ୍ରିତ କରାଯାଏ । ପାରମ୍ପାରିକ ନୈତିକତା "ସ୍ୱାଧୀନତା, ସ୍ୱୟଂଚଳତା, ବୁଦ୍ଧି, ଇଚ୍ଛା, ପ୍ରସ୍ତୁତତା, କ୍ରମ, ଶାସନ, ସଂସ୍କୃତି, ଅତିଭୌତିକତା, ଉତ୍ପାଦ, ସଂଯମ, ଯୁଦ୍ଧ ଏବଂ ମୃତ୍ୟୁ" ଆଦି ପୁରୁଷପ୍ରଧାନ ଗୁଣକୁ ପୁରସ୍କୃତ କରିଥାଏ ଏବଂ ଏବଂ ପାରମ୍ପାରିକ ଭାବରେ ନାରୀସୁଲଭ ଗୁଣ ଯଥା "ଅନ୍ତନିର୍ଭରଶୀଳତା, ସମ୍ପ୍ରଦାୟ, ସଂଯୋଗ, ବାଣ୍ଟିବା, ଭାବପ୍ରବଣତା, ଶରୀର, ବିଶ୍ୱାସ, ଅନୁକ୍ରମର ଅନୁପସ୍ଥିତି, ପ୍ରକୃତି, ଅନ୍ତର୍ଗତି, ଆନନ୍ଦ, ଶାନ୍ତି ଏବଂ ଜୀବନ" ଆଦିକୁ କମ ଗୁରୁତ୍ତ୍ୱ ଦେଇଥାଏ ।[୨] ମହିଳାମାନେ ଯେ କୌଣସି ପାରମ୍ପାରିକ ପୁରୁଷ ପ୍ରଧାନ ପାରମ୍ପାରିକ ଗୁଣକୁ ଆଦରିବା/ବ୍ୟବହାର କରିବା ସେମାନେ ପୁରୁଷ ପରି ଅଧିକ ହେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଧରାଯାଇଥାଏ ।[୩] ପାରମ୍ପାରିକ ନୈତିକତାର ଏକ "ପୁରୁଷ"-ଭିତ୍ତିକ ଶବ୍ଦାବଳୀ ରହିଛି ଓ ସେଥିରେ ନୈତିକ ଯୁକ୍ତିକୁ ନିୟମ, ଅଧିକାର, ସାର୍ବଜନୀନତା ଏବଂ ନିରପେକ୍ଷତାର ଢାଞ୍ଚା ମାଧ୍ୟମରେ ଦେଖାଯାଇଥାଏ ଏବଂ ଏକ ସମାଜର ମାନକ ହୋଇଯାଏ । ନୈତିକ ଯୁକ୍ତିର "ମହିଳା" ଯୁକ୍ତିରେ ସମ୍ପର୍କ, ଦାୟିତ୍ୱ, ବିଶେଷତା ଏବଂ ଆଂଶିକତା ଉପରେ ଗୁରୁତ୍ୱ ଆରୋପ କରିଥାଏ ।[୨]

ଐତିହାସିକ ପୃଷ୍ଠଭୂମି[ସମ୍ପାଦନା]

୧୭୯୨ରେ ପ୍ରକାଶିତ ମେରି ୱୋଲଷ୍ଟୋନକ୍ରାଫ୍ଟଙ୍କ ଭିଣ୍ଡିକେସନ ଅଫ ଦି ରାଇଟ୍ସ ଅଫ ଉଇମେନରୁ ନାରୀବାଦୀ ନୈତିକତା ବିକଶିତ ହୋଇଥିଲା ।[୪] ଇଉରୋପରେ ବିକଶିତ ଏନଲାଇଟେନମେଣ୍ଟରୁ ଆହରିତ ନୂଆ ବିଚାର ସହ ନାରୀବାଦୀ ବ୍ୟକ୍ତିତ୍ୱମାନେ ଆଗ ଅପେକ୍ଷା ଅଧିକ ଯାତ୍ରା କରିବାରେ ସକ୍ଷମ ହୋଇ ଚିନ୍ତାଧାରାର ଆଦାନପ୍ରଦାନ ଏବଂ ମହିଳା ଅଧିକାରର ଅଗ୍ରଗତି ପାଇଁ ଅଧିକ ସୁଯୋଗ ସୃଷ୍ଟିକରିଥିଲେ ।[୫] ରୋମାଣ୍ଟିକବାଦ ଭଳି ନୂତନ ସାମାଜିକ ଆନ୍ଦୋଳନ ମାନବ କ୍ଷମତା ଏବଂ ଭାଗ୍ୟ ଉପରେ ଅଭୂତପୂର୍ବ ଆଶାବାଦୀ ଦୃଷ୍ଟିକୋଣ ବିକାଶ କରିଥିଲା । ଜନ ଷ୍ଟୁଆର୍ଟ ମିଲଙ୍କ ପ୍ରବନ୍ଧ ଦି ସବଜେକ୍ସନ ଅଫ ଉଇମେନରେ (୧୮୬୯) ଏହି ଆଶାବାଦ ପ୍ରତିଫଳିତ ହୋଇଥିଲା ।[୪] ଏହି ସମୟରେ କ୍ୟାଥରିନ ବିଚର, ଚାର୍ଲୋଟ ପର୍କିନ୍ସ ଗିଲମ୍ୟାନ, ଲୁରେଟିଆ ମୋଟ ଏବଂ ଏଲିଜାବେଥ କ୍ୟାଡି ଷ୍ଟାଣ୍ଟନ ଆଦି ଅନ୍ୟ ଉଲ୍ଲେଖନୀୟ ବ୍ୟକ୍ତିମାନେ ଏହି ସମୟରେ ବିଶେଷ କରି 'ମହିଳା ନୈତିକତା' ସହିତ ଜଡ଼ିତ ନୈତିକତାର ଲିଙ୍ଗଗତ ପ୍ରକୃତି ଉପରେ ଗୁରୁତ୍ୱ ଆରୋପ କରି ନାରୀବାଦୀ ଦୃଷ୍ଟିକୋଣକୁ ଆହୁରି ବିକଶିତ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. Tong, R. and Williams N., Stanford Encyclopedia of Philosophy, Feminist Ethics, First published Tue May 12, 1998; substantive revision Mon May 4, 2009.
  2. ୨.୦ ୨.୧ Jaggar, "Feminist Ethics," 1992
  3. Hooks, B. (1994). Teaching to Transgress: Education as the Practice of Freedom, New York:Routledge. Google Scholar.
  4. ୪.୦ ୪.୧ Abruzzese, Jaclyn; Brayne, Allison; Shastri, Julie; Sakofsky, Rachel; Hewitt, Nancy; Sklar, Kathryn (Spring 2002). "From Wollstonecraft to Mill: What British and European Ideas and Social Movements Influenced the Emergence of Feminism in the Atlantic World, 1792-1869?". Women and Social Movements in the United States, 1600-2000. Alexander Street Press.
  5. ୫.୦ ୫.୧ Larson, Jennifer L. "The Mothers of a Movement: Remembering 19th-Century Feminists". Documenting the American South. The University of North Carolina at Chapel Hill.