ନାମୱର ସିଂହ

ଉଇକିପିଡ଼ିଆ‌ରୁ


ନାମୱର ସିଂହ
ନାମୱର ସିଂହ ରାଜକମଳ ପ୍ରକାଶନଦ୍ୱାରା ପ୍ରକାଶିତ "ଆଲୋଚନା" ସଂସ୍କରଣ ୫୩-୫୪ ଉନ୍ମୋଚନ ଅବସରରେ [୧]
ନାମୱର ସିଂହ ରାଜକମଳ ପ୍ରକାଶନଦ୍ୱାରା ପ୍ରକାଶିତ "ଆଲୋଚନା" ସଂସ୍କରଣ ୫୩-୫୪ ଉନ୍ମୋଚନ ଅବସରରେ [୧]
ମୂଳନାମ
ନାମୱର ସିଂହ
ଜନ୍ମ ଓ ଜନ୍ମସ୍ଥାନ(1926-07-28)୨୮ ଜୁଲାଇ ୧୯୨୬
ବାରଣାସୀ, ଉତ୍ତର ପ୍ରଦେଶ
ମୃତ୍ୟୁ୧୯ ଫେବୃଆରୀ ୨୦୧୯(2019-02-19) (ବୟସ ୯୨)
ଦିଲ୍ଲୀ
ବୃତ୍ତିଲେଖକ, ସମୀକ୍ଷକ
ଭାଷାହିନ୍ଦୁ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିକବିତା କେ ନୟେ ପ୍ରତିମାନ, ଛାୟାବାଦ, ଦୂସାରୀ ପରମ୍ପରା କି ଖୋଜ
ପୁରସ୍କାର୧୯୭୧ : କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ
୧୯୯୧: ଶଳକା ସମ୍ମାନ,ସାହିତ୍ୟ ଭୂଷଣ ସମ୍ମାନ, କୁଭେମ୍ପୁ ରାଷ୍ଟ୍ରୀୟ ସମ୍ମାନ
ସମ୍ପର୍କୀୟକାଶିନାଥ ସିଂହ(ଭାଇ)

ନାମୱର ସିଂହ ( ୨୮ ଜୁଲାଇ ୧୯୨୬ - ୧୯ ଫେବୃଆରୀ ୨୦୧୯) ଜଣେ ଭାରତୀୟ ସାହିତ୍ୟ ସମୀକ୍ଷକ, ଭାଷାବିତ, ଶିକ୍ଷାବିତ ଥିଲେ । ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ହାସଲ କରିଥିଲେ । ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଅଧ୍ୟାପନା କରିଥିଲେ । ସେ ଦିଲ୍ଲୀସ୍ଥିତ ଜବାହର ନେହେରୁ ବିଶ୍ୱବିଦ୍ୟାଳୟରେ "ଭାରତୀୟ ଭାଷା କେନ୍ଦ୍ର" ପ୍ରତିଷ୍ଠା କରିଥିଲେ ଏବଂ ୧୯୯୨ରେ ଅବସର ନେବା ପର୍ଯ୍ୟନ୍ତ ସେଠାରେ "ପ୍ରଫେସର ଅଫ ଏମିରଟସ" ଭାବରେ ଥିଲେ ।[୨]

ପ୍ରାରମ୍ବିକ ଜୀବନ[ସମ୍ପାଦନା]

ନାମୱର ୧୯୨୬ ମସିହା ଜୁଲାଇ ୨୮ ତାରିଖରେ ବାରଣାସୀର ଜିୟାନପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୩] ଜିୟାନପୁରଠାରେ ସେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ । ବାରଣାସୀରେ ସେ ମାଟ୍ରିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସେ ୧୯୪୯ରେ ସ୍ନାତକ ଓ ୧୯୫୧ରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । "ହଜାରୀ ପ୍ରସାଦ ଦ୍ୱିବେଦୀ"ଙ୍କ ତତ୍ତ୍ୱାବଧାନରେ ସେ ପିଏଚଡି ହାସଲ କରିଥିଲେ । ନାମୱରଙ୍କ ସାନ ଭାଇ "କାଶିନାଥ ସିଂହ" ମଧ୍ୟ ଜଣେ ଲେଖକ ।[୪]

ବୃତ୍ତିଗତ ଜୀବନ[ସମ୍ପାଦନା]

ପିଏଚଡି ହାସଲ ପରେ ନାମୱର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ସ୍ୱଳ୍ପ ସମୟ ପାଇଁ ସେ "ସାଗର ବିଶ୍ୱବିଦ୍ୟାଳୟ"ରେ ମଧ୍ୟ ଅଧ୍ୟାପନା କରିଥିଲେ । ନିଜ ବାମପନ୍ଥୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଉଭୟ ଚାକିରୀ ହରେଇବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ସେ ଯୋଧପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ ।ରେ ସେ ଶିକ୍ଷାଦାନର ଏକ ନୂଆ ଧାରା ଆରମ୍ଭ କରିଥିଲେ । ସେଠାର "ଭାରତୀୟ ଭାଷା ସଂସ୍ଥା"ର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ୧୯୯୨ରେ ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।ଅବସର ପରେ ମଧ୍ୟ ସେ "ପ୍ରଫେସର ଅଫ ଏମିରଟସ" ଭାବରେ କାର୍ଯ୍ୟ କରିଥିଲେ ।[୫]

୧୯୫୯ ମସିହାରେ ସେ "ଚନ୍ଦୌଲୀ" ଲୋକ ସଭା ଆସନରୁ କମ୍ୟୁନିଷ୍ଟ ପାର୍ଟୀର ପ୍ରାଥୀ ଭାବରେ ନିର୍ବାଚନ ଲଢିଥିଲେ କିନ୍ତୁ ପରାଜିତ ହୋଇଥିଲେ । ତାଙ୍କ ୧୮୦୦୦ ଭୋଟ ମିଳିଥିଲା ଓ ସେ ତୃତୀୟ ସ୍ଥାନରେ ରହିଥିଲେ । [୪]

ଜନଯୁଗ, ଆଲୋଚନା ଆଦି ସାହିତ ସମୀକ୍ଷାଧର୍ମୀ ପତ୍ରିକା ସେ ସମ୍ପାଦନା କରିଥିଲେ ।[୪] ଜବାହର ଲାଲା ବିଶ୍ୱବିଦ୍ୟାଳୟରୁ ଅବସର ନେବା ପରେ ସେ ୱର୍ଦ୍ଧାର "ମହାତ୍ମା ଗାନ୍ଧୀ ଅନ୍ତର୍ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ"ର କୁଳପତି ଭାବରେ ନିଯୁକ୍ତ ହୋଇଥିଲେ । "ରାଜା ରାମମୋହନ ରାୟ ପାଠାଗାର ଫାଉଣ୍ଡେସନ"ର ଅଧ୍ୟକ୍ଷ ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।[୫] ଜ୍ଞାନପୀଠ ପୁରସ୍କାର ଚୟନ ସମିତିର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ନାମୱରଙ୍କର ୨୦୧୯ ଫେବୃଆରୀ ୧୯ ତାରିଖରେ, ୯୨ ବର୍ଷ ବୟସରେ ପରଲୋକ ଘଟିଥିଲା ।[୪]

ରଚନାବଳୀ[ସମ୍ପାଦନା]

ନାମୱର ୧୨ଟିରୁ ଅଧିକ ପୁସ୍ତକ ରଚନା କରିଥିଲେ । ତାଙ୍କର କିଛି ପ୍ରମୂଖ ରଚନା ଥିଲା:

  • କବିତା କେ ନୟେ ପ୍ରତିମାନ ISBN 978-8-1267-0744-7[୪]
  • ଛାୟାବାଦ[୬] ISBN 978-8-1267-0736-2
  • ଦୂସରୀ ପରମ୍ପରା କି ଖୋଜ ISBN 978-8-1267-1591-6
  • ଇତିହାସ ଔର ଆଲୋଚନା ISBN 978-8-1267-0510-8

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୧( 'କବିତା କେ ନୟେ ପ୍ରତିମାନ' ପାଇଁ)[୪]
  • ଶଳକା ସମ୍ମାନ (ଦିଲ୍ଲୀ ହିନ୍ଦୁ ଏକାଡେମୀଦ୍ୱାରା ପ୍ରଦତ୍ତ)
  • ସାହିତ୍ୟ ଭୂଷଣ ସମ୍ମାନ (ଉତ୍ତର ପ୍ରଦେଶ ହିନ୍ଦୀ ସଂସ୍ଥାନଦ୍ୱାରା ପ୍ରଦତ୍ତ)
  • କୁଭେମ୍ପୁ ରାଷ୍ଟ୍ରୀୟ ପୁରସ୍କାର (ରାଷ୍ଟ୍ରକବି କୁଭେମ୍ପୁ ପ୍ରତିଷ୍ଠାନଦ୍ୱାରା ପ୍ରଦତ୍ତ)
  • ଭାରତ ଭାରତୀ ସମ୍ମାନ
  • ଡିଲିଟ (ହାଇଦରାବାଦ ବିଶ୍ୱବିଦ୍ୟାଳୟ)

ଆଧାର[ସମ୍ପାଦନା]