ନାଭି ନାଡ଼ ନିର୍ଗମନ
ନାଭି ନାଡ଼ ନିର୍ଗମନ (Umbilical cord prolapse) | |
---|---|
ବିଭାଗ | ସ୍ତ୍ରୀରୋଗ ବିଜ୍ଞାନ (Obstetrics) |
ବିପଦ କାରକ | ଗର୍ଭସ୍ଥ ଶିଶୁର ଅସାଧାରଣ ଅବସ୍ଥିତି, ସମୟପୂର୍ବ ପ୍ରସବ (prematurity), ଜମଜ ଗର୍ଭ, ପୂର୍ବରୁ ଅନେକ ଗର୍ଭାବସ୍ଥା [୧][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ପ୍ରସବ ସମୟରେ ହଠାତ ଶୁଶୁର ହୃଦ୍ଗତି କମିଯିବା ଓ ଯୋନୀପଥରେ ନାହି ଅନୁଭବ କରିବାଦ୍ୱାରା [୩] |
ସଠିକ ରୋଗ ନିର୍ଣ୍ଣୟ | ଆବରପସିଓ ପ୍ଲାସେଣ୍ଟି (Abruptio placentae)[୧] |
ଚିକିତ୍ସା | ଦୃତ ପ୍ରସବ, ସାଧାରଣତଃ ସିଜରିଆନ ସେକସନ (cesarean section) ସାହାଯ୍ୟରେ[୩] |
Prognosis | ୧୦% ମୃତ୍ୟୁ ସଙ୍କଟ [୧] |
ପୁନଃପୌନିକ | < ୧% ଗର୍ଭ[୩] |
ନାଭି ନାଡ଼ ନିର୍ଗମନ ବା ଅମ୍ବିଲିକାଲ କର୍ଡ଼ ପ୍ରୋଲାପ୍ସ (Umbilical cord prolapse) ନାମ ଦିଆଯାଏ ଯେତେବେଳେ ପ୍ରସବ (labor) ସମୟରେ ଶିଶୁ ବାହାରକୁ ଆସିବା ପୂର୍ବରୁ ନାହି ନାଡ଼ (umbilical cord) ଜରାୟୁରୁ (uterus) ବାହାରକୁ ବାହାରିଆସେ ।[୧] ଏହା ଏକ ଚିନ୍ତାର ବିଷୟ ଯେହେତୁ ନାହି ଉପରେ ଚାପ ପଡ଼ିବା ଯୋଗୁ ଶିଶୁର ରକ୍ତ ଯୋଗାଣ ବନ୍ଦ ହୋଇଯାଏ ବା କମିଯାଏ ।[୧]
ପୂର୍ବରୁ ଦୁଇଟି ଶିଶୁ ଜନ୍ମ ହୋଇସାରିଥିଲେ ଓ ଚଳିତ ପ୍ରସବ ସମୟରେ ଜରାୟୁ ମଧ୍ୟରେ ଶିଶୁର ଅସାଧାରଣ ଅବସ୍ଥିତି ଥିଲେ ନାଭି ନାଡ଼ ନିର୍ଗମନ ସଙ୍କଟ ଅଧିକ ରହେ ।[୨] ସମୟପୂର୍ବ ପ୍ରସବ (prematurity), ଛୋଟ ଶିଶୁ, ଜମଜ ଗର୍ଭ, ପୂର୍ବରୁ ଅଧିକ ଗର୍ଭ ହୋଇଥିଲେ ଓ ଅଧିକ ଗର୍ଭୋଦକ ଥିଲେ ଏହି ସଙ୍କଟ ଅଧିକ ରହେ ।[୧][୨] ଆମ୍ନିଓଟୋମି (medical rupture of the amniotic sac ଏହାର କାରକ ବିଷୟଟି ବିବାଦାତ୍ମକ ଅଛି ।[୧][୨] ପ୍ରସବ ସମୟରେ ହଠାତ୍ ଶିଶୁର ହୃଦ୍ଗତି କମିଗଲେ ଏହା ସନ୍ଦେହ କରାଯାଏ । [୩] ନାଭି ନାଡ଼ ଦେଖିଲେ ବା ଭିତରେ ଅନୁଭବ କରି ନିର୍ଣ୍ଣୟ କରାଯାଇପାରେ ।[୩]
ଏଭଳି କେଶ୍ର ପରିଚାଳନାରେ ତୁରନ୍ତ ପ୍ରସବ କରେଇବାକୁ ଧ୍ୟାନ ଦିଆଯାଏ, ସାଧାରଣତଃ ସିଜରିଆନ ସେକସନ (cesarean section) ଜରିଆରେ ।[୩] ସମ୍ଭବ ହେଲେ ଶିଶୁକୁ ହାତ ସାହାଯ୍ୟରେ ଉପରକୁ ଠେଲି ଦିଆଯାଏ ।[୩] ନି-ଚେଷ୍ଟ ପୋଜିସନ (knee-chest position) ବା ଯଦି ଏହା ସମ୍ଭବ ନହୁଏ ଟ୍ରେଣ୍ଡେଲେନବର୍ଗ ପୋଜିସନ (Trendelenburg position) ବ୍ୟବହାର କରାଯାଏ ।[୧] ଉପଯୁକ୍ତ ଚିକିତ୍ସାରେ ଅଧିକାଂଶ କେଶ୍ର ଫଳାଫଳ ଭଲ ରହେ । [୩]
ପ୍ରତି ୫୦୦ ପ୍ରସବରେ ଜଣକର ନାଭି ନାଡ଼ ନିର୍ଗମନ ସମସ୍ୟା ଉପଜେ ।[୧] ୧୦% କେଶ୍ରେ ଶିଶୁର ମୃତ୍ୟୁ ସଙ୍କଟ ରହେ ।[୧] ଜନ୍ମ ତୃଟି (en:congenital anomalies) ଥିଲେ ବା ପ୍ରିମାଚ୍ୟୁର ଶିଶୁ (prematurity) ଥିଲେ ଏହା ସଙ୍କଟ ରହେ ।[୧] ଏଭଳି ରୋଗୀଙ୍କୁ ଆଶୁ ଚିକିତ୍ସା କରାଯା ।[୩]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Lore, Marybeth (March 2017). "Umbilical Cord Prolapse and Other Cord Emergencies". The Global Library of Women's Medicine. doi:10.3843/GLOWM.10136.
- ↑ ୨.୦ ୨.୧ ୨.୨ ୨.୩ Sayed Ahmed, WA; Hamdy, MA (2018). "Optimal management of umbilical cord prolapse". International Journal of Women's Health. 10: 459–465. doi:10.2147/IJWH.S130879. PMC 6109652. PMID 30174462.
{{cite journal}}
: CS1 maint: unflagged free DOI (link) - ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Holbrook, BD; Phelan, ST (March 2013). "Umbilical cord prolapse". Obstetrics and Gynecology Clinics of North America. 40 (1): 1–14. doi:10.1016/j.ogc.2012.11.002. PMID 23466132.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |