ନାଭି ନାଡ଼ ନିର୍ଗମନ

ଉଇକିପିଡ଼ିଆ‌ରୁ
ନାଭି ନାଡ଼ ନିର୍ଗମନ (Umbilical cord prolapse)
ନାଭି ନାଡ଼ ନିର୍ଗମନ, ସନ ୧୭୯୦ର ବର୍ଣ୍ଣନା
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Obstetrics)
ବିପଦ କାରକଗର୍ଭସ୍ଥ ଶିଶୁର ଅସାଧାରଣ ଅବସ୍ଥିତି, ସମୟପୂର୍ବ ପ୍ରସବ (prematurity), ଜମଜ ଗର୍ଭ, ପୂର୍ବରୁ ଅନେକ ଗର୍ଭାବସ୍ଥା [୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିପ୍ରସବ ସମୟରେ ହଠାତ ଶୁଶୁର ହୃଦ୍‌ଗତି କମିଯିବା ଓ ଯୋନୀପଥରେ ନାହି ଅନୁଭବ କରିବାଦ୍ୱାରା [୩]
ସଠିକ ରୋଗ ନିର୍ଣ୍ଣୟଆବରପସିଓ ପ୍ଲାସେଣ୍ଟି (Abruptio placentae)[୧]
ଚିକିତ୍ସାଦୃତ ପ୍ରସବ, ସାଧାରଣତଃ ସିଜରିଆନ ସେକସନ (cesarean section) ସାହାଯ୍ୟରେ[୩]
Prognosis୧୦% ମୃତ୍ୟୁ ସଙ୍କଟ [୧]
ପୁନଃପୌନିକ< ୧% ଗର୍ଭ[୩]

ନାଭି ନାଡ଼ ନିର୍ଗମନ ବା ଅମ୍ବିଲିକାଲ କର୍ଡ଼ ପ୍ରୋଲାପ୍ସ (Umbilical cord prolapse) ନାମ ଦିଆଯାଏ ଯେତେବେଳେ ପ୍ରସବ (labor) ସମୟରେ ଶିଶୁ ବାହାରକୁ ଆସିବା ପୂର୍ବରୁ ନାହି ନାଡ଼ (umbilical cord) ଜରାୟୁରୁ (uterus) ବାହାରକୁ ବାହାରିଆସେ ।[୧] ଏହା ଏକ ଚିନ୍ତାର ବିଷୟ ଯେହେତୁ ନାହି ଉପରେ ଚାପ ପଡ଼ିବା ଯୋଗୁ ଶିଶୁର ରକ୍ତ ଯୋଗାଣ ବନ୍ଦ ହୋଇଯାଏ ବା କମିଯାଏ ।[୧]

ପୂର୍ବରୁ ଦୁଇଟି ଶିଶୁ ଜନ୍ମ ହୋଇସାରିଥିଲେ ଓ ଚଳିତ ପ୍ରସବ ସମୟରେ ଜରାୟୁ ମଧ୍ୟରେ ଶିଶୁର ଅସାଧାରଣ ଅବସ୍ଥିତି ଥିଲେ ନାଭି ନାଡ଼ ନିର୍ଗମନ ସଙ୍କଟ ଅଧିକ ରହେ ।[୨] ସମୟପୂର୍ବ ପ୍ରସବ (prematurity), ଛୋଟ ଶିଶୁ, ଜମଜ ଗର୍ଭ, ପୂର୍ବରୁ ଅଧିକ ଗର୍ଭ ହୋଇଥିଲେ ଓ ଅଧିକ ଗର୍ଭୋଦକ ଥିଲେ ଏହି ସଙ୍କଟ ଅଧିକ ରହେ ।[୧][୨] ଆମ୍ନିଓଟୋମି (medical rupture of the amniotic sac ଏହାର କାରକ ବିଷୟଟି ବିବାଦାତ୍ମକ ଅଛି ।[୧][୨] ପ୍ରସବ ସମୟରେ ହଠାତ୍ ଶିଶୁର ହୃଦ୍‌ଗତି କମିଗଲେ ଏହା ସନ୍ଦେହ କରାଯାଏ । [୩] ନାଭି ନାଡ଼ ଦେଖିଲେ ବା ଭିତରେ ଅନୁଭବ କରି ନିର୍ଣ୍ଣୟ କରାଯାଇପାରେ ।[୩]

ଏଭଳି କେଶ୍‌ର ପରିଚାଳନାରେ ତୁରନ୍ତ ପ୍ରସବ କରେଇବାକୁ ଧ୍ୟାନ ଦିଆଯାଏ, ସାଧାରଣତଃ ସିଜରିଆନ ସେକସନ (cesarean section) ଜରିଆରେ ।[୩] ସମ୍ଭବ ହେଲେ ଶିଶୁକୁ ହାତ ସାହାଯ୍ୟରେ ଉପରକୁ ଠେଲି ଦିଆଯାଏ ।[୩] ନି-ଚେଷ୍ଟ ପୋଜିସନ (knee-chest position) ବା ଯଦି ଏହା ସମ୍ଭବ ନହୁଏ ଟ୍ରେଣ୍ଡେଲେନବର୍ଗ ପୋଜିସନ (Trendelenburg position) ବ୍ୟବ‌ହାର କରାଯାଏ ।[୧] ଉପ‌ଯୁକ୍ତ ଚିକିତ୍ସାରେ ଅଧିକାଂଶ କେଶ୍‌ର ଫଳାଫଳ ଭଲ ରହେ । [୩]

ପ୍ରତି ୫୦୦ ପ୍ରସବରେ ଜଣକର ନାଭି ନାଡ଼ ନିର୍ଗମନ ସମସ୍ୟା ଉପଜେ ।[୧] ୧୦% କେଶ୍‌ରେ ଶିଶୁର ମୃତ୍ୟୁ ସଙ୍କଟ ରହେ ।[୧] ଜନ୍ମ ତୃଟି (en:congenital anomalies) ଥିଲେ ବା ପ୍ରିମାଚ୍ୟୁର ଶିଶୁ (prematurity) ଥିଲେ ଏହା ସଙ୍କଟ ରହେ ।[୧] ଏଭଳି ରୋଗୀଙ୍କୁ ଆଶୁ ଚିକିତ୍ସା କରାଯା ।[୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Lore, Marybeth (March 2017). "Umbilical Cord Prolapse and Other Cord Emergencies". The Global Library of Women's Medicine. doi:10.3843/GLOWM.10136.
  2. ୨.୦ ୨.୧ ୨.୨ ୨.୩ Sayed Ahmed, WA; Hamdy, MA (2018). "Optimal management of umbilical cord prolapse". International Journal of Women's Health. 10: 459–465. doi:10.2147/IJWH.S130879. PMC 6109652. PMID 30174462.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Holbrook, BD; Phelan, ST (March 2013). "Umbilical cord prolapse". Obstetrics and Gynecology Clinics of North America. 40 (1): 1–14. doi:10.1016/j.ogc.2012.11.002. PMID 23466132.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ