ନାଥୂ ଲା

ଉଇକିପିଡ଼ିଆ ରୁ
Jump to navigation Jump to search
ନାଥୂ ଲା
Nathu La
Nathu La-Stairs.JPG
ଭାରତୀୟ ତରଫରୁ ଭାରତ-ତିବତ୍ତ ଅନ୍ତରାଷ୍ଟ୍ରୀୟ ସୀମା ପର୍ଯ୍ୟନ୍ତ ଯାଉଥିବା ସିଡ଼ି
Elevation୪,୩୧୦ m (୧୪,୧୪୦ ft)
Location
Location ଭାରତ (ସିକ୍କୀମ) –  ଚୀନ (ତିବତ୍ତ ସ୍ୱଶାସିତ ପ୍ରଦେଶ)
Rangeହିମାଳୟ
Coordinates27°23′11″N 88°49′52″E / 27.386448°N 88.831190°E / 27.386448; 88.831190Coordinates: 27°23′11″N 88°49′52″E / 27.386448°N 88.831190°E / 27.386448; 88.831190

ନାଥୂ ଲା (ଦେବନାଗରୀ ; རྣ་ཐོས་ལ་, IAST: Nāthū Lā, Chinese: ; pinyin: Nǎiduīlā Shānkǒu) ହିମାଳୟର ଏକ ପାହାଡ଼ ଘାଟୀ ଅଟେ ଯାହା ଭାରତର ସିକ୍କୀମ ରାଜ୍ୟ ଓ ଦକ୍ଷିଣ ତିବତ୍ତରେ "ଚୁମ୍ବୀ ଘାଟି"କୁ ଯୋଡ଼ିହୋଇ ରହିଛି ।[୧] ଏହା ୧୪ ହଜାର ୨୦୦ ଫୁଟ ଉଚ୍ଚରେ ରହିଛି । ଭାରତ ଏବଂ ଚୀନ ମଧ୍ୟରେ ୧୯୬୨ ମସିହାର ଯୁଦ୍ଧ ପରେ ଏହାକୁ ବନ୍ଦ କରିଦିଆ ଯାଇଥିଲା । ଏହାକୁ ପୁନଶ୍ଚ ଜୁଲାଇ ୫, ୨୦୦୬ ମସିହାରେ ବ୍ୟବସାୟ ବ୍ୟାପାର ପାଇଁ ଖୋଲିଦିଆ ଯାଇଥିଲା । ୨୦ବିଂ ଶତାବ୍ଦୀ ଆରମ୍ଭରେ ଭାରତ ଓ ଚୀନରେ ହେଉଥିବା ବ୍ୟାପାରର ୮୦ ପ୍ରତିଶତ ଅଂଶ ନାଥୂ ଲା ଦ୍ୱାରା ହିଁ ହେଉଥିଲା । ଏହା ପ୍ରାଚୀନ ରେଶମ ମାର୍ଗର ଏକ ଶାଖାର ମଧ୍ୟ ଭାଗରେ ରହିଛି ।[୨] ଲା ଶବ୍ଦ ତିବତ୍ତୀ ଭାଷାରେ ଘାଟୀର ଅର୍ଥକୁ ସୂଚାଇ ଥାଏ ।[୩]

ଭାରତରୁ ଏହି ଘାଟୀ ସିକ୍କୀମର ରାଜଧାନୀ ଗ୍ୟାଙ୍ଗଟକ ସହରରୁ ପାଖାପାଖି ୫୪ କି.ମି. (୩୪ mi) ପୂର୍ବରେ ସ୍ଥିତ ରହିଛି ।[୪] କେବଳ ଭାରତୀୟ ନାଗରିକ ହିଁ ଏହି ସ୍ଥାନକୁ ଯାଇପାରନ୍ତି ଏବଂ ଏଥିପାଇଁ ମଧ୍ୟ ସେମାନଙ୍କୁ ଗ୍ୟାଙ୍ଗଟକରୁ ( ପାସ ) ବନେଇବାକୁ ପଡିଥାଏ ।

୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧ ପରବର୍ତ୍ତୀ ସମୟରେ ବନ୍ଦ କରାଯିବା ପରେ, ୨୦୦୬ ମସିହାରେ ବହୁ ଦ୍ୱିପକ୍ଷୀୟ ବ୍ୟାପାର ସହମତି ପରେ ନାଥୂ ଲାକୁ ଖୋଲା ଯାଇଥିଲା । ଘାଟୀ ଖୋଲାଯିବା ହିନ୍ଦୁ ଏବଂ ବୌଦ୍ଧ ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ କାରଣ, ଏହାର ଉପସ୍ଥିତି ବହୁ ତୀର୍ଥ ସ୍ଥଳର ଦୂରତାକୁ କମ କରିଦେଇଥାଏ , ତା'ସହିତ ଏହା ଖୋଲିଯିବା ଦ୍ୱାରା ଭାରତ-ଚୀନ ଦ୍ୱିପକ୍ଷୀୟ ବ୍ୟାପାର ବଢିବା କାରଣରୁ ଏହି ଅଞ୍ଚଳର ଅର୍ଥ ବ୍ୟବସ୍ଥାକୁ ଗତି ମିଳିବାର ଆଶା ମିଳିଯାଇଥିଲା ।

ଭାରତୀୟ ଆଡୁ ନାଥୂ ଲାକୁ ଦେଖିବାର ଦୃଶ୍ୟରେ ଭୁଟାନର ସୁନ୍ଦର ପର୍ବତ, ତିବ୍ବତର କୀଚଗୀ ଅଂଶ ଓ ଅନ୍ତରାଷ୍ଟ୍ରୀୟ ବାଡ଼

ଅର୍ଥ ବ୍ୟବସ୍ଥା[ସମ୍ପାଦନା]

୧୯୬୨ ମସିହା ପର୍ଯ୍ୟନ୍ତ, ଘାଟୀ ବନ୍ଦ କରାଯିବା ପୂର୍ବରୁ ବହୁ ପ୍ରକାର ଜିନିଷ ଯଥା:- ପେନ, ଘଣ୍ଟା, ଖାଦ୍ୟ, ସୂତା କପଡା, ଖାଦ୍ୟ ତେଲ, ସାବୁନ, ଭବନ ନିର୍ମାଣ ସାମଗ୍ରୀ ଇତ୍ୟାଦିକୁ ଚାରି ଚକା ଯୁକ୍ତ ଗାଡ଼ିଦ୍ୱାରା ଘାଟୀକୁ ଅତିକ୍ରମ କରି ଖଚର ମାନଙ୍କ ପିଠିରେ ଲଦା ହୋଇ ତିବ୍ବତ ପଠା ଯାଉଥିଲା । ଦୁଇ ଶହ ଖଚର , ପାଖାପାଖି ୮୦ kilograms (୧୮୦ lb) ଓଜନର ଜିନିଷ ଲଦି ଗ୍ୟାଙ୍ଗଟକରୁ Lhasa ଯାଉଥିଲେ ଏବଂ ଏଥିରେ ପାଖାପାଖି ୨୦-୨୫ ଦିନ ଲାଗୁଥିଲା । ଫେରିବା ସମୟରେ ରେଶମ, କସ୍ତୁରୀ, ଔଷଧୀୟ ଗଛ, ସ୍ଥାନୀୟ ମଦ, ଦାମୀକିଆ ପଥର, ସୁନା ଓ ରୁପାଦ୍ୱାରା ତିଆରି ଜିନିଷକୁ ଭାରତକୁ ଆମଦାନୀ କରୁଥିଲେ । [୫] ଏହାଦ୍ୱାରା ଅଧିକ ବ୍ୟାପାର ମାରୁୱାଡ଼ୀ ସମୁଦାୟ ଦ୍ୱାରା ସଞ୍ଚାଳନ କରାଯାଉଥିଲା ଯେଉଁଥିରେ ୨୦୦ ଅଧିକୃତ ଫାର୍ମରେ ପାଖାପାଖି ୯୫% ମାଲିକ ଥିଲେ ।

ଭାରତୀୟ ବ୍ୟାପାର ମାନଙ୍କ ଭୟ ଥିଲା ଯେ, ତିବତ୍ତରେ ଭାରତୀୟ ବସ୍ତୁ ଗୁଡିକୁ ସୀମିତ ବଜାର ମିଳିବ, କିନ୍ତୁ ସେଠାରେ ଚୀନର ପହଞ୍ଚ ପ୍ରଥମରୁ ଉପସ୍ଥିତ ସିକ୍କୀମ ଓ ପଶ୍ଚିମବଙ୍ଗଳାର ବଜାର ପର୍ଯ୍ୟନ୍ତ ହୋଇଯିବାର ସମ୍ଭାବନା ରହିଛି ।[୬] ଏହି ଘାଟୀ ପୁନଶ୍ଚ ଖୋଲା ଯିବାରୁ ଏହା ଆଶା କରାଯାଇଥିଲା କି, ଏହାଦ୍ୱାରା କ୍ଷେତ୍ରର ଅର୍ଥ ବ୍ୟବସ୍ଥାକୁ ସୁଯୋଗ ମିଳିବ ଏବଂ ଭାରତ ଓ ଚୀନର ସମ୍ବନ୍ଧ ପ୍ରଗାଢ ହେବ, କିନ୍ତୁ ଏହା ହୋଇନଥିଲା । ତିବ୍ବତ ସ୍ୱାୟତ ଶାସନ କ୍ଷେତ୍ରୀୟ ବାଣିଜ୍ୟ ବ୍ୟୁରୋର ଅଙ୍କ ଅନୁସାରେ 2006 ମସିହାରେ 51 ଦିନର ବ୍ୟାପାରରେ, ମାତ୍ର US$186,250 ମୂଲ୍ୟର ବସ୍ତୁ ଗୁଡିକର ବ୍ୟାପାର ନାଥୂ ଲା ଦ୍ୱାରା ହୋଇପାରି ଥିଲା ।[୭]

ଭାରତରୁ ଘାଟୀ ପର୍ଯ୍ୟନ୍ତ ବୁଧବାର, ଗୁରୁବାର, ଶନିବାର ଓ ରବିବାର ଦିନ କେବଳ ଭାରତୀୟ ନାଗରିକ ହିଁ ଯାଇ ପାରିବେ ଏବଂ ଏଥିପାଇଁ ସେମାନଙ୍କୁ ଗୋଟିଏ ଦିନ ପୂର୍ବରୁ ଗ୍ୟାଙ୍ଗଟକରୁ ଅନୁମତି ନେବାକୁ ପଡିଥାଏ ।[୮] ଏହି ଘାଟୀ ମୁଖ୍ୟ ରୂପେ, ସେହି ତିବ୍ବତ ତୀର୍ଥଯାତ୍ରୀ ମାନଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ ଯେଉଁମାନେ ପ୍ରସିଦ୍ଧ ଓ ପବିତ୍ର ଭାବେ ଗ୍ରହଣୀୟ ବୌଦ୍ଧ ମଠରୁ ଏକ ରୂମଟେକ ମଠର ଯାତ୍ରା କରିବାକୁ ଚାହିଁଥାନ୍ତି । ହିନ୍ଦୁ ମାନଙ୍କ ପାଇଁ ଏହି ଘାଟୀ ମାନସରୋବର ଝରଣାର ଯାତ୍ରା ସମୟକୁ ଦୁଇଦିନ ବନେଇ ଦେଇଥାଏ ।[୯]

ଭାରତୀୟ ସରକାରଙ୍କ ଏକ ପ୍ରମୂଖ ଚିନ୍ତାର ବିଷୟ ଏହିଯେ, ବଣ୍ୟଜୀବ ଉତ୍ପାଦ ଯଥା: ବାଘ ଓ ସିଂହର ଛାଲ, ହାଡ଼ ଇତ୍ୟାଦିର ଅବୈଧ ବ୍ୟାପାର ହେବା ଓ ଏହି ସବୁ ଜିନିଷ ନାଥୂ ଲାରୁ ଭାରତୀୟ ବଜାରକୁ ଆସିବା । ଭାରତ ସରକାର ପୋଲିସ ଏବଂ ଆଇନ ପ୍ରବର୍ତ୍ତକ ଏଜେନ୍ସି ମାନଙ୍କୁ ଏହି ବ୍ୟାପାର ହେତୁ ସମ୍ବେଦନଶୀଳ ବନେଇବା ପାଇଁ ପ୍ରୋଗ୍ରାମ ଚଳେଇ ଅଛନ୍ତି । ଏବେ ଏହିପ୍ରକାର ଅଧିକାଂଶ ଅବୈଧ ବ୍ୟାପାର ନେପାଳରେ ହେଉଛି ।[୧୦]

ଯାତାୟତ[ସମ୍ପାଦନା]

ତୀବ୍ବତର ଦୁଇ ହାଇୱେ :- କଙ୍ଗମାରରୁ ଯାଡୋଙ୍ଗ ଏବଂ ଯାଡୋଙ୍ଗରୁ ନାଥୂ ଲା — ବର୍ଷ 2006 ମସିହାର ନିର୍ମାଣ ଯୋଜନାରେ ପ୍ରସ୍ତାବିତ ହୋଇଥିଲା । ପରେ ଏକ ଦଶକରେ କିଙ୍ଗ ହାଇ-ତିବ୍ବତ ରେଳମାର୍ଗକୁ ବିସ୍ତାର ଦେଇ ଯାଡୋଙ୍ଗ ପର୍ଯ୍ୟନ୍ତ ପହଞ୍ଚେଇବାର କାର୍ଯ୍ୟ ମଧ୍ୟ ପ୍ରଗତିରେ ରହିଛି ।[୧୧]

ବର୍ତ୍ତମାନର ସବୁଠାରୁ ନିକଟତର ରେଳ ଷ୍ଟେସନ, ଭାରତରୁ ନୂତନ ଜଳପାଈ ଗୁଡିରେ ଏବଂ ତିବ୍ବତ ଆଡୁ ଜିୟାଙ୍ଗଜୀରେ ରହିଛି ।

ଚୀନ ସରକାର ରେଳ ମାର୍ଗକୁ ଯାଡୋଙ୍ଗ ପର୍ଯ୍ୟନ୍ତ ଆଣିବାକୁ ଚାହୁଁଛନ୍ତି ଯାହା ନାଥୂ ଲାରୁ ଅଳ୍ପ କିଲୋମିଟର ଦୂରରେ ରହିଛି ।[୧୨]

ଆଧାର[ସମ୍ପାଦନା]

  1. China's Shadow Over Sikkim: The Politics of Intimidation, G. S. Bajpai, pp. 7, Lancer Publishers, 1999, ISBN 9781897829523, ... Since good roads have also been constructed by the Chinese leading to important Nathu La and Jelep La passes, this axis offers an easy route of thrust from the Chumbi Valley of Tibet to India ...
  2. Chinese Tax Law and International Treaties, Lorenzo Riccardi, pp. 166, Springer, ISBN 9783319002750, ... In addition, on July 6, 2006, China and India reopened Nathula, an ancient trade route that was part of the Silk Road ...
  3. ପ୍ରଧାନ, କେଶବ (6 ଜୁଲାଇ2006). "In the good ol' days of Nathu-la". ଟାଇମ୍ସ ଅଫ ଇଣ୍ଡିଆ, ମୁମ୍ବାଇ (in ଇଂରାଜୀ). ବେନେଟ କୋଲମେନ & କଂ॰ ଲି॰. p. 10. Check date values in: |date= (help)
  4. "ନାଥୂ ଲା ଘାଟୀ".
  5. ରାୟ, ଅମ୍ବର ସିଂ (25 ନଭେମ୍ବର2003). "Nathula 'Pass'port to better trade prospects with China". ହିନ୍ଦୁ ବିଜନେସ ଲାଇନ. ଦି ହିନ୍ଦୁ. Retrieved 6 ଜୁଲାଇ 2006. Check date values in: |accessdate=, |date= (help)
  6. "Nathu-la shows the way: It opens a new route to amity". The Tribune. 8 ଅଗଷ୍ଟ 2006. Retrieved 2 ଡିସେମ୍ବର 2006. Check date values in: |accessdate=, |date= (help)
  7. "Nathu La Pass on Sino-Indian border closes" [चीन-भारत सीमा पर नाथू ला दर्रा] (in ଇଂରାଜୀ). चाइना डेली. 15 अक्टूबर 2006. Retrieved 19 फ़रवरी 2007. Check date values in: |accessdate=, |date= (help)
  8. एन्विस दल (4 ଜୁନ 2006). "Ecodestination of India-Sikkim Chapter" (PDF). Eco-destinations of India. दि एनवायरमेंटल इनफार्मेशन सिस्टम (ENVIS), पर्यावरण एवं वन मंत्रालय, भारत सरकार. p. 45. Archived from the original (PDF) on 19 ଜୁନ 2007. Retrieved 1 ଡିସେମ୍ବର 2006. Check date values in: |accessdate=, |date=, |archivedate= (help)
  9. ବିନାୟକ, जी॰ (28 ଜୁଲାଇ 2004). "Nathu La: closed for review" [ନାଥୂ ଲା ପୁନଃ ନିରୀକ୍ଷଣ ହେତୁ ବନ୍ଦ]. ଦି ରେଡିଫ ସ୍ପେସଲ (in ଇଂରାଜୀ). ରେଡିଫ ଡ଼ଟ କମ. Retrieved 26 ନଭେମ୍ବର 2006. Check date values in: |accessdate=, |date= (help)
  10. पेराप्प्दन, बिन्दु शाजन (23 जून 2006). "Doubts over traffickers using re-opened Nathula Pass" [दुबारा खुले नाथूला दर्रे के तस्करों द्वारा प्रयोग का सन्देह]. द हिन्दू (in ଇଂରାଜୀ). Retrieved 6 जुलाई 2006. Check date values in: |accessdate=, |date= (help)
  11. "China to build three railways in Tibet" [तीन रेलमार्ग बनाएगा तिब्बत में चीन] (in ଇଂରାଜୀ). चाइना डेली. 29 जून 2006. Retrieved 22 मई 2008. Check date values in: |accessdate=, |date= (help)
  12. Asia Times Online :: South Asia news, business and economy from India and Pakistan