ନାଟ୍ୟାଞ୍ଜଳି

ଉଇକିପିଡ଼ିଆ‌ରୁ
ନାଟ୍ୟାଞ୍ଜଳି

ନାଟ୍ୟାଞ୍ଜଳି ଭାରତନାଟ୍ୟମର ଏକ ଏକ ଗୀତିକରଣ ଯାହା ପ୍ରଥମେ ଭି.ପି.ଧନଞ୍ଜୟନଙ୍କଦ୍ୱାରା 1968 ମସିହାରେ କରାଯାଇଥିଲା । ଏହା ରାଗ ମାଳିକା , ତାଲା ମାଳିକା ଅନୁସାରେ ରଚିତ ହୋଇଥିଲା ଓ ଭଗବାନ ଗଣେଶ , ଦେବୀ ସରସ୍ୱତୀ , ଭଗବାନ ବିଷ୍ଣୁ , ଭଗବାନ ଶିବ ଓ ଗୁରୁମାନଙ୍କୁ ସମ୍ମାନ ଜଣେଇ ସଂସ୍କୃତ ଶ୍ଳୋକରେ ବିଭିନ୍ନ ତାଲା ଓ ରାଗର ସମାହାର ସହ ସଜ୍ଜିତ  ହେଇଥିଲା । 

ନାଟ୍ୟାଞ୍ଜଳି ଚିଦାମ୍ବରମସ୍ଥିତ ଶ୍ରୀ ସବନୟାଗର ମନ୍ଦିର ପାଇଁ ଉତ୍ଶର୍ଗ ହେଇଥିଲା । ପ୍ରାୟ 40 ବର୍ଷ କାଳରୁ ପ୍ରତ୍ୟହ 1000 ସ୍ତମ୍ଭ ଥିବା ମଣ୍ଡପରେ କର୍ଣାଟକୀ ସଂଗୀତାର ଆଖଡା ହଉଥିଲା । ସେଥିରେ ଚିଦମ୍ବରମ ଏସ . ଜୟରମଣ , ସେଇଖ ଚିନ୍ନୋମୌଳନାଙ୍କ ପରି କିମ୍ବଦନ୍ତୀ ଗାୟକମାନେ ପ୍ରତ୍ୟହ ସଂଗୀତା ପରିବେଷଣ କରୁଥିଲେ । ଏହା ଥାଇପୁସମ ଉତ୍ସବ ପର୍ଯ୍ୟନ୍ତ ଚଳୁଥିଲା ।  

 ଆଧୁନିକ ନାଟ୍ୟଞ୍ଜଳି ଏକ ବାର୍ଷିକ ଶାସ୍ତ୍ରୀୟ ଭାରତୀୟ ନାଟ୍ଯ ଉତ୍ସବ ହିସାବରେ ଶିବ ରାତ୍ରି ଦିନ ଚିଦମ୍ବରମ ମନ୍ଦିରଠାରେ ଅନୁଷ୍ଠିତ ହୁଏ । ତେବେ ଏହି ପରମ୍ପରା କ୍ରମଶଃ କୁମ୍ଭକୋନାମ , ମାୟାଭାରମ ଥଞ୍ଜାଭୁର ଚେନ୍ନଇ ନାଗାପଟିନମ , ଥିରୁଣଲ୍ଲର , ଥିରୁଭନ୍ନୟକୋଇଲ ଇତ୍ୟାଦି ଅଞ୍ଚଳର ମନ୍ଦିରରେ ମଧ୍ୟ ହେଲାଣି । ଏହା ସୁବ୍ରମଣିଆ ସମାଜଦ୍ୱାରା ଚେମବୁର , ମୁମ୍ବାଇରେ ମଧ୍ୟ ବିଗତ ଅନେକ ବର୍ଷ ହେଲା ଅନୁଷ୍ଠିତ ହେଇ ଆସୁଛି । ଏହି ଉତ୍ସବ ଏକ ଶାପହାରୁ ଅଧିକ ସମୟ ଯାଏ ହେଇଥାଏ ଓ ଭଗବାନ ନଟରାଜଙ୍କ ପ୍ରତିମୂର୍ତି ସାମ୍ନାରେ ନୃତ୍ୟ ଅନୁଷ୍ଠିତ ହୁଏ । ଶିବ ରାତ୍ରି ଦିନ ପରମ୍ପରାଗତ ଭାବରେ କେବଳ ବର୍ଷୀଯାନ କଳାକାରମାନେ ଏହାକୁ ଉପସ୍ଥାପନ କରିଥାନ୍ତି ।  

ବାହାର ଲିଙ୍କ [ସମ୍ପାଦନା]