ନାଟୋ
North Atlantic Treaty Organization | |
---|---|
Member states of NATO | |
ଛୋଟ ନାଆଁ | NATO, OTAN |
ମୂଳ ଲକ୍ଷ | Animus in consulendo liber |
ସ୍ଥାପନା | 4 ଅପ୍ରେଲ 1949 |
ପ୍ରକାର | Military alliance |
ମୁଖ୍ୟାଳୟ | Brussels, Belgium |
ସଭ୍ୟପଦ | |
ମୁଖ୍ୟ ଭାଷା | |
Secretary General | Jens Stoltenberg |
Chairman of the NATO Military Committee | Air Chief Marshal Stuart Peach, Royal Air Force |
Supreme Allied Commander Europe | General Tod D. Wolters, United States Air Force |
Supreme Allied Commander Transformation | Général André Lanata, French Air Force |
ୱେବ୍ସାଇଟ | www |
ନାଟୋ ବା ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ (ଇଂରାଜୀ ଭାଷାରେ The North Atlantic Treaty Organization (NATO /ˈneɪtoʊ/; French: Organisation du traité de l'Atlantique nord; OTAN) ଅନ୍ୟ ଡାକ ନାମ ଉତ୍ତର ଆଟଲାଣ୍ଟିକ ଆଲିଆନ୍ସ/ North Atlantic Alliance), ଏକ ଆନ୍ତସରକାରୀ ସଂଘ ଯେଉଁଥିରେ ୨୯ଟି ଉତ୍ତର ଆମେରିକୀୟ ଓ ୟୁରୋପୀୟ ଦେଶର ସରକାରମାନଙ୍କର (intergovernmental) ସାମରିକ ସନ୍ଧି (military alliance) ହୋଇଛି । ସନ ୪ ଏପ୍ରିଲ ୧୯୪୯ରେ ଏହି ସଂଘ ଉତ୍ତର ଆଟଲାଣ୍ଟିକ ସନ୍ଧି ପତ୍ର କାର୍ଯ୍ୟକାରୀ କରିଥିଲା । [୨][୩] ନାଟୋ, ଏକ ସାମୁହିକ ସୁରକ୍ଷାତ୍ମକ ସଂଘ ଗଠନ କରି ତାହାଦ୍ୱାରା ଏହାର ନିଜସ୍ୱ ସ୍ୱାଧୀନ ସଭ୍ୟମାନେ ବାହ୍ୟ ସଂସ୍ଥାରୁ ଆକ୍ରମଣ ହେଲେ ଏହା ବିରୁଦ୍ଧରେ ପାରସ୍ପାରିକ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବେ । ନାଟୋର ମୂଖ୍ୟ କାର୍ଯ୍ୟାଳୟ (NATO's Headquarters| ) ବ୍ରସେଲସ, (Brussels) ବେଲଜିଅମର ଏଭରେଠାରେ ଓ ସୁପ୍ରିମ ହେଡକ୍ୱାଟର ଆଲାଏଡ ପାୱାର ୟୁରୋପର (headquarters of Allied Command Operations|) ମୋନସରେ ସାମୁହିକ କାର୍ଯ୍ୟାଳୟ ସାମୁହିକ କମାଣ୍ଡ ଅବସ୍ଥିତ ଅଛି ।
ଏହାର ପ୍ରତିଷ୍ଠ ପରଠାରୁ ଅନେକ ନୂଆ ସଭ୍ୟ ନାମ ଲେଖାଇବା ଫଳରେ ପ୍ରଥମରୁ ଥିବା ୧୨ ସଭ୍ୟ ସଂଖ୍ୟା ଇତିମଧ୍ୟରେ ବଢ଼ି ୨୯ ହୋଇଗଲାଣି । ୫ ଜୁନ ୨୦୧୭ରେ ଶେଷ ନୂଆ ସଭ୍ୟ ଭାବରେ ମୋଣ୍ଟେନିଗ୍ରୋ (Montenegro) ଯୋଗଦାନ କରଛି । ବୋସନିଆ ଓ ହେର୍ଜେଗୋଭିନା (Bosnia and Herzegovina), ଜର୍ଜିଆ (Georgia), ଉତ୍ତର ମାସିଡୋନିଆ (North Macedonia) ଓ ୟୁକ୍ରେନକୁ (Ukraine) ସମ୍ଭାବ୍ୟ ସଭ୍ୟ ଭାବରେ ନାଟୋ ବିଚାର କରିଛି ।[୪] ନାଟୋର ଶାନ୍ତି ସହଯୋଗୀ କାର୍ଯ୍ୟକ୍ରମରେ ୨୧ଟି ଅଧିକ ଦେଶ ଯୋଗଦାନ କରୁଛନ୍ତି । ସମୁଦାୟ ପୃଥିବୀର ଖର୍ଚ୍ଚର ପ୍ରାୟ ୭୦% ସମସ୍ତ ନାଟୋ ସଭ୍ୟଙ୍କର ମିଲିଟାରୀ ବାବଦରେ ଖର୍ଚ୍ଚ ହେଉଛି ।[୫] ସନ ୨୦୨୪ ସୁଦ୍ଧା ପ୍ରତିରକ୍ଷା ଲକ୍ଷ ବାବଦ ଜିଡିପିର ୨% ଖର୍ଚ୍ଚ କରିବାକୁ ସମସ୍ତ ସଭ୍ୟ ରାଜି ହୋଇଛନ୍ତି ।[୬][୭]
ଇତିହାସ
[ସମ୍ପାଦନା]ଦ୍ୱିତୀୟ ଯୁଦ୍ଧ ପରିପ୍ରେକ୍ଷୀରେ ସୋଭିଏଟ ୟୁନିଅନ ଓ ଜର୍ମାନୀର ଆକ୍ରମଣ ଆଶଙ୍କାରେ ଫ୍ରାନସ ଓ ସଂଯୁକ୍ତ ରାଷ୍ଟ୍ର ଦୁହେଁ ସନ୍ଧି ଓ ପାରଷ୍ପରିକ ସହାୟତା ନିମନ୍ତେ ୪ ମାର୍ଚ୍ଚ, ୧୯୪୭ରେ ଏକ ଚୁକ୍ତି ସମ୍ପାଦନ କରିଥିଲେ ଯାହାକୁ ଟ୍ରିଟି ଅଫ ଡନକିନ (Treaty of Dunkirk) କୁହାଯାଏ । ସନ ୧୯୪୮ରେ ଏହି ସନ୍ଧିରେ ବେନେଲକ୍ସ (Benelux) ଦେଶମାନେ ଯୋଗଦାନ କରି ଏହାକୁ ପଶ୍ଚିମ ୟୁନିଅନ (Western Union) ନାମ ଦେଲେ ଓ ପରେ ଏହାକୁ ବ୍ରସେଲସ ଟ୍ରିଟି ଅର୍ଗାନାଇଜେସନ ଭାବରେ ସୂଚନା ଦିଆଗଲା ଓ ଟ୍ରିଟି ଅଫ ବ୍ରସେଲସ (Treaty of Brussels) ନାମ କରଣ କରାଗଲା । ଅଧିକ ମିଲିଟାରୀ ସହଯୋଗ ନିମନ୍ତେ ଉତ୍ତର ଆମେରିକା ସହିତ ସଂଯୁକ୍ତ ରାଷ୍ଟ୍ର, କାନାଡ଼ା, ପର୍ତୁଗାଲ, ଇଟାଲି, ନରୱେ, ଡେନମାର୍କ ଓ ଆଇଲ୍ୟାଣ୍ଡ ଇତ୍ୟାଦି ଦେଶମାନଙ୍କୁ ସଭ୍ୟ କରିବା ନିମନ୍ତେ ବାର୍ତ୍ତାଳାପ କରି ସଭ୍ୟମାନେ ୪ ଏପ୍ରିଲ ୧୯୪୯ରେ ଉତ୍ତର ଆଟଲାଣ୍ଟିକ ସନ୍ଧି ପତ୍ରରେ ଦସ୍ତଖତ କଲେ । [୮]
ଆଧାର
[ସମ୍ପାଦନା]- ↑ "English and French shall be the official languages for the entire North Atlantic Treaty Organization." Final Communiqué following the meeting of the North Atlantic Council on 17 September 1949 Archived 6 December 2006 at the Wayback Machine.. "... the English and French texts [of the Treaty] are equally authentic ..." The North Atlantic Treaty, Article 14 Archived 14 September 2011 at the Wayback Machine.
- ↑ "What is NATO?". NATO Headquarters, Brussels, Belgium. 26 May 2017. Archived from the original on 5 November 2014. Retrieved 26 May 2017.
- ↑ Cook, Lorne (25 May 2017). "NATO: The World's Largest Military Alliance Explained". MilitaryTimes.com. The Associated Press. Archived from the original on 25 May 2017. Retrieved 26 May 2017.
- ↑ NATO. "Enlargement". NATO (in ଇଂରାଜୀ). Archived from the original on 11 March 2018. Retrieved 18 March 2018.
- ↑ "The SIPRI Military Expenditure Database". Milexdata.sipri.org. Archived from the original on 28 March 2010. Retrieved 22 August 2010.
- ↑ The Wales Declaration on the Transatlantic Bond Archived 10 June 2018 at the Wayback Machine., NATO, 5 September 2014.
- ↑ Erlanger, Steven (26 March 2014). "Europe Begins to Rethink Cuts to Military Spending". nytimes.com. Archived from the original on 29 March 2014. Retrieved 3 April 2014.
Last year, only a handful of NATO countries met the target, according to NATO figures, including the United States, at 4.1 percent, and Britain, at 2.4 percent.
- ↑ "A short history of NATO". NATO. Archived from the original on 26 March 2017. Retrieved 26 March 2017.