ନାଗ ସାଇ ମନ୍ଦିର

Coordinates: 11°01′38″N 76°57′02″E / 11.02722°N 76.95056°E / 11.02722; 76.95056
ଉଇକିପିଡ଼ିଆ‌ରୁ
ଶ୍ରୀ ନାଗ ସାଇ ମନ୍ଦିର
ଶ୍ରୀ ନାଗ ସାଇ
Image Of The Deity
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକୋଏମ୍ବାଟୁର
ଦେବାଦେବୀଶିରିଡ଼ି ସାଇ ବାବା
FestivalsRamnavami Day for 9 days

Darshan Day on 7 January Maha Samadhi Day for 10 days

Guru Poornima
Location
ସ୍ଥାନMettupalayam Road, Coimbatore
Stateତାମିଲ ନାଡ଼ୁ
Countryଭାରତ
ନାଗ ସାଇ ମନ୍ଦିର is located in Tamil Nadu
ନାଗ ସାଇ ମନ୍ଦିର
Shown within Tamil Nadu
ଭୌଗଳିକ ଅବସ୍ଥିତି11°01′38″N 76°57′02″E / 11.02722°N 76.95056°E / 11.02722; 76.95056
Architecture
TypeTamil architecture
Completed1939
Website
http://www.srinagasai.com


ଶ୍ରୀ ନାଗ ସାଇ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ତାମିଲନାଡୁ ପ୍ରଦେଶରେ ଥିବା କୋଏମ୍ବାଟୁର ସହରରେ ଅବସ୍ଥିତ ଓ ଶିରିଡ଼ି ସାଇ ବାବାଙ୍କୁ ସମର୍ପିତ ହୋଇଛି ।

ଇତିହାସ[ସମ୍ପାଦନା]

୧୯୩୯ ଖ୍ରୀଷ୍ଟାବ୍ଦରେ ନରସିଂହ ସ୍ୱାମୀଜି, ଶ୍ରୀ ସି ବରଦାରାଜ ଆୟାଃ, ଶ୍ରୀ ଏଭିକେ ଚାରୋ ସନ ୧୯୩୯ରେ କୋଏମ୍ବାଟୁର ସାଇ ଆନ୍ଦୋଳନ ଆରମ୍ଭ କରିଥିଲେ ।

ଭକ୍ତଙ୍କର ଦର୍ଶନ ନିମନ୍ତେ ଶ୍ରୀ ସାଇବାବା ମଠ ଅନୁଷ୍ଠାନ ଅବସ୍ଥିତ । ଏହି ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ଶ୍ରୀ ଏଭିକେ ଚାରିଙ୍କୁ ସ୍ୱାମୀ ନିଯୁକ୍ତ କରିଥିଲେ । ୧୯୪୨ ମସିହାରେ ସି ବରଦାରାଜା ଆୟାଃ ଏହି ମନ୍ଦିର ନିମନ୍ତେ ଏକ ଏକର ଜାଗା ଦାନ କରିଥିଲେ ଯେଉଁଠାରେ ଏକ ଚାଳ କୁଡ଼ିଆ ଘର ତିଆରି କରି ଶ୍ରୀ ସାଇବାବା ମିସନ ଗୃହ ତିଆରି ହେଲା ଓ ପରବର୍ତ୍ତୀ ସମୟରେ ଏହାର ଶ୍ରୀ ସାଇ ବାବା ମାଡାମ ନାମକରଣ ହୋଇଥିଲା । ସେଠାରେ ସାଇ କୋଏମ୍ବାଟୁରର ଭକ୍ତମାନେ ଗୁରୁବାର ଓ ରବିବାର ଦିନ ଏକତ୍ରିତ ହୋଇ ସାଇ ଭଜନ କରୁଥିଲେ । ଫେବୃୟାରୀ ୧୯୬୧ ତାରିଖ ଦିନ ଶିରିଡ଼ି ସାଇ ବାବାଙ୍କର ଏକ ଶଙ୍ଖ ମର୍ମରରେ ନିର୍ମିତ ବିଗ୍ରହ ‘ସତ୍ୟ ସାଇ ବାବା’ ସ୍ଥାପନ କରିଥିଲେ ।[୧] ସତ୍ୟ ସାଇ ବାବା ପ୍ରଥମ ଥର ନିମନ୍ତେ ଶିରିଡ଼ି ସାଇ ବାବାଙ୍କର ବିଗ୍ରହ ଉନ୍ମୋଚନ କରିଥିଲେ ।

ନାଗ ସାଇ ମନ୍ଦିର ନାମକରଣ ପଛରେ ଏକ କାହାଣୀ ଥିବା ଶିରିଡ଼ି ସାଇ ଭକ୍ତମାନେ କହନ୍ତି । ଫୁଲ ବଗିଚାରୁ ଏକ ନାଗ ସାପ ବାହାରି ଆସି ସାଇଙ୍କର ଦର୍ଶନ କରେ ଓ ପ୍ରବଚନ ଶୁଣେ ।

ନାଗ ଆଗମନ[ସମ୍ପାଦନା]

କୋଏମ୍ବାଟୁରର ଶିରିଡ଼ି ସାଇଙ୍କର ଶ୍ରୀ ନାଗ ସାଇ:

ଏକ ଚମତ୍କାର ଘଟଣା ୧୯୪୩ ମସିହାର ଜାନୁଆରୀ ୭ ତାରିଖ ଘଟିଥିଲା । ଏକ କ୍ଷୁଦ୍ର ଆକାର କିନ୍ତୁ ବଡ଼ ଫଣା ବିଶିଷ୍ଠ ନାଗ ସାପ ବାବାଙ୍କର ଚିତ୍ର ସାମନାକୁ ଆସିଲା ଯାହାର ଫଣାରେ ତ୍ରିଶୂଳ, ଶଙ୍ଖ ଓ ଚକ୍ର ଚିହ୍ନ ଥିଲା ଓ ବାଦ୍ୟର ତାଳ ଅନୁସାରେ ଖେଳୁଥିଲା । ତାହା ଉପରେ ଆଲୋକ ଓ ଆରତିର କୌଣସି ପ୍ରଭାବ ପଡ଼ୁନଥିଲା । ଲୋକମାନେ ଭୟଭୀତ ହେଉନଥିଲେ । ବାବାଙ୍କର ଭକ୍ତମାନେ ଚାଙ୍ଗୁଡ଼ି ଚାଙ୍ଗୁଡ଼ି ପୁଷ୍ପ ବର୍ଷଣ ତା’ ଉପରେ କରିଥିଲେ । ଏହି ଫୁଲ ଗଦା ଭିତରେ ବୁଡ଼ି ରହିଥିଲେ ମଧ୍ୟ ନାଗ ହଲଚଲ ହେଉନଥିଲା ।

୭ ଜାନୁଆରୀ ୧୯୪୩ ଦିନର ନାଗ ଦର୍ଶନ

ନାଗ ଆବିର୍ଭାବର ଦ୍ୱିତୀୟ ଦିନ ସେହି ନାଗାର ଫୋଟୋ ଉଠେଇବାକୁ ଜଣେ ଫୋଟୋଗ୍ରାଫର ଆସିଥିଲେ କିନ୍ତୁ ଫୁଲ ଗଦା ଭିତରେ ସେ ଲୁଚିଯାଇଥିଲା ।[୨] ସେହି ଫୁଲ ଗଦାକୁ ବାହାର କରିବାକୁ କାହାର ସାହସ ନଥିଲା । ଏଥି ନିମନ୍ତେ ପ୍ରାର୍ଥନା କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା । ଏହା ପରେ ସେହି ଫୁଲ ଗଦାରୁ ନାଗ ବାହାରି ଆସିଲା ଓ ଲାଗିଲା ଯେମିତି ସମସ୍ତଙ୍କ ପ୍ରାର୍ଥନାର ଉତ୍ତର ଦେବା ପାଇଁ ଫୋଟୋଗ୍ରାଫର ନିମନ୍ତେ ଆସିଛି । ଏହା ପରେ ସେମାନଙ୍କର ନିୟମିତ କାମ କରିବାକୁ ସକ୍ଷମ କରିବା ନିମନ୍ତେ ସେଠାରୁ ଚାଲିଯିବାକୁ ସମସ୍ତେ ଭକ୍ତି ସହକାରେ ନାଗକୁ ପ୍ରାର୍ଥନା କରିଥିଲେ ଓ ସେମାନଙ୍କର ଡାକ ଶୁଣି ନାଗ ଧୀରେ ଧୀରେ ବାହାରି ଆସି ସାଇ ବାବାଙ୍କ ଛବି ଚାରିପାଖରେ ବୁଲିବା ପରେ ଏକ ବୁଦା ଭିତରେ ଥିବା ଉଇ ହୁଙ୍କା ଭିତରକୁ ଚାଲିଗଲା ।

ଏହି ଖବର ‘ଶ୍ରୀ ସାଇ ସତଚରିତ ତାମିଲ ଅଧ୍ୟାୟ ୩୫’ରେ ଛପା ଯାଇଥିଲା ।

ସେହି ଦିନଠାରୁ କୋଏମ୍ବାଟୁରର ସାଇ ଭକ୍ତମାନେ ସେହି ସ୍ଥାନକୁ ପବିତ୍ର ଭୂମି ରୂପରେ ମାନିଲେ ଓ ତାଙ୍କୁ “ଶ୍ରୀ ନାଗ ସାଇ” ନାମରେ ପୂଜା କଲେ । ସେଠାରେ ୨୬ ଫେବୃଆରୀ ୧୯୬୧ ତାରିଖ ଦିନ ଏକ ଶଙ୍ଖ ମର୍ମର ବିଗ୍ରହ ସ୍ଥାପନ କରିଥିଲେ ।

ସ୍ୱର୍ଣ୍ଣିମ ରଥ[ସମ୍ପାଦନା]

ଏହି ମନ୍ଦିରରେ ସାଇ ବାବାଙ୍କର ଏକ ସ୍ୱର୍ଣ୍ଣିମ ରଥ ଉପରେ ସ୍ୱର୍ଣ୍ଣିମ ବିଗ୍ରହ ଅଛି ଯାହା ଜାନୁଆରୀ ୬ ତାରିଖ ୨୦୦୭ ମସିହାରେ ସ୍ଥାପିତ ହୋଇଥିଲା । ସପ୍ତାହରେ ଥରେ ଗୁରୁବାର ଦିନ ରାତି ୮:୦୦ ସମୟରେ ସେହି ରଥ ପରିକ୍ରମା କରେ ।

ଧୁନି[ସମ୍ପାଦନା]

ଶିରିଡ଼ିରୁ ପବିତ୍ର ଧୁନି ଶିଖା ଆଣି ରଖାଯାଇଛି । ଏହି ଧୁନିର ବିଭୁତି ଭକ୍ତଙ୍କୁ ପ୍ରସାଦ ଭାବରେ ଦିଆଯାଏ ଯାହାର ସମସ୍ତ ରୋଗ ଉପଶମ କରିବାର ଶକ୍ତି ରହିଛି ।

ଆଧାର[ସମ୍ପାଦନା]

  1. R, Balapattabi (1 August 2006). Nectarine Leelas of Bhagawan Sri Sathya Sai Baba. Sai Towers. p. 108. ISBN 9788178990095. Retrieved 29 March 2015.
  2. Ruhela, Satya Pal (1994-01-01). What Researchers Say on Sri Shirdi Sai Baba (in ଇଂରାଜୀ). M.D. Publications Pvt. Ltd. ISBN 9788185880853.