ନାଗୋୟା

Coordinates: 35°11′N 136°54′E / 35.183°N 136.900°E / 35.183; 136.900
ଉଇକିପିଡ଼ିଆ‌ରୁ

35°11′N 136°54′E / 35.183°N 136.900°E / 35.183; 136.900

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନାଗୋୟା
名古屋
ମନୋନିତ ସହର
ନାଗୋୟା ସହର[୧]
Flag of ନାଗୋୟା
Official logo of ନାଗୋୟା
Location of Nagoya in Aichi Prefecture
Location of Nagoya in Aichi Prefecture
ଦେଶ ଜାପାନ
ଜାପାନର କ୍ଷେତ୍ରତୋକାଈ କ୍ଷେତ୍ର
ଜାପାନର ପ୍ରାନ୍ତଆଇଚୀ ପ୍ରାନ୍ତ
Government
 • ମହାପୌରତାକାଶୀ କୌବାମୁରା
Population
 (2015)
 • ମନୋନିତ ସହର୨୨,୮୩,୨୮୯ ତୃତୀୟ
 • Metro
୯୧,୦୭,୪୧୪ ତୃତୀୟ
Time zoneUTC+9 (ଜାପାନ ମାନକ ସମୟ)
ଦୂରଭାଷା052-972-2017
Websitewww.city.nagoya.jp
[୨]

ନାଗୋୟା (名古屋) ଜାପାନର ଚୂବୁ କ୍ଷେତ୍ରର ସବୁଠାରୁ ବଡ଼ ସହର ଅଟେ । ଏହା ଜାପାନର ତୃତୀୟ ନିଗମ ସହର ଓ ଚତୁର୍ଥ ସବୁଠାରୁ ଅଧିକ ଜନସଂଖ୍ୟା ଯୁକ୍ତ କ୍ଷେତ୍ର ଅଟେ । ଏହା ପ୍ରଶାନ୍ତ ମହାସାଗରର କେନ୍ଦ୍ରୀୟ ହୋନଂଶୁରେସ୍ଥିତ । ଏହା ଆଇଚି ପ୍ରାନ୍ତର ରାଜଧାନୀ ଏବଂ ଟୋକିଓ, ଓସାକା, କୋବୋ, ୟୋକୋହାମା, ଚୀବା ଓ କିତାକ୍ୟୁଶୁ ସହିତ ଜାପାନର ପ୍ରମୂଖ ବନ୍ଦର ମଧ୍ୟରୁ ଏକ ଅଟେ । ଏହା ଜାପାନର ତୃତୀୟ ସବୁଠାରୁ ମହାନଗରୀୟ କ୍ଷେତ୍ରର କେନ୍ଦ୍ର ମଧ୍ୟ ଅଟେ, ଯେପରି ଚୁକ୍ୟୋ ମହାନଗରୀୟ କ୍ଷେତ୍ର ରୂପେ ଜଣାଯାଇଥାଏ । ୨୦୧୫ ପର୍ଯ୍ୟନ୍ତ, ଚୁକ୍ୟୋ ମହାନଗରୀୟ କ୍ଷେତ୍ରର 9.10 ମିଲିୟନ ଲୋକମାନଙ୍କ ମଧ୍ୟରୁ 2.28 ମିଲିୟନ ଲୋକ ଏହି ସହରରେ ରହିଥାନ୍ତି ।[୩]

ଭୂଗୋଳ[ସମ୍ପାଦନା]

ମାଉଣ୍ଟ ସମ୍ପୋ ଓ ମାଉଣ୍ଟ ୟୋରୋରୁ ନୋବୀ ମଇଦାନ, କୀସୋ ନଦୀ ଓ ନାଗୋୟାର ଦୃଶ୍ୟ

ନାଗୋୟା, ବରଫ ଯୁକ୍ତ ଖାଡୀର ଉତ୍ତରରେ ନୋବୀ ମଇଦାନରେସ୍ଥିତ । ବନ୍ୟାରୁ ବଞ୍ଚିବା ପାଇଁ ସହରକୁ ପଠାରୀ କ୍ଷେତ୍ରରେସ୍ଥିତ କରାଯାଇଥିଲା । ଏହି କ୍ଷେତ୍ରର ମଇଦାନ ଦେଶର ସବୁଠାରୁ ଉପ୍ୟୁକ୍ତ କ୍ଷେତ୍ର ମାନଙ୍କ ମଧ୍ୟରୁ ଏକ ଅଟେ । ସହର ସୀମା ସହିତ କେସୀ ନଦୀ ପଶ୍ଚୀମ ଆଡକୁ ବୋହିଥାଏ, ଏବଂ ଶୋନୀ ନଦୀ ଉତ୍ତର-ପୂର୍ବରୁ ଆସି ନିଶୀ ବାର୍ଡରୁ ଖାଡି ଆଡକୁ ଦକ୍ଷୀଣ ଆଡକୁ ବୁଲିଯାଇଥାଏ । ମାନବ ନିର୍ମିତ ହୋରୀ ନଦୀର ନିର୍ମାଣ ୧୬୧୦ ମସିହାରେ ଏକ ନହର ରୂପେ କରାଯାଇଥିଲା । ଏହା ଶୋନୀ ନଦୀ ପ୍ରଣାଳୀ ଋପେ, ଉତ୍ତରରୁ ଦକ୍ଷୀଣ ଆଡକୁ ବୋହିଥାଏ । ନଦୀଦ୍ୱାରା ଦୂର ଅଞ୍ଚଳ ପର୍ଯ୍ୟନ୍ତ ଆବାଗମନ ଏବଂ ବ୍ୟାପାର ହୋଇଥାଏ । ସହରକୁ ଜାପାନ କେନ୍ଦ୍ରରେସ୍ଥିତ ହେବାଦ୍ୱାରା ଏହାକୁ ଆର୍ଥିକ ଓ ରାଜନୈତୀକ ରୂପେ ବିକଶିତ ହେବାରେ ସହାୟତା ମିଳିଥାଏ ।

ନାଗୋୟାରେ ଗରମ ଏବଂ ଥଣ୍ଡା ସହିତ ଏକ ଆନ୍ଦ୍ର (ଉପ-ଉଷ୍ମକଟୀବନ୍ଧ ଜଳବାୟୁ) ରହିଛି । ସେଠାରେ ଗରମ ଦିନରେ ଥଣ୍ଡା ଅପେକ୍ଷା ଅଧିକ ବର୍ଷା ହୋଇଥାଏ, ଯଦିଓ ବର୍ଷା ସବୁ ବର୍ଷ ଲାଗି ରହିଥାଉ ।

ଜନସଂଖ୍ୟା[ସମ୍ପାଦନା]

1889 ମସିହାରେ କରାଯାଇଥିବା ପ୍ରାରମ୍ଭିକ ଜନଗଣନା ଅନୁଷାରେ ସହରର ଜନସଂଖ୍ୟା 1,57,496 ଥିଲା । 1934 ମସିହାରେ ଜନସଂଖ୍ୟା ୧୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ଏବଂ ଡିସେମ୍ବର ୨୦୧୦ ପର୍ଯ୍ୟନ୍ତ 2,259,993 ଅନୁମାନିତ ଜନସଂଖ୍ୟା ଥିଲା, ଯେଉଁଥିରେ ଜନସଂଖ୍ୟାର ଧନତ୍ୱ 6,923 ପ୍ରତି କିମି 2 ଥିଲା । ଏହା ସହିତ ଡିସେମ୍ବର ୨୦୧୦ ପର୍ଯ୍ୟନ୍ତ ଅନୁମାନିତ 1,019,859 ଘର ଗୁଡିକର ସଂଖ୍ୟା ଥିଲା । 1945 ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅନ୍ତଃରେ 153,370 ଘର ଗୁଡିକର ସଂଖ୍ୟାରେ ବୃଦ୍ଧି ହୋଇଥିଲା ।[୪]

ସହରର କ୍ଷେତ୍ରଫଳ 326.45 ବର୍ଗ କିଲୋମିଟର (126.04 ବର୍ଗ ମିଲି) ଅଟେ । ଏହାର ମହାଙ୍ଗରୀୟ କ୍ଷେତ୍ର "ମୀ ପ୍ରାନ୍ତ" ଏବଂ "ଜୀଫୁ ପ୍ରାନ୍ତ"ରେ ଘେରି ହୋଇଛି, ଯେଉଁଥିରେ ପାଖାପାଖି ୯୦ ଲକ୍ଷ ଲୋକ ମାନଙ୍କ କୂଳ ଜନସଂଖ୍ୟା ରହିଛି, ଯାହା ଓସାକା ଏବଂ ଟୋକିଓ ପରେ ସବୁଠାରୁ ଅଧିକ ଜନସଂଖ୍ୟା ରହିଛି ।

ଅର୍ଥ ବ୍ୟବସ୍ଥା[ସମ୍ପାଦନା]

ନାଗୋୟାର ମୁଖ୍ୟ ମୋଟର ବାହନ ଉଦ୍ୟୋଗ ରହିଛି । ଟୋୟଟାର ଲକ୍ଜରୀ ବ୍ରାଣ୍ଡ ଲେକ୍ସସ, ଡେନ୍ସୋ, ଏସିନ ସିକୀ କଂ, ଟୋୟଟା ଇଣ୍ଡଷ୍ଟ୍ରିଜ, ଜେଟୀକରଟୀଟୀ ଏବଂ ଟୋୟଟା ବୋଶୋକୁର ମୂଖ୍ୟାଳୟ ନାଗୋୟା କିମ୍ବା ତା'ର ପାଖରେସ୍ଥିତ । ନାଗୋୟା, ଗ୍ରେଟର ନାଗୋୟାର କେନ୍ଦ୍ର ଅଟେ ଯାହା ଜାପାନର ୨୦୦୩ ମସିହାର ବ୍ୟାପାର ଅଧିଶେଷର ପାଖାପାଖି ୭୦ ପ୍ରତିଶତ ଅର୍ଜିତ କରିଥାଏ ।

ଉଦ୍ୟୋଗୀକରଣ ପରେ ବିମାନର ଇତିହାସ ଐତିହାସୀକ ରୂପେ ମହତ୍ୱପୂର୍ଣ୍ଣ ରହିଛି । ଯୁଦ୍ଧ ଅନୁଶାରେ ମିସ୍ତୁବିଶି ଏ୬ଏମ ଜିରୋ ଲଢେଇ କରୁଥିବା ବିମାନର ନିର୍ମାଣ ନାଗୋୟାରେ ହିଁ ହୋଇଥିଲା । ଏବେ ମଧ୍ୟ ଏଠାରେ ମିସ୍ତୁବିଶିର ବହୁ ଲଢେଇ କରୁଥିବା ବିମାନର ନିର୍ମାଣ ହେଉଛି । ମିସ୍ତୁବିଶି କ୍ଷେତ୍ରୀୟ ଜେଟ (ଏମ ଆର ଜେ) ବିମାନର ନିର୍ମାଣ କାରଖାନାରେ କରାଯାଇଥାଏ ।[୫] ଏମ ଆର ଜେ ମିସ୍ତୁବିଶି ହେବୀ ଇଣ୍ଡଷ୍ଟ୍ରୀଜ ଏବଂ ଟୋୟଟା ମଧ୍ୟରେ ଏକ ସଙ୍ଗତୀ ଅନୁଶାରେ ତିଆରି ହୋଇଛି ।[୬] ଏହାର ପ୍ରଥମ ଉଡାଣ ୧୧ ନଭେମ୍ବର ୨୦୧୫ ମସିହାରେ ଥିଲା ।[୭][୮]

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. Nagoya's official English Name
  2. 平成23年6月1日現在の世帯数と人口(全市・区別) (in Japanese). Retrieved 19 June 2011.{{cite web}}: CS1 maint: unrecognized language (link)
  3. "Population of Japan". Japanese Statistics Bureau. 2010.
  4. "ja:平成22年12月1日現在の世帯数と人口(全市・区別)" [Population and Number of Households as of 1 December, Heisei 22] (in Japanese). Nagoya City. 20 December 2010. Retrieved 7 January 2011.{{cite web}}: CS1 maint: unrecognized language (link)
  5. Kohase, Yusuke (5 January 2015). "三菱航空機、名古屋空港に本社移転 小牧南工場に隣接". Aviation Wire. Retrieved 16 January 2015.
  6. Toyota to sink $67.2 mln in Mitsubishi passenger jet, China Economic Net, May 23, 2008 Archived July 10, 2009, at the Wayback Machine.
  7. "Dawn of a new era for Japan's aviation industry with MRJ debut flight". 11 November 2015. Archived from the original on 2 February 2017. Retrieved 12 April 2017 – via Japan Times Online.
  8. Pfanner, Eric (11 November 2015). "Mitsubishi Aims for the Sky After Jet Takes Off". Retrieved 12 April 2017 – via www.wsj.com.