ନହରଗଡ ଦୁର୍ଗ
ନହରଗଡ ଦୁର୍ଗ ଭାରତୀୟ ରାଜ୍ୟ ରାଜସ୍ଥାନର ଅରାବଳି ପର୍ବତ ପାଦ ଦେଶରେ ଅବସ୍ଥିତ ଏକ ପ୍ରାଚୀନ ଦୁର୍ଗ । ଏହା ରାଜଧାନୀ ସହର ଯାଜପୁରର ଉପକଣ୍ଠରେ ଅବସ୍ଥିତ । ଦୁର୍ଗ ଉପରୁ ସହରର ସମସ୍ତ ଅଞ୍ଚଳ ଚମତ୍କାର ଭାବରେ ଦୃଶ୍ୟମାନ ହେଇଥାଏ । .
ଆଜମେର ଦୁର୍ଗ , ଜୟଗଡ ଦୁର୍ଗ ସହ ନହରଗଡ ଦୁର୍ଗ ଏକଦା ପ୍ରାଚୀନ ରାଜସ୍ଥାନ ଅଞ୍ଚଳ ପାଇଁ ଦୃଢ ନିରାପତ୍ତା ପ୍ରଦାନ କରୁଥିଲେ ।ଏହାକୁ ପ୍ରଥମେ ସୁଦର୍ଶାଙ୍ଗଦ ଦୁର୍ଗ କୁହାଯାଉଥିଲା । କୁହା ଯାଏ ଯେ ଏହାର ନାମକରାନ ନାହର ସିଂହ ଭୋଇମା [୧] ଙ୍କ ନାମ ଅନୁସାରେ ହେଇଥିଲା । ପ୍ରବାଦ ଅନୁସାରେ ଭୋଇମାଙ୍କ ଆତ୍ମା ସେ ସ୍ଥାନକୁ ଆତଙ୍କିତ କରି ନିର୍ମାଣ କାମରେ ବାଧା କରୁଥିଲା ।[୨] ତାଙ୍କୁ ଶାନ୍ତା କରିବା ପାଇଁ ସେଠାରେ ଏକ ମନ୍ଦିର ନିର୍ମାଣ କରଯାଇଥିଲା ।[୩]
ଇତିହାସ[ସମ୍ପାଦନା]
ଏହି ଦୁର୍ଗ 1734 ମସିହାରେ ମହାରାଜା ସୱାଇ ମାନ ସିଂହ IIଙ୍କଦ୍ୱାରା ନିର୍ମିତ ହେଇଥିଲା । ସେ ଯାଜପୁର ସହର ସ୍ଥାପନ ମଧ୍ୟ କରିଥିଲେ ଓ ଏହି ଦୁର୍ଗକୁ ସୁରକ୍ଷିତ ରହଣି ପାଇଁ ନିର୍ମାଣ କରିଥିଲେ । ଏହି ଦୁର୍ଗ ଏତେ ଅଭେଦ୍ଯ ସ୍ଥାନରେ ଥିଲା ଯେ ଇତିହାସରେ କଉଣଶି କାଳରେ ଏହି ଦୁର୍ଗ ଆକ୍ରମଣର ଶିକାର ହେଇ ନ ଥିଲା । ଏଠାରେ ଯାଜପୁର ସେନାଙ୍କ ମରାଠା ସେନାଙ୍କ ସହ ମିଳାମିଶା ପାଇଁ ଚୁକ୍ତି ହେଇଥିଲା[୪] । 1857 ଭାରତୀୟ ସିପାହୀ ବିଦ୍ରୋହ ସମୟରେ ବ୍ରିଟିଶ ଶାସକ ମାନଙ୍କ ପରିବାରକୁ ରାଜା ସୱାଇ ମାନ ସିଂହ II ଏଠାରେ ନିରାପଦ ସ୍ଥାନ ଭାବେ ଆଶ୍ରୟ ଦେଇଥିଲେ । [୫]
ସୱାଇ ମାଧୋ ସିଂହଙ୍କ ଅମଳରେ 1883 -92ରେ ଏହାର ବର୍ଦ୍ଧିତ କରନ କାର୍ଯ୍ୟ ହେଇ ଏହା ସହ ଅନ୍ୟ କେତେକ ମହଲ ନିର୍ମିତ ହେଇଥିଲା । [୬]ଏହି ମହଲ ସବୁ ରାଜପରିବାରର ଶିକାର ରହଣି ପାଇଁ ବ୍ୟବହାର ହଉଥିଲା ।[୭]
ସ୍ୱାଧୀନତା ପରେ ଏହି ଦୁର୍ଗ ସରକାରଙ୍କ ଅଧୀନରେ ରହିଥିଲା । ଏଠାରେ କିଛି ହିନ୍ଦୀ ଚଳଚ୍ଚିତ୍ର , ବଙ୍ଗାଳୀ ଫିଲ୍ମର ଶୁଟିଙ୍ଗ ହେଇଥିଲା ।
ଆଧାର ସମୂହ [ସମ୍ପାଦନା]
- ↑ Naravane, M. S. The Rajputs of Rajputana: a glimpse of medieval Rajasthan.
- ↑ "Nahargarh Fort".
- ↑ Jaipur forts and monuments
- ↑ Naravane, M. S. The Rajputs of Rajputana.
- ↑ Sarkar, Jadunath. A History of Jaipur.
- ↑ R. K. Gupta; S. R. Bakshi. Rajasthan Through The Ages: Jaipur Rulers and Administration.
- ↑ Jaipur Hub
ଗେଲେରୀ [ସମ୍ପାଦନା]
ବାହ୍ୟ ସଂଯୋଗ [ସମ୍ପାଦନା]
- Website for Nehargarh Fort in Jaipur - Nahargarh Fort Information