ନରେନ୍ଦ୍ର କୁମାର ନାୟକ
ଦେଖଣା
ନରେନ୍ଦ୍ର କୁମାର ନାୟକ | |
|---|---|
| ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୭ – ୧୯୬୧ | |
| ନିର୍ବାଚନ ମଣ୍ଡଳୀ | ଅନୁଗୋଳ - ହିନ୍ଦୋଳ |
| ବ୍ୟକ୍ତିଗତ ସବିଶେଷ | |
| ମୃତ୍ୟୁ | ମାର୍ଚ୍ଚ ୭, ୧୯୮୭ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
| ଜୀବନ ସାଥୀ | ଲଳିତା ନାୟକ |
| ବାପା/ବୋଉ | ଅକ୍ଷୟ କୁମାର ନାୟକ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ନରେନ୍ଦ୍ର କୁମାର ନାୟକ (ମୃତ୍ୟୁ: ୭ ମାର୍ଚ୍ଚ ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ନରେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନରେନ୍ଦ୍ର କୁମାର ନାୟକଙ୍କ ବାପାଙ୍କ ନାମ ଅକ୍ଷୟ କୁମାର ନାୟକ ଓ ପତ୍ନୀଙ୍କ ନାମ ଲଳିତା ନାୟକ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ ଥିଲା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ନରେନ୍ଦ୍ର କୁମାର ନାୟକ ୧୯୮୭ ମସିହାର ମାର୍ଚ୍ଚ ମାସ ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]