ଧୁଳେଶ୍ଵର

Coordinates: 28°53′N 81°37′E / 28.88°N 81.61°E / 28.88; 81.61
ଉଇକିପିଡ଼ିଆ‌ରୁ
Dhuleshwor
Dhuleshwor Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictDailekh
ଦେବାଦେବୀShiva
FestivalsBada Dashain
Location
ସ୍ଥାନBadalamji, Dullu Municipality
StateBheri
Country   Nepal
ଧୁଳେଶ୍ଵର is located in Nepal
ଧୁଳେଶ୍ଵର
Dhuleshwor Temple in Nepal
ଭୌଗଳିକ ଅବସ୍ଥିତି28°53′N 81°37′E / 28.88°N 81.61°E / 28.88; 81.61
Architecture
TypePagoda Style
Specifications
Temple(s)4
InscriptionsWritten in Stone
Elevation544 m (1,785 ft)

ଧୁଳେଶ୍ୱର (ନେପାଳି Nepali: धुलेश्वर) ଏକ ପବିତ୍ର ସ୍ଥାନ ଯାହା ନେପାଳର କର୍ନାଲୀ ପ୍ରୋଭିନ୍ସର (Karnali Province) ଦଇଲେଖ ଜିଲ୍ଲାରେ (District) ଅବସ୍ଥିତ । ଦଇଲେଖର ପାଞ୍ଚଟି ପବିତ୍ର ପାଞ୍ଚକୋଷୀ ସ୍ଥାନ ମଧ୍ୟରୁ ଏହା ଗୋଟିଏ । ଦୁଲୁ ମ୍ୟୁନିସିପାଳଟିର (Dullu Municipality) ବଦଳାମଜି ଗ୍ରାମରେ ଏହି ସ୍ଥାନ ଅଛି ।

ଏହି ମନ୍ଦିର ତଳେ ଥିବା ଭୂମିରୁ ଧୁଳି ସୃଷ୍ଟି ହୁଏ । ବୈଜ୍ଞାନିକମାନେ ଏହାକୁ ଆଗ୍ନେୟଗିରିର ଉର୍ଦ୍ଧ୍ୱ କେନ୍ଦ୍ର ବା ଏପସେଣ୍ଟର କହୁଥିବାବେଳେ ଧାର୍ମିକ ଲୋକମାନେ ଏହା ସ୍ୱର୍ଗୀୟ ଶକ୍ତି ଯୋଗୁ ହେଉଥିବା ମାନନ୍ତି ।[୧] ପଞ୍ଚକୋଶିର ପାଦୁକାସ୍ଥାନ, ନାଭିସ୍ଥାନ ଓ କୋଟିଳସ୍ଥାନ ମଧ୍ୟରୁ ଧୁଳେଶ୍ୱର ମନ୍ଦିର ସବୁଠାରୁ ମହତ୍ୱପୂର୍ଣ୍ଣ ସ୍ଥାନ । [୨]

କିମ୍ବଦନ୍ତୀ[ସମ୍ପାଦନା]

ପୁରାଣର ଅଗ୍ନିଶିଖା ଓ ବୈଶ୍ୱାନର ଲୋକକଥା ଅନୁସାରେ ପଞ୍ଚକୋଶୀ ଅଧୀନରେ କୋଟିଲାସ୍ଥାନ ନାହିଁ । କୋଟିଲାସ୍ଥାନ ଏକ ଶକ୍ତିପୀଠ । ପଞ୍ଚକୋଶୀ ଅନୁସାରେ ପାଦୁକାସ୍ଥାନରୁ ଆରମ୍ଭ ହୋଇ ଶିରସ୍ଥାନ, ନାଭିସ୍ଥାନ ଓ ଧୁଲେଶ୍ୱରରେ ତୀର୍ଥଯାତ୍ରା ଶେଷ ହୁଏ । ବୈଶ୍ୱାନର କିମ୍ବଦନ୍ତୀ ଅନୁସାରେ ବରଫ ପରୀ କାହାଣୀ ବଦ୍ରିନାଥକେଦାରନାଥର ଶିଖା ପର୍ବତରେ ପର୍ଯ୍ୟବେଶିତ ନ ହୋଇ ଏହି ସ୍ଥାନରେ ହୋଇଥିବା ସମ୍ଭାବନା ଅଧିକ ହୁଏ ।[୩]

ସମ୍ପର୍କୀୟ ସଂରଚନା[ସମ୍ପାଦନା]

ପାଖରେ ଥିବା ଅନ୍ୟାନ୍ୟ ମନ୍ଦିର ମଧ୍ୟରେ ଭୈରବ ମନ୍ଦିର, ମସ୍ତ ମନ୍ଦିର ଓ ଶିବ ମନ୍ଦିର ଅବସ୍ଥିତ । ଶିଖା ଗୃହ ଓ ଗାଦି ଗୃହ ଭଳି ଗୃହ ମଧ୍ୟ ଅଛି । ଶିଖା ଗୃହର କାନ୍ଥରେ ଥିବା ପଥରରେ ନେପାଳୀ ଭାଷାରେ କିଛି ଲେଖା ଥିଲା ଯାହା ଭଲ ଭାବରେ ଦେଖାଯାଉନି । ଗୋଟିଏ ଲେଖାରେ ରାଜେନ୍ଦ୍ର ବିକ୍ରମ ଶାହ ଖ୍ରୀପୂ ୧୭୪୮ରେ ମନ୍ଦିର ତିଆରି କରେଇଥିବା ବର୍ଣ୍ଣନା ହୋଇଛି । ଅନ୍ୟ ଏକ ଲେଖାରେ କର୍ଣ୍ଣେଲ କୁଳମନ ସିଂହ ବସନେଟ ଖ୍ରୀ:ପୂ: ୧୭୭୮ରେ କରେଇଥିବା ଲେଖାଅଛି । ଅଧିକାଂଶ ଗୃହ ନେପାଳୀ ନାଗରିକ ଯୁଦ୍ଧ ସମୟରେ ନଷ୍ଟ ହୋଇଥିବା ଜଣାଯାଏ । ୨୬ ଚୈତ୍ର ୨୦୬୭ରେ ଶିକ୍ଷା ଗୃହରୁ କେହି ଜଣେ ନରପଟେଶ୍ୱର ମହାଦେବ ଓ ଅନ୍ୟାନ୍ୟ ମୂର୍ତ୍ତି ସବୁ ଚୋରୀ କରି ନେଇଯାଇଛନ୍ତି ।

ଧାର୍ମିକ ସଂସ୍କାର[ସମ୍ପାଦନା]

ଧାର୍ମିକ ପୂଜା ସମୟରେ ଭୂମି ଗର୍ଭରୁ ପବନ ଓ ଧୂଳି ବାହାରୁଥିବାରୁ ଧୁଳେଶ୍ୱର ଶିବ କୁହାଯାଏ । ମନ୍ଦିର ମଧ୍ୟ ଭାଗରେ ଏକ ଶିବଲିଙ୍ଗ ଅଛି । ଶିବଲିଙ୍ଗର ଏକ ପାର୍ଶ୍ୱରେ ନନ୍ଦୀ ବୃଷଭ ଅଛି ଯାହାକୁ ନନ୍ଦୀଶ୍ୱର କୂହାଯାଏ ଓ ଅପର ପାର୍ଶ୍ୱରେ ସିଂହ ମୂର୍ତ୍ତି ଅଛି । ସେହି ପରିସରରେ କାଳ ଭୈରବ, ବାଲ ଭୈରବ ଓ ବଟୁକ ଭୈରବ ମୂର୍ତ୍ତିମାନ ଦେଖିବାକୁ ମିଳେ ।[୪] ପଶୁ ବଳି ଦେଇ କାଳ ଭାଇବଙ୍କର ପୂଜା କରାଯାଏ ଓ ଅନ୍ୟ ଦୁଇଜଣଙ୍କୁ କ୍ଷୀର ଦେଇ ପୂଜା କରାଯାଏ । ମସ୍ତ ପ୍ରଭୁଙ୍କୁ କ୍ଷୀର ଦେଇ ପୂଜା କରାଯାଏ । ପ୍ରାୟ ଚଇତ ଦଶାୟନ ଓ ବିଜୟା ଦଶମୀରେ ପ୍ରାୟ ଏହି ପୂଜା କରାଯାଏ । ସାଧାରଣ ଦିନରେ ଅବିବାହିତ ପୂଜକ ପୂଜା କରନ୍ତି ।[୫]

ଧୁଲେଶ୍ୱରର ଶିବଲିଙ୍ଗ (Shivaling

)

ପୁରାଣ[ସମ୍ପାଦନା]

ସ୍ୱାମୀଙ୍କୁ ନିଜ ପିତା ଅପମାନିତ କରିବାରୁ ଯଜ୍ଞ କୁଣ୍ଡରେ ଶିବଙ୍କ ପତ୍ନୀ ସତୀ ଝାସ ଦେଇ ଆତ୍ମହତ୍ୟା କରିଥିଲେ । ସତୀଙ୍କ ମୃତ୍ୟୁ ପରେ ଶିବ କ୍ରୋଧରେ ତାଙ୍କ ମୃତ ଶରୀରକୁ କାନ୍ଧରେ ପକେଇ ପାଗଳଙ୍କ ଭଳି ବୁଲିବାକୁ ଲାଗିଲେ । ସତୀଙ୍କର ଶରୀର ଖଣ୍ଡ ଖଣ୍ଡ ହୋଇ ପୃଥିବୀରେ ପଡ଼ିବାକୁ ଲାଗିଲା ଓ ସେହି ପଡ଼ିବା ସ୍ଥାନଗୁଡ଼ିକୁ ଶକ୍ତିପୀଠ କୁହାଗଲା । ଧୁଳେlଶ୍ୱରରେ ସତୀଙ୍କର ଶରୀର ଧୂଳିରେ ମିଶିଗଲା ଓ ସେହି ସ୍ଥାନକୁ ଶିବଙ୍କ ଏକ ଅବତାର ଭାବରେ ଧୁଳେଶ୍ୱର କୁହାଗଲା ।

ସେହି ଶିବଲିଙ୍ଗ ଅଜ୍ଞାତ ହୋଇ ରହିଥିଲା ଓ ତାହାକୁ ନଦିବାନ ଆବିଷ୍କାର କରି ଲୁକ୍କାୟିତ ଭାବରେ ପୂଜା କରୁଥିଲେ । ସୈନିକମାନେ ଖବର ପାଇ ତାଙ୍କୁ ଗିରଫ କରି ନେଉଥିବା ବେଳେ ସେ ପରେ ଆସିବେ କହି ସୈନିକମାନଙ୍କ ପୂର୍ବରୁ ସେହି ସ୍ଥାନରେ ପହଞ୍ଚିଥିଲେ । କାଠମାଣ୍ଡୁର ରାଜା ତାଙ୍କୁ ପରୀକ୍ଷା କରି ତାଙ୍କର ତପସ୍ୟାର ଶକ୍ତି ବିଷୟରେ ଜାଣି ଉକ୍ତ ସ୍ଥାନକୁ ଆବିଷ୍କାର କରିଥିଲେ । ନଦିବାନଙ୍କ ସନ୍ତାନମାନେ ପୁରୁଷାନୁକ୍ରମେ ମନ୍ଦିରର ପୂଜକ ଓ ସାଧୁ ହୋଇ ରହିଲେ । ସେହି ମନ୍ଦିର ପରିସରରେ ସେମାନଙ୍କର ସମାଧି ସ୍ଥଳ ଦେଖିବାକୁ ମିଳେ ।[୫]


ଆଧାର[ସମ୍ପାଦନା]

  1. Dolma, Tenzin. "Heritage of Surkhet, Dailekh at first glance". My City (in ଇଂରାଜୀ). Retrieved 2019-03-12.
  2. "Inseconline » Districts » Dailekh". inseconline.org. Retrieved 2019-03-12.
  3. "History". Bheri Samaj UK (in ଇଂରାଜୀ). Archived from the original on 2018-08-08. Retrieved 2019-03-16.
  4. "Thousand years old heritages in Dailekh await conservation and promotion". Integration Through Media ....! (in ଆମେରିକୀୟ ଇଂରାଜୀ). 2018-08-31. Retrieved 2019-03-12.
  5. ୫.୦ ୫.୧ के.सी. (पोखरेल), विश्व. Kittambam. 1st Edition Page 103-105.