ଧାମରାଈ

ଉଇକିପିଡ଼ିଆ‌ରୁ

ଏହି ଲେଖାଟି ଧାମରେଈ/ଧାମରାଈ ଠାକୁରାଣୀଙ୍କ ବାବଦରେ, ଧାମରେଈ ମନ୍ଦିର ବିଷୟରେ ଜାଣିବାପାଇଁ ଧାମରେଈ ମନ୍ଦିର ଦେଖନ୍ତୁ

ମର୍ତ୍ତ୍ୟଗଙ୍ଗା ବୈତରଣୀ ନଦୀ କୂଳରେ ବିରଜା ଧାମ ,ଆରଡି ଧାମ ପରେ ଧାମରା ଅନ୍ୟ ଏକ ପ୍ରସିଦ୍ଧ ଧାମ୤ ଓଡ଼ିଶା ଉପକୂଳରେ ଗଢିଉଠିଥିବା ପ୍ରାଚୀନ ବନ୍ଦରଗୁଡ଼ିକ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏହି ପ୍ରାକୃତିକ ପୋତାଶ୍ରୟ ଧାମରା ୤ଧାମରା ଶବ୍ଦର ସୃଷ୍ଟି ବୋଧହୁଏ ଧାମ ଶବ୍ଦରୁ ଯାହାର ଅର୍ଥ ବାସସ୍ଥାନ ବା ଦେବଭୂମି୤ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଧାମରା୤ଏହାର ପୁର୍ବରେ ବଙ୍ଗୋପସାଗର,ପଶ୍ଚିମରେ ଚାନ୍ଦବାଲି,ଉତ୍ତରରେ ବାସୁଦେବପୁର ଓଦକ୍ଷିଣରେ କାଳିଭଞ୍ଜଡିଆ ଜଙ୍ଗଲ୤ଗୋନାସିକା ପର୍ବତରୁ ବାହାରି ତିନିଶହ ମାଇଲ ପଥ ଅତିକ୍ରାନ୍ତ୍ କଲା ପରେ ଚାନ୍ଦବାଲିର ପୁର୍ବକୁ ପ୍ରବାହିତ ହୋଇ ଧାମରା ମୁହାଣରେ ସଂଗମ ଲଭିଛି୤ବୈତରିଣୀ ସହ ସାଳନ୍ଦୀ ଧାନଖଣିଆଠାରେ ଓ ବ୍ରାହ୍ମଣୀ ନଳିତାପଟିଆଠାରେ ମିଳିତ ହେଲାପରେ ମନ୍ତେଇ ନଦୀ ଯେଉଁଠାରେ ମିଳିତ ହୋଇ ଗଣ୍ଡ ସୃଷ୍ଟି ହୋଇଛି ତାହା ସୁନାଦରିଆ ନାମରେ ପରିଚିତ୤ବୈତରିଣୀର ଦକ୍ଷିଣରେ କାଳିଭଞ୍ଜଡିଆ ଟାପୁ, ଅନତି ଦୁରରେ ଭିତରକନିକାର ମନୋରମ ଜଙ୍ଗଲ ଏବଂ ଉତ୍ତରତୀରରେ ସୁନାଦରିଆ ନିକଟରେ ମା ଧାମରାଈଙ୍କ ବିଜେସ୍ଥ୍ଳଳୀ ଧାମରା୤

କିମ୍ବଦନ୍ତୀ[ସମ୍ପାଦନା]

ଧନେଶ୍ୱର ନାମକ ଏକ ବଣିକ ପାଷାଣ ମଙ୍ଗଳାଙ୍କୁ ସିଂହଳରୁ ଆଣି ଉତ୍କଳରେ ସ୍ଥାପନା କରିଥିଲେ୤ ସିଂହଳରୁ ଫେରିବା ବାଟରେ ବୈତରଣୀ ନଦୀ ଗର୍ଭରୁ ପାଇଥିବା ପଥର ମୁର୍ତ୍ତିକୁ ଧାମରାରେ ପ୍ରତିଷ୍ଠା କରିଥିବାରୁ,ପୀଠଟି ଦେବୀ ଧାମରାଇ ନାମରେ ପରିଚିତ ହେଲା୤ଅନ୍ୟ ଏକ ଲୋକ କଥା ଅନୁଯାୟୀ ମା ଧାମରାଇ ସାତଭାୟାରେ ଥିବା ପଞ୍ଚୁବରାହଙ୍କ ଅନ୍ୟତମ ଭଉଣୀ୤ଅନ୍ୟ ଚାରି ଭଉଣୀ ମାସାଂସୀ ଥିବା ବେଳେ ଧାମରାଈ ଥିଲେ ସାକାହାରୀ୤ସେହି କାରଣରୁ ବିବାଦ ହେବାରୁ ସେମାନେ ଧାମରାଈକୁ ସମୁଦ୍ର ମଧ୍ୟକୁ ଠେଲି ଦେଇ ଥିଲେ୤ପୁର୍ବଦିଗକୁ ଚାନ୍ଦିନୀପାଳଠାରେ ଭାସିଆସି ଧାମରାଈ ସନାତନ ବେହେରା ଓ ବୁଲେଇ ବେହେରା ବସାଇ ଥିବା ଜାଲରେ ଲାଗିଥିଲେ୤ ସ୍ୱପ୍ନାଦେଶ ପାଇବାପରେ ମାଙ୍କୁ ଉଦ୍ଧାର କରି ନିଜ ଘରେ ପୂଜା କରିଥିଲେ୤ଲୋକମୁଖରୁ ଶୁଣାଯାଏ ଧୀବରମାନେ ଏକ ନିଖୋଜ ଧୀବରକୁ ଖୋଜୁଥିବାବେଳେ ମାଙ୍କ ପଥର ମୂତ୍ତୀଟିକୁ ପାଇଥିଲେ୤ଦେବୀଙ୍କ ସ୍ୱପ୍ନାଦେଶରେ ମୃତ ଧୀବରଙ୍କ ବିଧବା ପତ୍ନୀ ତାଙ୍କ ପୂଜା କାର୍ଯରେ ନିଯୁକ୍ତି ହେଲେ୤ସେବେଠାରୁ କୈବର୍ତ୍ତ କୁଳର ବିଧବା ନାରୀମାନେ ମା ଧାମରାଈଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି୤ ଧାମରାଈ ସାଗରକନ୍ୟା ଓ ନାବିକ ଅର୍ଜିତ ହୋଇଥିବାରୁ ମଙ୍ଗଳାଙ୍କପରି ନାଆ ମଙ୍ଗରେ ପୂଜା ପାଇଥାନ୍ତି୤ ଧାମରାଈଙ୍କ ପର୍ବ ପର୍ବାଣି ମଧ୍ୟରେ ମଧୁପାର୍ବଣ ଓ ମକର ମେଳା ପ୍ରଧାନ ପର୍ବ୤୫୫ଫୁଟ ଉଚତା ବିଶିଷ୍ଟ ଧାମରାଈଙ୍କ ମନ୍ଦିର ସମ୍ଭବତଃ ଭଦ୍ରକ ଜିଲ୍ଲାର ବ୍ୟୟବହୁଳ ଓ ବିଶାଳ ମନ୍ଦିର୤[୧]

ଆଧାର[ସମ୍ପାଦନା]

  1. ସମାଜ,୧୮ ମାର୍ଚ୨୦୧୨, ପୃଷ୍ଟା୪