ଧାମରାଈ
ଏହି ଲେଖାଟି ଧାମରେଈ/ଧାମରାଈ ଠାକୁରାଣୀଙ୍କ ବାବଦରେ, ଧାମରେଈ ମନ୍ଦିର ବିଷୟରେ ଜାଣିବାପାଇଁ ଧାମରେଈ ମନ୍ଦିର ଦେଖନ୍ତୁ
ମର୍ତ୍ତ୍ୟଗଙ୍ଗା ବୈତରଣୀ ନଦୀ କୂଳରେ ବିରଜା ଧାମ ,ଆରଡି ଧାମ ପରେ ଧାମରା ଅନ୍ୟ ଏକ ପ୍ରସିଦ୍ଧ ଧାମ ଓଡ଼ିଶା ଉପକୂଳରେ ଗଢିଉଠିଥିବା ପ୍ରାଚୀନ ବନ୍ଦରଗୁଡ଼ିକ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏହି ପ୍ରାକୃତିକ ପୋତାଶ୍ରୟ ଧାମରା ଧାମରା ଶବ୍ଦର ସୃଷ୍ଟି ବୋଧହୁଏ ଧାମ ଶବ୍ଦରୁ ଯାହାର ଅର୍ଥ ବାସସ୍ଥାନ ବା ଦେବଭୂମିଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଧାମରାଏହାର ପୁର୍ବରେ ବଙ୍ଗୋପସାଗର,ପଶ୍ଚିମରେ ଚାନ୍ଦବାଲି,ଉତ୍ତରରେ ବାସୁଦେବପୁର ଓଦକ୍ଷିଣରେ କାଳିଭଞ୍ଜଡିଆ ଜଙ୍ଗଲଗୋନାସିକା ପର୍ବତରୁ ବାହାରି ତିନିଶହ ମାଇଲ ପଥ ଅତିକ୍ରାନ୍ତ୍ କଲା ପରେ ଚାନ୍ଦବାଲିର ପୁର୍ବକୁ ପ୍ରବାହିତ ହୋଇ ଧାମରା ମୁହାଣରେ ସଂଗମ ଲଭିଛିବୈତରିଣୀ ସହ ସାଳନ୍ଦୀ ଧାନଖଣିଆଠାରେ ଓ ବ୍ରାହ୍ମଣୀ ନଳିତାପଟିଆଠାରେ ମିଳିତ ହେଲାପରେ ମନ୍ତେଇ ନଦୀ ଯେଉଁଠାରେ ମିଳିତ ହୋଇ ଗଣ୍ଡ ସୃଷ୍ଟି ହୋଇଛି ତାହା ସୁନାଦରିଆ ନାମରେ ପରିଚିତବୈତରିଣୀର ଦକ୍ଷିଣରେ କାଳିଭଞ୍ଜଡିଆ ଟାପୁ, ଅନତି ଦୁରରେ ଭିତରକନିକାର ମନୋରମ ଜଙ୍ଗଲ ଏବଂ ଉତ୍ତରତୀରରେ ସୁନାଦରିଆ ନିକଟରେ ମା ଧାମରାଈଙ୍କ ବିଜେସ୍ଥ୍ଳଳୀ ଧାମରା
କିମ୍ବଦନ୍ତୀ
[ସମ୍ପାଦନା]ଧନେଶ୍ୱର ନାମକ ଏକ ବଣିକ ପାଷାଣ ମଙ୍ଗଳାଙ୍କୁ ସିଂହଳରୁ ଆଣି ଉତ୍କଳରେ ସ୍ଥାପନା କରିଥିଲେ ସିଂହଳରୁ ଫେରିବା ବାଟରେ ବୈତରଣୀ ନଦୀ ଗର୍ଭରୁ ପାଇଥିବା ପଥର ମୁର୍ତ୍ତିକୁ ଧାମରାରେ ପ୍ରତିଷ୍ଠା କରିଥିବାରୁ,ପୀଠଟି ଦେବୀ ଧାମରାଇ ନାମରେ ପରିଚିତ ହେଲାଅନ୍ୟ ଏକ ଲୋକ କଥା ଅନୁଯାୟୀ ମା ଧାମରାଇ ସାତଭାୟାରେ ଥିବା ପଞ୍ଚୁବରାହଙ୍କ ଅନ୍ୟତମ ଭଉଣୀଅନ୍ୟ ଚାରି ଭଉଣୀ ମାସାଂସୀ ଥିବା ବେଳେ ଧାମରାଈ ଥିଲେ ସାକାହାରୀସେହି କାରଣରୁ ବିବାଦ ହେବାରୁ ସେମାନେ ଧାମରାଈକୁ ସମୁଦ୍ର ମଧ୍ୟକୁ ଠେଲି ଦେଇ ଥିଲେପୁର୍ବଦିଗକୁ ଚାନ୍ଦିନୀପାଳଠାରେ ଭାସିଆସି ଧାମରାଈ ସନାତନ ବେହେରା ଓ ବୁଲେଇ ବେହେରା ବସାଇ ଥିବା ଜାଲରେ ଲାଗିଥିଲେ ସ୍ୱପ୍ନାଦେଶ ପାଇବାପରେ ମାଙ୍କୁ ଉଦ୍ଧାର କରି ନିଜ ଘରେ ପୂଜା କରିଥିଲେଲୋକମୁଖରୁ ଶୁଣାଯାଏ ଧୀବରମାନେ ଏକ ନିଖୋଜ ଧୀବରକୁ ଖୋଜୁଥିବାବେଳେ ମାଙ୍କ ପଥର ମୂତ୍ତୀଟିକୁ ପାଇଥିଲେଦେବୀଙ୍କ ସ୍ୱପ୍ନାଦେଶରେ ମୃତ ଧୀବରଙ୍କ ବିଧବା ପତ୍ନୀ ତାଙ୍କ ପୂଜା କାର୍ଯରେ ନିଯୁକ୍ତି ହେଲେସେବେଠାରୁ କୈବର୍ତ୍ତ କୁଳର ବିଧବା ନାରୀମାନେ ମା ଧାମରାଈଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି ଧାମରାଈ ସାଗରକନ୍ୟା ଓ ନାବିକ ଅର୍ଜିତ ହୋଇଥିବାରୁ ମଙ୍ଗଳାଙ୍କପରି ନାଆ ମଙ୍ଗରେ ପୂଜା ପାଇଥାନ୍ତି ଧାମରାଈଙ୍କ ପର୍ବ ପର୍ବାଣି ମଧ୍ୟରେ ମଧୁପାର୍ବଣ ଓ ମକର ମେଳା ପ୍ରଧାନ ପର୍ବ୫୫ଫୁଟ ଉଚତା ବିଶିଷ୍ଟ ଧାମରାଈଙ୍କ ମନ୍ଦିର ସମ୍ଭବତଃ ଭଦ୍ରକ ଜିଲ୍ଲାର ବ୍ୟୟବହୁଳ ଓ ବିଶାଳ ମନ୍ଦିର[୧]
ଆଧାର
[ସମ୍ପାଦନା]- ↑ ସମାଜ,୧୮ ମାର୍ଚ୨୦୧୨, ପୃଷ୍ଟା୪