ଧନ ନନ୍ଦ
ଧନ ନନ୍ଦ | |
---|---|
Samrat
| |
Dhana Nanda | |
Dhana Nanda's empire | |
ଶାସନକାଳ | c. 329 BC – c. 321 BC |
ପୂର୍ବାଧିକାରୀ | Mahapadma Nanda |
ଉତ୍ତରାଧିକାରୀ | Chandragupta Maurya (the founder of Maurya Empire) |
ବାପା | Mahapadma Nanda |
ମହାବୋଧିବଂଶର ବର୍ଣ୍ଣନା ଅନୁସାରେ ଧନ ନନ୍ଦ ନନ୍ଦ ବଂଶର ଶେଷ ଶାସକ ଥିଲେ । ସେ ମହାପଦ୍ମ ନନ୍ଦଙ୍କ ୯ ଜଣ ପୁତ୍ରଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ପ୍ଳତାର୍ଚଙ୍କ ମତ ଅନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କହିଥିଲେ ଯେ ନନ୍ଦ ତାଙ୍କର କ୍ରୁରତା ଓ କୁଣ୍ଠିତତା ଯୋଗୁଁ ଅଧିନସ୍ଥ ମାନଙ୍କଦ୍ୱାରା ଘୃଣିତ ହଉଥିଲେ । [୧][୨][୩]
ନାମ
[ସମ୍ପାଦନା]ଗ୍ରୀକ ଏଇତିହାସିକ ଦୀଓଦୋରସ ଧନ ନନ୍ଦାଙ୍କୁ ଅଗ୍ରମ୍ମେସ ବା କ୍ଷନ୍ଦ୍ରାମେସ ଭାବରେ ବର୍ଣ୍ଣନା କରିଥିଲେ । ବୋଧ ହୁଏ ଏହି ଶବ୍ଦ ସଂସ୍କୃତର ଅଗ୍ରସୈନ୍ୟର ଅପଭ୍ରଂଶ ହେଇଥାଇପାରେ । .[୪]
ସ୍ରୋତ
[ସମ୍ପାଦନା]ଧନ ନନ୍ଦାଙ୍କ ବିଷୟରେ ବିଶେଷ ବିବରଣୀ କରଟିଆସ, ଦୀଓଦୋରସ, ପ୍ଲତାର୍ଛଙ୍କ ଗ୍ରୀକ ଲେଖାରୁ ମିଳିଥାଏ । [୫]
ଜୀବନୀ
[ସମ୍ପାଦନା]ମହାପ୍ରସାଦ ମନ୍ଦଙ୍କ ଉତ୍ତରାଧିକାରୀ ଭାବରେ ଧନ ନନ୍ଦ ସିଂହାସନ ପାଇଥିଲେ । ସେ ସମୟରେ ନନ୍ଦା ବଂଶ ରହୟର ଲୋକ ସମୂହ ଓ ଅଧିନସ୍ଥ କର୍ମଚାରୀ, ଏପରିକି ନିକଟସ୍ଥ ରାଜ୍ୟ ମାନଙ୍କରେ ମଧ୍ୟ ଜନପ୍ରିଯ ନଥିଲେ । ଏହା ତାଙ୍କର କୃପଣତା ଓ ଅର୍ଥ ଲୋଭ ପାଇଁ ହେଇଥାଇ ପାରେ । [୬]
ଶାସନ କାଳ
[ସମ୍ପାଦନା]ଧନ ନନ୍ଦ ଜଣେ ଶକ୍ତିଶାଳୀ ଶାସକ ଥିଲେ । ସେ ପ୍ରାଚ୍ୟ, ତଳ ଗଙ୍ଗା ଉପତ୍ୟକା ଅଞ୍ଚଳ ଶାସନ କରୁଥିଲେ । ତାଙ୍କ କାଳରେ ନନ୍ଦା ସମ୍ଭରଜ୍ୟ ବିହାର ଓ ବେଙ୍ଗଲରୁ ପୌର୍ବ ପଞ୍ଜାବ ଓ ପଶ୍ଚିମ ସିନ୍ଧ ଯାଏ ବ୍ୟାପ୍ତ ହେଇଥିଲା । ତାଙ୍କର ୪ଜଣ ମନ୍ତ୍ରୀ ବନ୍ଧୁ , ସୁବନ୍ଧୁ, କୁବେର ଓ ଶକଟାଳ ରହିଥିଲେ । ଶକଟାଳ ନନ୍ଦଙ୍କ ତହବିଲରୁ ଅର୍ଥ ନେଇ ମ୍ଳେଚ୍ଛ ଆକ୍ରମଣ କାରୀଙ୍କୁ ଦେଇଦେଇ ସମ୍ଭ୍ରାଜ୍ୟ ତାଙ୍କ ଆକ୍ରମଣରୁ ରକ୍ଷ୍ୟା କରିଥିଲେ କିନ୍ତୁ ରାଜା ତାଙ୍କୁ ସେଥି ନିମନ୍ତେ ସପରିବାର ଦେଶାନ୍ତର କରି ସେଠାରେ ବନ୍ଦୀ କରିଥିଲେ । କେବଳ ଜଣକ ପାଇଁ ଯଥେଷ୍ଟ ଖାଦ୍ୟ ଓ ଜଳ ତାଙ୍କୁ ଦିଆ ଯାଉଥିଲା । ଶକଟାଳଙ୍କ ବ୍ୟତୀତ ଅନନ୍ୟ ସମସ୍ତେ ମୃତ୍ୟୁ ବରଣ କଲେ । ଏହା ମଧ୍ୟରେ ପୁନର୍ବାର ବିଦେଶୀମାନେ ନନ୍ଦ ସାମ୍ରାଜ୍ୟ ଆକ୍ରମଣ କରିବାରୁ ଧନ ଶକଟାଳଙ୍କ ସାହାଯ୍ୟ ଲୋଡିଥିଲେ । କିନ୍ତୁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଚାଣକ୍ୟଙ୍କ ସହାୟତାରେ ନନ୍ଦ ବଂଶ ଧ୍ୱଂଶ କରି ଶକଟାଳ ପ୍ରତିଶୋଧ ନେଇଥିଲେ । [୭]
କଳିଙ୍ଗ ରାଜ୍ୟ ସହ ସମ୍ବନ୍ଧ
[ସମ୍ପାଦନା]କଳିଙ୍ଗ ରାଜ୍ୟ ସହ ନନ୍ଦା ବଂଶର ସମ୍ପର୍କ ଭଲ ନଥିଲେ ମଧ୍ୟ ରାଜପୁତ୍ର ସୂର୍ଯ୍ୟ ନନ୍ଦ କଳିଙ୍ଗର ରାଜକୁମାରୀ ଦମୟନ୍ତୀଙ୍କୁ ବିବାହ କରିବା ପରେ କିଛି କାଳ ପାଇଁ ତାହା ଉତ୍ତମ ରହିଥିଲା । ତେବେ ସେହି ବିବାହ ପରି ତାହା କ୍ଷଣ ସ୍ଥାୟୀ ଥିଲା । କଳିଙ୍ଗର ପ୍ରଜା ଓ ରାଜପୁତ୍ର ଖାରବେଳ ଧନ ନନ୍ଦଙ୍କୁ ବର୍ବର ଆଖ୍ୟା ଦେଇଥିଲେ ।
ନନ୍ଦ ସେନାବାହିନୀ
[ସମ୍ପାଦନା]ଧନ ନନ୍ଦ ପିତାଙ୍କଠାରୁ ବିଶାଳ ରାଜ୍ୟ ସହ ଏକ ବୃହତ ସୈନ୍ୟ ବାହିନୀର ଉତ୍ତରାଧିକାରୀ ହେଇଥିଲେ ।ଗ୍ରୀକ ଏଇତିହାସିକଙ୍କ ବର୍ଣ୍ଣନା ଅନୁସାରେ ନନ୍ଦଙ୍କ 2000,000 ପଦାତିକ , 20,000 ଘୋଡାସବାର , 2000 ଯୁଦ୍ଧ ରଥ , 3000 ଯୁଦ୍ଧ ହସ୍ତୀ ରହିଥିଲେ । [୮]
ପରାଜୟ ଓ ମୃତ୍ୟୁ
[ସମ୍ପାଦନା]ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କଦ୍ୱାରା ପରାଜିତ ହେଲା ପରେ ତାଙ୍କୁ ଦୁଇ ପତ୍ନୀଙ୍କ ସହ ପଳାଯନ ପାଇଁ ସୁଯୋଗ ଦିଆ ଯାଇଥିଲା । ସେ ତାଙ୍କର କନ୍ୟାଙ୍କୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହ ବିବାହ ଦେଇଥିଲେ । [୯][୧୦]
ଧନ ନନ୍ଦଙ୍କ ମୃତ୍ୟୁର କାରଣ ସଠିକ ଭାବରେ ଜଣା ଯାଇନହୀନ । କେତେକ ତଥ୍ୟ ଅନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କର ହତ୍ୟା କରେଇଥିଲେ । ଆଉ କେତେକ ତଥ୍ୟାନୁସାରେ ଚାଣକ୍ୟ ତାଙ୍କୁ ନିର୍ବାସନରେ ପଠେଇ ପରେ ହତ୍ୟା କରେଇଥିଲେ । ପୁଣି କେତେକ ମତ ଅନୁସାରେ ଧନ ନନ୍ଦା ବୌଦ୍ଧ ଧର୍ମ ଗ୍ରହଣ କରି ଭିକ୍ଷୁ ଜୀବନ ଜାପନ କରିଥିଲେ ।
ନୋଟ ସବୁ
[ସମ୍ପାଦନା]- ↑ Mahajan, V.D. (2010), "Chapter XVIII : The Rise of Magadha Section (h) The Nandas", Ancient India, S.Chand, pp. 251–253, ISBN 8121908876
{{citation}}
: More than one of|ISBN=
and|isbn=
specified (help) - ↑ Bongard-Levin, G. (1979), A History of India, Moscow: Progress Publishers, p. 264
- ↑ http://www.perseus.tufts.edu/cgi-bin/ptext?doc=Perseus%3Atext%3A1999.01.0243&layout=&loc=62.1
- ↑ Sastri 1988, p. 14.
- ↑ Mookerji 1988, p. 6-7.
- ↑ Mahajan, V.D. (2010). "Chapter XVIII : The Rise of Magadha Section (h) The Nandas". Ancient India. S.Chand. pp. 251–253. ISBN 8121908876.
- ↑ Rice 1889, p. 9.
- ↑ Bongard-Levin, G. (1979). A History of India. Moscow: Progress Publishers. p. 264.
- ↑ Mookerji 1988, p. 14.
- ↑ Mookerji 1988, p. 34.
ଆଧାର
[ସମ୍ପାଦନା]- Mookerji, Radha Kumud (1988), Chandragupta Maurya and his times (4th ed.), Motilal Banarsidass, ISBN 81-208-0433-3
{{citation}}
: More than one of|ISBN=
and|isbn=
specified (help) - Singh, Upinder (2016), A History of Ancient and Early Medieval India: From the Stone Age to the 12th Century, Pearson Education, ISBN 978-93-325-6996-6
{{citation}}
: More than one of|ISBN=
and|isbn=
specified (help) - Sastri, K. A. Nilakanta, ed. (1988), Age of the Nandas and Mauryas (Second ed.), Delhi: Motilal Banarsidass, ISBN 81-208-0465-1
{{citation}}
: More than one of|ISBN=
and|isbn=
specified (help) - Rice, B. Lewis (1889), Inscriptions at Sravana Belgola : a chief seat of the Jains, Bangalore: Mysore Govt. Central Press