ଦ୍ରୋଣାବଳୀ ହାରିକା

ଉଇକିପିଡ଼ିଆ‌ରୁ
(ଦ୍ରୋଣାବଳୀରୁ ଲେଉଟି ଆସିଛି)
ହାରିକା ଦ୍ରୋଣାବଳୀ
ନାମଦ୍ରୋଣାବଳୀ
ଦେଶଭାରତ 
ଜନ୍ମଜାନୁୟାରୀ ୧୨ , ୧୯୯୧ 
ଗୋରନ୍ଥାଲା , ଗୁନ୍ଟୂର , ଆନ୍ଧ୍ର ପ୍ରଦେଶ , ଭାରତ 
ଉପାଧୀଗ୍ରାଣ୍ଡମାଷ୍ଟର  (୨୦୧୧)
ମହିଳା ଗ୍ରାଣ୍ଡ ମାଷ୍ଟର (୨୦୦୪)
ଫିଡେ ମାନ୍ୟତା2514 (ମାର୍ଚ୍ଚ ୨୦୨୪)
ସର୍ବଶ୍ରେଷ୍ଠ ରେଟିଂ2543 (November 2016)

ଦ୍ରୋଣାବଳୀ ହରିକା , ଜଣେ ଭାରତୀୟ ମହିଳା ଚେସ ଖେଳାଳି । ତାଙ୍କର ଜନ୍ମ ୧୨ ଜାନୁଆରୀ ୧୯୯୧ ମସିହାରେ ହେଇଥିଲା । ସେ ଗ୍ରାଣ୍ଡ ମାଷ୍ଟର ସ୍ତରରେ ୨୦୧୧ ମସିହାରେ ପହଞ୍ଚି ଥିଲେ । ୨୦୦୭-୮ ମସିହାରେ ତାଙ୍କୁ ଭାରତ ସରକାରଙ୍କ ତରଫରୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । [୧]

ଭ୍ଲାଡିମିର କ୍ରମଣିକ , ଯୁଡିଥ ପୋଲଗାର ଓ ବିଶ୍ୱନାଥନ ଆନନ୍ଦଙ୍କୁ ତାଙ୍କର ଆଦର୍ଶ ଭାବେ ଗ୍ରହଣ କରୁଥିବା ଦ୍ରୋଣାବଳୀ ୨୦୧୬ ମସିହାରେ ତାଙ୍କର ଶୀର୍ଷ ଫର୍ମରେ ରହିଥିଲେ । ସେ ଚୀନ ଦେଶରେ ହେଇଥିବା ଫିଡେ ଚେସ ବିଶ୍ୱ ଚମ୍ପିୟାନଶୀପ ଜିତିବା ସହ ବିଶ୍ୱ ରେଙ୍କିଙ୍ଗରେ ୧୧ ତମ ସ୍ଥାନରୁ ୫ ମ ସ୍ଥାନରେ ପହଞ୍ଚିଥିଲେ । ସେ ରୁଷିଆଠାରେ ସମାପ୍ତ ହେଇଥିବା ବର୍ଷର ମହିଳା ଗ୍ରାଣ୍ଡ ପୃକ୍ ସିରିଜରେ ବିଶ୍ୱର ୫ ମ ରେଙ୍କରେ ରହିଲେ । ସେ ଏହି କ୍ରମରେ ବିଶ୍ୱର ମହିଳା ବିଭାଗର ୧ ନମ୍ବର ଖେଳାଳି ହଉ ୟିଫାନଙ୍କୁ ପରାସ୍ତ କରିଥିଲେ ଓ ବିଶ୍ୱର ୨ ନମ୍ବର ଖେଳାଳି ୱେସ୍ଲେଙ୍କ ସହ ଖେଳ ଅମୀମାଂଶିତ  ରଖିପାରିଥିଲେ ।  

କୃତି ସମୂହ [ସମ୍ପାଦନା]

ଦ୍ରୋଣାବଳୀ ଫିଡେ ଗ୍ରାଣ୍ଡ ପୃକ୍ସରେ ପଞ୍ଚମ ସ୍ଥାନ ପାଇବା ସହ , ଚେଙ୍ଗଦୁଠାରେ ଏହାର ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ସେ ଭାରତୀୟ ଦଳ ପାଇଁ ଦଳଗତ ଏସିଯା ଚେସ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସେଠାରେ ରେପୀଡ ଚେସ ବିଭାଗରେ ସ୍ୱର୍ଣ୍ଣ, ବୋର୍ଡରେ ରୌପ୍ୟ ଓ ଦଳଗତ ପ୍ରତିଯୋଗୀତାରେ ବ୍ରୋଞ୍ଜ ପାଇଥିଲେ । ଏହା ପୂର୍ବରୁ ୨୦୧୫ ମସିହାରେ ରୋମରେ ସ୍ୱର୍ଣ୍ଣ , ଇଉଏଇରେ ବ୍ରୋଞ୍ଜ , ତଥା ବିଶ୍ୱ ଦଳଗତ ଖେଳରେ ରୌପ୍ୟ ପାଇଥିଲେ । ୨୦୦୦ ମସିହାରୁ ୨୦୧୫ ମସିହା ଯାଏ ସେ ବହୁ ପରିମାଣର ଆନ୍ତରଯାତିକ ପ୍ରତିଯୋଗୀତାରେ ବହୁ ପଦକ ପାଇଥିଲେ । 

ଆଧାର [ସମ୍ପାଦନା]

  1. "Harika's parents on cloud nine". The Hindu (in ଇଂରାଜୀ). Retrieved 2018-12-14.

ବାହାର ଲିଙ୍କ [ସମ୍ପାଦନା]