ଦୋଳ ଗୋବିନ୍ଦ ମନ୍ଦିର

Coordinates: 26°12′24″N 91°44′30″E / 26.206774°N 91.741706°E / 26.206774; 91.741706
ଉଇକିପିଡ଼ିଆ‌ରୁ
ଦୋଳ ଗୋବିନ୍ଦ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକାମରୂପ
ଦେବାଦେବୀଶ୍ରୀ କୃଷ୍ଣ
Festivalsହୋଲି
Location
ସ୍ଥାନNorth Guwahati
Stateଆସାମ
Countryଭାରତ
ଭୌଗଳିକ ଅବସ୍ଥିତି26°12′24″N 91°44′30″E / 26.206774°N 91.741706°E / 26.206774; 91.741706

ଦୋଳ ଗୋବିନ୍ଦ ମନ୍ଦିର (Pron: ˈdaʊl/ˈdu:l/ˈdəʊl gə(ʊ)ˈvɪndə) ଆସାମ ପ୍ରଦେଶ, ଭାରତର କାମରୁପରେ ଥିବା ଏକ ପ୍ରସିଦ୍ଧ ମନ୍ଦିର । ଏହା ବ୍ରହ୍ମପୁତ୍ର ନଦୀର ଉତ୍ତର କୂଳରେ ଥିବା ରାଜଦୁଆର, (Rajaduar) ଗୌହାଟିରେ (North Guwahati) ଥିବା ଚନ୍ଦ୍ର ଭାରତୀ ପାହାଡ଼ ନିମ୍ନ ଦେଶରେ ଏହି ମନ୍ଦିର ଅବସ୍ଥିତ । ଏହି ମନ୍ଦିରଟି ଶ୍ରୀକୃଷ୍ଣଙ୍କୁ ସମର୍ପିତ ହୋଇଛି । ମନ୍ଦିର ପରିସରରେ ଏକ ନାମଘର ମଧ୍ୟ ଅଛି । ମନ୍ଦିରଟି ବର୍ଷ ସାରା ଖୋଲା ରହେ ଓ ସେଠାକୁ ପ୍ରବେଶ କରିବାର ସୁବିଧା ଅଛି କିନ୍ତୁ ନଭେମ୍ବର–ଅପ୍ରେଲ ମାସରେ ନଦୀ କୂଳରେ ବାଲି ଉପରେ ଭ୍ରମଣ ଓ ନଦୀରେ ନୌକା ବିହାର ଏକ ଅନନ୍ୟ ଆନନ୍ଦ ଆଣିଦିଏ ।[୧]

ଇତିହାସ[ସମ୍ପାଦନା]

ନାଲବାରି (Nalbari) ପାଖରେ ଥିବା ସଂଧ୍ୟାସର ସ୍ଥାନରୁ କୃଷ୍ଣଙ୍କୁ ବର୍ତ୍ତମାନର ସ୍ଥାନକୁ ଆଣିଥିବା ସ୍ୱର୍ଗୀୟ ଗଙ୍ଗା ରାମ ବରୁଆଙ୍କ ବିଷୟରେ ଅନେକ କାହାଣୀ ଅଛି । ଶହେ ପଚାଶ ବର୍ଷ ପୂର୍ବେ ପ୍ରଥମ ଦୋଳ ଗୋବିନ୍ଦ ମନ୍ଦିର ତିଆରି ହୋଇଥିଲା କିନ୍ତୁ ଏହାର ଆଧୁନିକୀକରଣ ୧୯୬୬ ମସିହାରେ ହୋଇଥିଲା ।

ମହତ୍ତ୍ୱ[ସମ୍ପାଦନା]

ଫେବୃୟାରୀ-ମାର୍ଚ୍ଚ ମାସରେ ହେଉଥିବା ହୋଲି ଉତ୍ସବ ନିମନ୍ତେ ଏହି ସ୍ଥାନ ବିଶେଷ ଭାବରେ ଜଣାଶୁଣା । ପାଞ୍ଚ ଦିନ ଧରି ଏହି ହୋଲି ଏଠାରେ ପାଳନ କରାଯାଏ । ଏହି ସମୟରେ ପ୍ରାୟ ପାଞ୍ଚ ହଜାର ଲୋକ ଏଠାରେ ସମବେତ ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି । ଏହି ସମୟରେ ଗୌହାଟିରୁ ରାଜଦୁଆର ପର୍ଯ୍ୟନ୍ତ ନାବ ବା ଫେରି (Ferry) ସେବା ଉପଲବ୍ଧ ହୁଏ । ଦୋଳ ଗୋବିନ୍ଦ ମନ୍ଦିର ସକାଳ ୭ଟା ବେଳେ ଖୋଲା ହୋଇ ଦୈନନ୍ଦିନ ସେବା ଆରମ୍ଭ ହୋଇଯାଏ । ବିଗ୍ରହଗୁଡ଼ିକୁ ପୁରୋହିତ ସ୍ନାନ କରେଇ ଅର୍ଚ୍ଚନା ଆରମ୍ଭ କରନ୍ତି । ଭକ୍ତମାନେ ଏକ ଘଣ୍ଟା ବିଳମ୍ବରେ ଆସନ୍ତି ଓ ଦିନ ଶେଷ ହେବା ପର୍ଯ୍ୟନ୍ତ ରହନ୍ତି । ଉପରବେଳା ମନ୍ଦିର ବନ୍ଦ ରହେ । ସନ୍ଧ୍ୟା ସମୟରେ ଭକ୍ତି ସଙ୍ଗୀତ ଓ କୀର୍ତ୍ତନ ସହିତ ଆରତୀ କରାଯାଏ । ପ୍ରତ୍ୟହ ଉପରବେଳା ଠାକୁରଙ୍କୁ ପ୍ରସାଦ ପରେ ହଲରେ ଥିବା ସମସ୍ତ ଭକ୍ତଙ୍କୁ ଭୋଗ ବଣ୍ଟାଯାଏ । ଅନେକ ଭକ୍ତ ଭୋଗ ଓ ସରେଇ ପାଇଁ ମନ୍ଦିର ପ୍ରଶାସକଙ୍କୁ ଦାନ ଦିଅନ୍ତି । ଏହି ଭଳି ଭକ୍ତଙ୍କୁ କିଛି ଭୋଗ ଘରକୁ ନେଇଯିବା ପାଇଁ କାଉଣ୍ଟରରେ ଦିଆଯାଏ ।

ଗମନାଗମନ[ସମ୍ପାଦନା]

ଫାନ୍ସି ବଜାର ଫେରି ଘାଟରୁ ରାଜଦୁଆର ଯିବାକୁ ସାଧାରଣତଃ ଡଙ୍ଗା ବା ଷ୍ଟିମର ମିଳିଯାଏ ଯେଉଁଥିରେ ମନ୍ଦିରକୁ ସହଜରେ ଓ ଶୀଘ୍ର ଯାଇହୁଏ । ରାଜଦୁଆରଠାରୁ ମନ୍ଦିର ମାତ୍ର ପାଞ୍ଚ ମିନିଟର ଚଲା ରାସ୍ତା । ଖରଗୁଲି, ଅଦାବାରି ଓ ଜଲୁକବାରି ସ୍ଥାନରୁ ଟ୍ରେକର ମିଳିଯାଏ ।[୨]

ଆଧାର[ସମ୍ପାଦନା]

  1. "Doul Govinda Mandir, North Guwahati". humtydumty.in. Archived from the original on 2017-10-14. Retrieved 2017-07-15.
  2. "Doul Govinda Temple". mapsofindia.com. Archived from the original on 2011-09-16. Retrieved 2017-07-15.{{cite web}}: CS1 maint: bot: original URL status unknown (link)

References[ସମ୍ପାଦନା]