ଦୋଳେଶ୍ଵର ମହାଦେବ ମନ୍ଦିର

Coordinates: 27°38′20″N 85°26′17″E / 27.63889°N 85.43806°E / 27.63889; 85.43806
ଉଇକିପିଡ଼ିଆ‌ରୁ
ଦୋଳେଶ୍ୱର ମହାଦେବ ମନ୍ଦିର
ଦୋଳେଶ୍ୱର ମହାଦେବ ମନ୍ଦିର ଦୃଶ୍ୟ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictBhaktapur
ଦେବାଦେବୀsiba
FestivalsShivaratri, Teej, Balachaturdasi
Location
ସ୍ଥାନSipadol VDC
Countryନେପାଳ
ଦୋଳେଶ୍ଵର ମହାଦେବ ମନ୍ଦିର is located in Nepal
ଦୋଳେଶ୍ଵର ମହାଦେବ ମନ୍ଦିର
Location in Nepal
ଭୌଗଳିକ ଅବସ୍ଥିତି27°38′20″N 85°26′17″E / 27.63889°N 85.43806°E / 27.63889; 85.43806
Architecture
TypePagoda

ଦୋଳେଶ୍ୱର ମହାଦେବ ମନ୍ଦିର (ନେପାଳୀ: डोलेश्वर महादेव) ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଯାହା ନେପାଳର ଭକ୍ତପୁର ଜିଲ୍ଲାର ଦକ୍ଷିଣ ପୂର୍ବ ଦିଗରେ ଥିବା ସୂର୍ଯ୍ୟ ବିନାୟକ ମୁନିସିପାଲଟି (Suryabinayak) ପରିସରରେ ଅବସ୍ଥିତ । ଭାରତର ଉତ୍ତରାଖଣ୍ଡରେ ଥିବା କେଦାରନାଥ ମନ୍ଦିରର ଏହା ଶିର ଭାଗ ହୋଇଥିବା ବିଶ୍ୱାସ କରାଯାଏ ।[୧][୨][୩]

ଇତିହାସ[ସମ୍ପାଦନା]

ପଞ୍ଚ କେଦାର ମନ୍ଦିରରେ ଥିବା ବୃଷଭର ଶିରକୁ ଲୋକମାନେ ୪୦୦୦ ହଜାର ବର୍ଷ ଧରି ଖୋଜୁଥିଲେ । ପ୍ରକୃତରେ ମହାଭାରତର ପାଣ୍ଡବମାନଙ୍କୁ ଏଡ଼େଇବା ପାଇଁ ବୃଷଭ ରୂପରେ ଶିବ ଥିଲେ । କୁରୁକ୍ଷେତ୍ର ଯୁଦ୍ଧରେ ପାଞ୍ଚ ପାଣ୍ଡବ ଓ ଶହେ କୌରବମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା । ପାଞ୍ଚ ପାଣ୍ଡବ ୧୦୦ କୌରବଙ୍କୁ ହତ୍ୟା କରି ଜୟଲାଭ କରିଥିଲେ । ଯୁଦ୍ଧର ପାଣ୍ଡବମାନେ ଜୟ ଲାଭ କରିବା ପରେ ଭାତ୍ରୁ ହତ୍ୟା ଓ ବ୍ରାହ୍ମଣ ହତ୍ୟା ଜନିତ ପାପ ପ୍ରକ୍ଷାଳନ ନିମନ୍ତେ ଶିବ ଆଶୀର୍ବାଦ ପାଇବା ନିମନ୍ତେ ତାଙ୍କୁ ଖୋଜିବାକୁ ରାଜ୍ୟ ତ୍ୟାଗ କରି ବାହାରିଲେ । ବାରାଣସୀ ତାଙ୍କର ପ୍ରିୟ ସ୍ଥାନ ଥିବାରୁ ସେଠାରେ ଖୋଜିବାକୁ ଗଲେ । ଶିବ ଅନ୍ୟ ପକ୍ଷରେ ଯୁଦ୍ଧରେ ଅନିୟମିତତା ଯୋଗୁ ପାଣ୍ଡବଙ୍କ ଉପରେ କ୍ରୋଧାନ୍ୱିତ ହୋଇ ତାଙ୍କୁ ଏଡ଼େଇବା ନିମନ୍ତେ ଇଚ୍ଛା କରୁଥିଲେ । ତେଣୁ ସେ ନନ୍ଦୀ ବୃଷଭ ରୂପରେ ଗରୱାଲରେ ରହିଗଲେ । ତେଣୁ ପାଣ୍ଡବମାନେ ତାଙ୍କୁ ପାଇଲେଳନି । ହିମାଳୟରେ ତାଙ୍କୁ ଖୋଜିବାକୁ ପଞ୍ଚ ପାଣ୍ଡବ ଗଲେ । ଅନ୍ୟ ପାଣ୍ଡବମାନଙ୍କ ପାଖରୁ ଅଲଗା ହୋଇ ଭୀମ ଚାଲିଗଲେ ଓ ଗୁପ୍ତକାଶୀରେ (Guptakashi) ଦୁଇ ପର୍ବତ ମଝିରେ ନନ୍ଦୀଙ୍କୁ ଠାବ କଲେ । ତୁରନ୍ତ ସେ ଶିବଙ୍କୁ ଚିହ୍ନି ପାରି ତାଙ୍କ ଲାଞ୍ଜ ଓ ପଛ ଗୋଡ଼କୁ ମାଡ଼ିବସିଲେ । ଶିବ ସେଠାରେ ଅଦୂଶ୍ୟ ହୋଇ ଭିନ୍ନ ଭିନ୍ନ ପାଞ୍ଚ ଜାଗାରେ ଖଣ୍ଡ ଖଣ୍ଡ ହୋଇ ପ୍ରକାଶିତ ହେଲେ । କେଦାରନାଥରେ (Kedarnath) ଚୁଳ, ତୁଙ୍ଗନାଥରେ (Tungnath) ହାତ, ରୁଦ୍ରନାଥରେ ମୁଖ (Rudranath), ମଧ୍ୟମହେଶ୍ୱରରେ (Madhyamaheshwar) ନାଭି ତଥା ପାକସ୍ଥଳୀ ଓ କାଳପେଶ୍ୱରରେ (Kalpeshwar ବାଳ ପାଇଲେ । ଉକ୍ତ ପାଞ୍ଚ ସ୍ଥାନରେ ମନ୍ଦିର ତୋଳେଇବାରେ ସେମାନଙ୍କର ପାପ କ୍ଷୟ ହୋଇଗଲା । ନେପାଳର ଭକ୍ତପୁର ଜିଲ୍ଲାରେ ଥିବା ଦୋଲେଶ୍ୱର ମହାଦେବ ମନ୍ଦିରରେ ତାଙ୍କର ସମ୍ମୁଖ ଭାବ ଥିବା ବିଶ୍ୱାସ କରାଯାଏ ।[୪][୫]

ଅନ୍ୟ ଏକ କାହାଣୀ ଅନୁସାରେ ଭୀମ ବୃଷଭଙ୍କୁ ଧରି ପକେଇଲେ ଓ ଅଦୃଶ୍ୟ ହେବା ବନ୍ଦ କରିବା ନିମନ୍ତେ ତାଙ୍କୁ ୫ ଖଣ୍ଡ କରି ହିମାଳୟର ଗରୱାଲର କେଦାରଖଣ୍ଡର ୫ ସ୍ଥାନମାନଙ୍କରେ ପୁନଃ ଦୃଶ୍ୟମାନ ହେଲେ [୪] ମନ୍ଦିର ତିଆରି କରି ସାରିବା ପରେ ପାପ ମୁକ୍ତି ନିମନ୍ତେ ତପସ୍ୟା ଓ ଯଜ୍ଞ କରିଥିଲେ । ପଞ୍ଚ କେଦାର ଦର୍ଶନ ପରେ ଶିବଙ୍କ ଆଶୀର୍ବାଦ ପାଇଁ ବଦ୍ରିନାଥ ମନ୍ଦିରରେ ବିଷ୍ଣୁଙ୍କ ଦର୍ଶନ କରିବାକୁ ଏକ ଅଲିଖିତ ନିୟମ ଅଛି ।[୬]

ଗବେଷଣା ଓ ଉପଲବ୍ଧି[ସମ୍ପାଦନା]

କେଦାରନାଥ ଓ ଦୋଳେଶ୍ୱର ମନ୍ଦିରର ସାମଞ୍ଜସ୍ୟ ଦେଖି ଗବେଷକ ଭାରତ ଜଙ୍ଗମ ଦାବି କଲେ ଯେ ମହାଦେବଙ୍କ ମୁଣ୍ଡ ପାଖଟି ଦୋଳେଶ୍ୱରରେ ଅଛି । ସ୍ଥପତିମାନେ କହିଲେ ଉଭୟ ମନ୍ଦିର ୪,୦୦୦ ବର୍ଷ ପୁରୁଣା । ଦୋଳେଶ୍ୱରର ଶିଳାଲେଖରେ ଉଭୟ ସଂସ୍କୃତ ଓ ନେପାଳି ଲିପିରେ ଲେଖାଅଛି । ଉଭୟ ମନ୍ଦିରର ପୂଜକମାନଙ୍କୁ ଭାରତର ଦାକ୍ଷିଣାତ୍ୟରେ ଥିବା କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, କେରଳ ଓ ତାମିଳନାଡ଼ୁରେ ଚୟନ କରାଯାଏ । ହିନ୍ଦୁ ମତ ଅନୁସାରେ ଉଭୟ ମନ୍ଦିରରେ ଶିବଙ୍କ ସାଥି ବିରଭଦ୍ରଙ୍କର ମୂର୍ତ୍ତି ଅଛି ।[୭][୮]

ମାନ୍ୟତା[ସମ୍ପାଦନା]

ଶ୍ରୀ କେଦାରନାଥଙ୍କ ମୁଣ୍ଡ ଭାଗଟି ଭରତପୁରର ଜଙ୍ଗମ ମଠାରେ ଥିବା କଥା କେଦାରନାଥର ମୂଖ୍ୟ ପୂଜକ ୧୦୦୮ ଶ୍ରୀ ଜଗତ ଗୁରୁ ଭୀମଶଙ୍କରଲିଙ୍ଗ ଶିବାଚାର୍ଯ୍ୟ ଅଗଷ୍ଟ ୨୨ ତାରିଖ ୨୦୦୯ ଦିନ ପ୍ରକାଶ କଲେ । ଭରତପୁର ଜିଲ୍ଲାର ସିବାଡୋଲ ଗ୍ରାମରେ ଥିବା ଦୋଳେଶ୍ୱର ମନ୍ଦିରରେ ସେ ଏକ ବିଶେଷ ଧରଣର ପୂଜା କରିଥିଲେ । ଏହି ବିଷୟ ଦୋଳେଶ୍ୱର ମନ୍ଦିରର ଶିଳାଲେଖରେ ଲିପିବଦ୍ଧ ଅଛି ।[୯][୧୦][୧୧] ହଜାର ହଜାର ଭକ୍ତଙ୍କର ସମାଗମ ଦୋଳେଶ୍ୱର ମନ୍ଦିରରେ ହୁଏ ।[୧୨]


ଆଧାର[ସମ୍ପାଦନା]

  1. "Doleshwor Mahadev". www.doleshwor.org.np. Archived from the original on 2021-05-13. Retrieved 2022-09-02.
  2. http://in.news.yahoo.com/20/20090812/365/twl-mahabharata-era-relic-links-kedarnat.html[permanent dead link]
  3. Prasai, Dirgha Raj. "Hindu shrine: Pashupatinath (Lord Shiva) and Shivaratri in Nepal". The Indian Post. Retrieved 7 July 2012.
  4. ୪.୦ ୪.୧ "Panch Kedar Yatra". Archived from the original on 24 May 2011. Retrieved 2009-07-05. {{cite web}}: Cite has empty unknown parameter: |1= (help)
  5. Kapoor. A. K.; Satwanti Kapoor (1994). Ecology and man in the Himalayas. M.D. Publications Pvt. Ltd. p. 250. ISBN 9788185880167.
  6. "Panch Kedar". Archived from the original on 31 ଅଗଷ୍ଟ 2009. Retrieved 15 ଜୁଲାଇ 2009.
  7. Annapurna Post (29 August 2009). "Doleshwar Mahadev Kedarnath ko Sheer bhayeko khosana". Bhaktaput.
  8. Nepali Samachar patra (22 August 2009). "Aba Doleshwar Hindu ko pramukh dham ". Thimi.
  9. Thapa, Bharat Bandu. "Mandir Anabaran ". Rajdhani. Bhaktapur.
  10. "Doleshwor Mahadev, Sipadol, Bhaktapur, Nepal". Mrrajunepal. Mar 31, 2012. Retrieved 29 July 2012.
  11. "Kedharnaat Seer Doleshore Mahadev". Bikram Khatri. May 5, 2012. Retrieved 29 July 2012.
  12. "Thousands throng Doleswor Temple". The Himalayan. 2013-08-05. Archived from the original on 2013-09-15. Retrieved 9 Sep 2013.

ବାହ୍ୟ ଲିଙ୍କ[ସମ୍ପାଦନା]