ଦେବେନ୍ଦ୍ରନାଥ ଦାଶ
ଦେଖଣା
ଦେବେନ୍ଦ୍ରନାଥ ଦାଶ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨ ଫେବୃଆରୀ ୧୯୪୬ ଯାଜପୁର |
ମୃତ୍ୟୁ | ୧୩ ଅକ୍ଟୋବର ୨୦୨୪ |
ବୃତ୍ତି | ସମ୍ପାଦକ ଓ ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଦେବେନ୍ଦ୍ରନାଥ ଦାଶ (୨ ଫେବୃଆରୀ ୧୯୪୬–୧୩ ଅକ୍ଟୋବର ୨୦୨୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ନାଟ୍ୟକାର, ଗବେଷକ ଓ ପତ୍ରିକା ସମ୍ପାଦକ ଥିଲେ । ସେ ଶ୍ୱେତ ସଂକେତ ପତ୍ରିକାର ସମ୍ପାଦନା ପାଇଁ ବିଶେଷ ଜଣାଶୁଣା ।[୧]
ଜୀବନୀ
[ସମ୍ପାଦନା]ଦେବେନ୍ଦ୍ରନାଥ ଦାଶ ୧୯୪୬ ଫେବୃଆରୀ ୨ରେ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଛାତ୍ରାବସ୍ଥାରୁ ସେ ନାଟକ ଓ କବିତା ରଚନା କରୁଥିଲେ । ପାଖାପାଖି ୮ ବର୍ଷ ବୟସରେ ସେ ନନ୍ଦବଂଶ ଧ୍ୱଂସ ନାମକ ନାଟକରେ ଅଭିନୟ କରିଥିଲେ । ତା'ପରେ ନିଜ ବିଦ୍ୟାଳୟରେ ଅଭିନୀତ ଏକାଙ୍କିକା ରାଜା ହରିଶ୍ଚନ୍ଦ୍ରରେ ବିଶ୍ୱାମିତ୍ର ଭୂମିକାରେ ଅଭିନୟ କରିଥିଲେ । କ୍ରମେ ସେ ଜହ୍ନମାମୁଁ ପତ୍ରିକାରେ ପ୍ରକାଶିତ ଗଳ୍ପକୁ ନାଟ୍ୟରୂପ ଦେଇ ଗାଁରେ ସମବୟସ୍କ ସହପାଠୀଙ୍କୁ ଶିଖାଇବା ସହ କାଠ, ବାଉଁଶ ପୋତି ମଞ୍ଚ ତିଆରି କରି ଅଭିନୟର ଆୟୋଜନ କରୁଥିଲେ ।
ରଚନାବଳୀ
[ସମ୍ପାଦନା]କବିତା ସଙ୍କଳନ
[ସମ୍ପାଦନା]- ଛନ୍ଦହୀନା
- ମୁଁ ଘାଟ ଜଗିଛି
- ସ୍ୱନକ୍ଷତ୍ର ୭୫
- ଭାବ ବର୍ତ୍ତିକା
- ବାର୍ତ୍ତାବହ
- ଅଳକାନନ୍ଦା[୨]
- ମାନସ ମନ୍ଥନ (କାବ୍ୟ)
ପ୍ରବନ୍ଧ
[ସମ୍ପାଦନା]- ଶୁଣିବା ହେଉ ସାଧୁଜନେ
- କହିଲେ କହିବ କହିଲା
ଗଳ୍ପ/ଉପନ୍ୟାସ
[ସମ୍ପାଦନା]- ସଂକଳ୍ପ
- ତିନିମୁଣ୍ଡିଆ ଉବାଚ
- ସଞ୍ଜୁ (ଉପନ୍ୟାସ)
- ଫୁଲଟିଏ କଥାଟିଏ (ଶିଶୁ ଗପ)
ଧର୍ମ ପୁସ୍ତକ
[ସମ୍ପାଦନା]- ଭାରତର ସାଧୁସନ୍ଥ
- ଗୀତାତତ୍ତ୍ୱ
- ରାମକଥା
ନାଟକ ଓ ଏକାଙ୍କିକା
[ସମ୍ପାଦନା]- ଉଡ଼ୁଛି କାଳ ଛଞ୍ଚାଣ (ସାମାଜିକ)[୩]
- ତର୍ପଣ (ସାମାଜିକ)
- ରାଜମାତା (ପୌରାଣିକ)
- ଚାତୁବର୍ଣ୍ଣ (ଏକାଙ୍କିକା)
- ପ୍ରେମାବତାର ସାଇ (ଏକାଙ୍କିକା)
- ନିତ୍ୟ ବୃନ୍ଦାବନ (ଏକାଙ୍କିକା)
- ଶରଣାପନ୍ନ (ଏକାଙ୍କିକା)
- ତ୍ରିବେଣୀ (ଏକାଙ୍କିକା)
- ପରୀକ୍ଷିତ (ପୌରାଣିକ)
- ମାନବିକତାର ସାଗର ତୀରେ (ସାମାଜିକ)
- ଭଜୁ କି ନା ରାମ ନାମରେ ଗୋବିନ୍ଦ (ଗୀତିନାଟ୍ୟ)
- କରମାବାଈ (ଏକାଙ୍କିକା)
- ନିର୍ଝରିଣୀ (ପାଲା)
- ହାରିଗଲେ ହରିଦାସ (ସାମାଜିକ)
ଆଧାର
[ସମ୍ପାଦନା]- ↑ https://samajaepaper.in/imageview_23_161020242334279_4_73_16-10-2024_9_i_1_sf.html
- ↑ ମହାନ୍ତି, ଅଶୋକ (୨୦୦୭). ଓଡ଼ିଆ ଲେଖକ ପରିଚିତି. ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନନ୍ସ. pp. ୯୬.
- ↑ ଦାଶ, ଦେବେନ୍ଦ୍ରନାଥ (୨୦୧୭). ଉଡୁଛି କାଳ ଛଞ୍ଚାଣ. ଭୁବନେଶ୍ୱର: ଶ୍ୱେତସଂକେତ ସାରସ୍ୱତ ମଞ୍ଚ.