ଦେବାଶିଷ ପାତ୍ର (ଲେଖକ)
ଦେଖଣା
ଦେବାଶିଷ ପାତ୍ର | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୦ ସେପ୍ଟେମ୍ବର ୧୯୭୦ ଭୋଗରାଇ, ବାଲେଶ୍ୱର |
| ବୃତ୍ତି | ଅଧ୍ୟାପକ,କଥାକାର ଏବଂ ଗବେଷକ |
| ଭାଷା | ଓଡ଼ିଆ, ଇଂରାଜୀ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ଓଡ଼ିଆ ସାହିତ୍ୟର ବିକାଶଧାରା ଓ ବାଲେଶ୍ବର ‐ ୨୦୧୬ |
ଦେବାଶିଷ ପାତ୍ର (ଜନ୍ମ: ୨୦ ସେପ୍ଟେମ୍ବର ୧୯୭୦) ଜଣେ ଭାରତୀୟ ଅଧ୍ୟାପକ ଓ ଓଡ଼ିଆ-ଭାଷୀ ଲେଖକ । ସେ ୨୦୦୨ରେ ଯୁବ ସାହିତ୍ୟିକ ପୁରସ୍କାର, ୨୦୧୨ରେ ମୁଦୁଲିପଡ଼ାର ଲୋକେ ପୁସ୍ତକ ପାଇଁ ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର ଓ ୨୦୧୭ ମସିହାରେ ଢୋଲ ଓ ଅନ୍ୟାନ୍ୟ ଗଳ୍ପ ପାଇଁ କଳିଙ୍ଗ ପୁସ୍ତକମେଳା ପୁରସ୍କାର ପାଇଛନ୍ତି । ଜନଜାତି ଗବେଷଣା ପାଇଁ ତପସ୍ୟା ସୃଜନ ପୁରସ୍କାର ସହିତ କୋଡ଼ିଏରୁ ଅଧିକ ପୁରସ୍କାର ଲାଭ କରିଛନ୍ତି। ତାଙ୍କର ୫୦ ପାଖାପାଖି ପୁସ୍ତକ ପ୍ରକାଶିତ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଦେବାଶିଷ ପାତ୍ର ବାଲେଶ୍ୱର ଜିଲ୍ଲାର ଭୋଗରାଇଠାରେ ୧୯୭୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଓ ଶିକ୍ଷାରେ ସ୍ନାତକୋତ୍ତର, ଏମ୍.ଫିଲ୍, ପିଏଚ୍.ଡି., ଡି.ଲିଟ୍. ପରେ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଓଡ଼ିଶାର ବିଭିନ୍ନ ଜନଜାତି ଉପରେ ଗବେଷଣା କରି ସେ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଆଦିରେ ତାହା ସନ୍ନିବେଶିତ କରିଛନ୍ତି ।[୧][୨]
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ଖୋଲା ଆକାଶ ତଳେ
- ଏବଂ ଜହ୍ନରାତି
- ଶବ୍ଦ ସଂଗମ
ଗଳ୍ପ
[ସମ୍ପାଦନା]- ସନାତନର ଦେଶ
- ଢୋଲ ଓ ଅନ୍ୟାନ୍ୟ ଗଳ୍ପ
- ବର୍ଷାଭିଜା ଗପ
- ଚକଲେଟ୍
ପ୍ରବନ୍ଧ ଓ ଆଲୋଚନା
[ସମ୍ପାଦନା]- ମାଲକାନଗିରି ପରିଚୟ
- ମାଲକାନଗିରି ଶବ୍ଦାବଳୀ
- ଓଡ଼ିଆ ସାହିତ୍ୟର ବିକାଶଧାରା ଓ ବାଲେଶ୍ବର
- ମୁଦୁଲିପଡାର ଲୋକେ
- କିଛି କଥା କିଛି ବ୍ୟଥା
- ତପୋବନର ଓଁକାର
- ଭାଷଣତତ୍ତ୍ୱ
- ମନନର ମୁଖଶାଳା
- କବି କବିତା ନିଃସଙ୍ଗତା
- ସାହିତ୍ୟ ଚୟନିକା
- ଆଧୁନିକ ଉତ୍ତରଆଧୁନିକ
- ସାହିତ୍ୟ ସ୍ରୋତସ୍ବିନୀ
- ଆଧ୍ୟାତ୍ମିକତା ଓ କବି ବୈକୁଣ୍ଠନାଥ
- ଡଙ୍ଗର ଯେଉଁଠି କଥାକହେ
- ଜନଜାତି ସାଂସ୍କୃତିକ ପରିଭାଷା
- ଦକ୍ଷିଣାଞ୍ଚଳୀୟ ଓଡ଼ିଆ ଜନଜାତି ସଂସ୍କୃତି ଓ ସାହିତ୍ୟ
- ଓଡ଼ିଶାର ଜନଜାତି: ଏକ ସାଂସ୍କୃତିକ ଅଧ୍ୟୟନ
- କବି କବିତା କବିତାୟନ
- ଗଳ୍ପ ଗାଳ୍ପିକ ଗଳ୍ପାୟନ
- ରେମୋ: ବଣ୍ତା ଜୀବନ ଓ ସଂସ୍କୃତି
- ଜନଜାତି ଲୋକଧାରା ଓ ବିବିଧ ପ୍ରସଙ୍ଗ
- ଓଡ଼ିଶାର ଆଦିବାସୀ ଲୋକଗୀତ ସଞ୍ଚୟନ
- ପାହାଡ଼ୀ ନଈର ଗୀତ
- ବଣମୁଲକର ଗପ (ଶିଶୁ ସାହିତ୍ୟ)
- ପିଲାଙ୍କ ପାଇଁ ଓଡ଼ିଶାର ଜନଜାତି (ଶିଶୁ ସାହିତ୍ୟ)
ଇଂରାଜୀ
[ସମ୍ପାଦନା]- The Village of Mahua Flowers
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଢୋଲ ଓ ଅନ୍ୟାନ୍ୟ ଗଳ୍ପ, ୨୦୧୭ ପାଇଁ କଳିଙ୍ଗ ପୁସ୍ତକମେଳା ପୁରସ୍କାର[୩]
- ତପସ୍ୟା ସୃଜନ ପୁରସ୍କାର
- ଭାରତୀୟ ଭାଷା ସମ୍ମାନ ୨୦୨୫( ହିନ୍ଦୁସ୍ଥାନ ସମାଚାର ପ୍ରଦତ୍ତ)
- ଶ୍ବେତ ସଙ୍କେତ ଗଳ୍ପ ସମ୍ମାନ-୨୦୧୭
- ଦୀନକୃଷ୍ଣ ସମ୍ମାନ-୨୦୨୩
- ପ୍ରକୃତି ବନ୍ଧୁ ପୁରସ୍କାର-୨୦୦୯-୧୦
- ଫକୀର ମୋହନ ସମାଲୋଚନା ପୁରସ୍କାର-୨୦୨୫
- ଆକଳନ ପ୍ରବନ୍ଧ ପ୍ରତିଭା ସମ୍ମାନ-୨୦୨୪
- ଓଡିଶା ବହିମେଳା ଯୁବ ସାରସ୍ଵତ ସମ୍ମାନ-୨୦୨୩
- ଡ . ରମାକାନ୍ତ ବେହେରା ସାରସ୍ବତ ଓ ସାଂସ୍କୃତିକ ପରିଷଦ ସମ୍ମାନ-୨୦୨୫
ଆଧାର
[ସମ୍ପାଦନା]- ↑ https://fmuniversity.nic.in/facultyalldetails?faculty_id=61
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୭୩୫. ISBN 81-7400-331-2.
- ↑ https://www.kalingabookfair.com/