Jump to content

ଦେବଦଳନ

ଉଇକିପିଡ଼ିଆ‌ରୁ
ଦେବଦଳନ
ମାଁ ସୁଭଦ୍ରାଙ୍କ ରଥ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ
ଆରମ୍ଭଆଷାଢ଼ ଶୁକ୍ଳ ଦ୍ୱିତୀୟା
ଶେଷଆଷାଢ଼ ଶୁକ୍ଳ ଦଶମୀ
ପୁନଃପୌନିକତାବାର୍ଷିକ

ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଉଣୀ ମାଁ ସୁଭଦ୍ରା ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ଦେବଦଳନ। [୧]

ଦେବଦଳନ ରଥ-ସବିଶେଷ ବିବରଣୀ

[ସମ୍ପାଦନା]

ଦେବଦଳନ ରଥ 'ଦର୍ପଦଳନ' ବା 'ପଦ୍ମଧ୍ୱଜ' ନାମରେ ମଧ୍ୟ ପରିଚିତ । ମାଁ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ଏହି ରଥରେ ବିଜେ କରିଥାନ୍ତି ।[୨]

ରଥର ନାମ'ଦେବଦଳନ' ବା 'ଦର୍ପଦଳନ'
ମୋଟ ବ୍ୟବହାର କାଠ୭୧୧
ମୋଟ ଚକ ସଂଖ୍ୟା୧୨ [୩]
ପ୍ରତି ଚକର ବ୍ୟାସ୬'୦୦"
ରଥର ଉଚ୍ଚତା୪୪'୦୬"
ରଥର ଦୈର୍ଘ୍ୟ ଓ ପ୍ରସ୍ଥ୩୧'୬" x ୩୧'୬"
ରଥ ରକ୍ଷକଜୟଦୁର୍ଗା
ଦ୍ୱାରପାଳଗଙ୍ଗା ଓ ଯମୂନା
ସାରଥୀଅର୍ଜୁନ
ରଥର ଅସ୍ତ୍ରପଦ୍ମ ଓ କଲ୍ହାର
ରଥର ଘୋଡ଼ା ସଂଖ୍ୟା୪
ଘୋଡ଼ାମାନଙ୍କ ନାମରୋଚିକା, ମୋଚିକା, ଜିତା, ଅପରାଜିତା
ଘୋଡ଼ାର ରଙ୍ଗନାଲି
ରଥ ଦଉଡିସ୍ୱର୍ଣ୍ଣଚୂଡ଼
ରଥର ଶକ୍ତିଭୁବନେଶ୍ୱରୀ ଓ ଚକ୍ରା
ରଥାବରଣ କପଡାର ରଙ୍ଗନାଲି ଓ କଳା ରଙ୍ଗ
ଧ୍ୱଜପମୂର୍ତ୍ତିଜୟଦୁର୍ଗା
ପତାକା ନାମନାଦମ୍ବିକା
ପାର୍ଶ୍ୱ ଦେବା/ଦେବୀ

୧ .ବିମଳା ୨.ବନଦୁର୍ଗା ୩.ବାରାହି ୪.ଚାମୁଣ୍ଡା ୫.ଭୁବନେଶ୍ୱରୀ ୬.ହରଚଣ୍ଡୀ ୭.ଜୟଦୁର୍ଗା ୮.ସର୍ବମଙ୍ଗଳା ୯.ଉଗ୍ରତାରା


ୠଷି ସମୂହଭୃଗୁ, ସୁପ୍ରଭା, ବଜ୍ର, ଶୃଙ୍ଗି, ଧୃବ ଓ ଉଲ୍ଲୁକ

ରଥ ନିର୍ମାଣ ଶୈଳୀ

[ସମ୍ପାଦନା]

ଶିଳ୍ପଶାସ୍ତ୍ରାନୁମୋଦିତ ଓ ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ । ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ । ଦେବଦଳନ ରଥ ଭାରି ସୁନ୍ଦର ।

  1. ↑ "ରଥ ଶ୍ରେଣୀ ସମୂହ". Tour Bbsr. Archived from the original on 17 July 2015. Retrieved 29 August 2015.
  2. ↑ "ଦେବଦଳନ ରଥ". Shreekhetra.com. Retrieved 27 August 2015.
  3. ↑ "ଦେବବଳନ ରଥ ଆକୃତି". Rathayatra.net. Archived from the original on 10 June 2016. Retrieved 29 August 2015.